Advertisment

ବିଶ୍ୱକପ୍‌ରେ ଭାରତକୁ ହରାଇଲେ ପାକିସ୍ତାନ କ୍ରିକେଟ ବୋର୍ଡକୁ ମିଳିବ ବ୍ଲାଙ୍କ ଚେକ୍‌!

ଇସଲାମାବାଦ: ଟି-୨୦ ବିଶ୍ୱକପ ପୂର୍ବରୁ ମାଇଣ୍ଡ ଗେମ୍‌ ଖେଳିବା ଆରମ୍ଭ କରିଛି ପାକିସ୍ତାନ। ଏଯାଏ ଭାରତକୁ କୌଣସି ବି ବିଶ୍ୱକପ ମ୍ୟାଚ୍‌ରେ ପାକିସ୍ତାନ ପରାସ୍ତ କରିପାରିନି। ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଓ ପାକିସ୍ତାନ ଲଢ଼େଇ ହୋଇଥିଲା। ହେଲେ ଏଥିରେ ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ ହୋଇଛି। ଚଳିତ ବର୍ଷ ୟୁଏଇ ଏବଂ ଓମାନରେ ଟି-୨ ବିଶ୍ୱକପ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ୨୪ ତାରିଖରେ ପରସ୍ପରକୁ ଭେଟିବେ। ଏହି ହାଇଭୋଲଟେଜ […]

ବିଶ୍ୱକପ୍‌ରେ ଭାରତକୁ ହରାଇଲେ ପାକିସ୍ତାନ କ୍ରିକେଟ ବୋର୍ଡକୁ ମିଳିବ ବ୍ଲାଙ୍କ ଚେକ୍‌!

PCB

Advertisment

ଇସଲାମାବାଦ: ଟି-୨୦ ବିଶ୍ୱକପ ପୂର୍ବରୁ ମାଇଣ୍ଡ ଗେମ୍‌ ଖେଳିବା ଆରମ୍ଭ କରିଛି ପାକିସ୍ତାନ। ଏଯାଏ ଭାରତକୁ କୌଣସି ବି ବିଶ୍ୱକପ ମ୍ୟାଚ୍‌ରେ ପାକିସ୍ତାନ ପରାସ୍ତ କରିପାରିନି। ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଓ ପାକିସ୍ତାନ ଲଢ଼େଇ ହୋଇଥିଲା। ହେଲେ ଏଥିରେ ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ ହୋଇଛି।

Advertisment

ଚଳିତ ବର୍ଷ ୟୁଏଇ ଏବଂ ଓମାନରେ ଟି-୨ ବିଶ୍ୱକପ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ୨୪ ତାରିଖରେ ପରସ୍ପରକୁ ଭେଟିବେ। ଏହି ହାଇଭୋଲଟେଜ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ରମିଜ ରାଜା ବଡ଼ ବୟାନ ଦେଇଛନ୍ତି। ଯଦି ବାବର ଆଜମଙ୍କ ପାକିସ୍ତାନ ବିଶ୍ୱକପରେ ଭାରତକୁ ପରାସ୍ତ କରିଦେବ, ତା’ହେଲେ ପିସିବି ବ୍ଲାଙ୍କ ଚେକ୍ ପାଇବ। ଏହି ବ୍ଲାଙ୍କ ଚେପ୍‌ ଏବେଠାରୁ ପ୍ରସ୍ତୁତ ହୋଇ ରହିଛି ବୋଲି ସେ କହିଛନ୍ତି।

ରମିଜ ରାଜା କହିଛନ୍ତି, ଆଇସିସିର ୫୦% ଫଣ୍ଡିଂରେ ପିସିବି ଚାଲୁଛି। ଭାରତରୁ ଆଇସିସିକୁ ୯୦% ଫଣ୍ଡିଂ ମିଳୁଛି। ଯଦି ଭାରତ ଆଇସିସିକୁ ଫଣ୍ଡିଂ ବନ୍ଦ କରିଦେବ, ତା’ହେଲେ ପିସିବି ଭୁଶୁଡ଼ି ପଡ଼ିବ। କାରଣ ଆଇସିସିକୁ ପିସିବି କୌଣସି ପ୍ରକାରର ଫଣ୍ତିଂ କରେନାହିଁ। ମୁଁ ସବୁବେଳେ ପାକିସ୍ତାନ କ୍ରିକେଟକୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

Advertisment

ସେ ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମୁକାବିଲାକୁ ନେଇ ମଧ୍ୟ ମତ ରଖିଛନ୍ତି। ରମିଜ ରାଜା କହିଛନ୍ତି, “ଆମର ଜଣେ ଶକ୍ତ ଇନଭେଷ୍ଟର ଆମ ଆଗରେ ଗୋଟିଏ ବଡ଼ ଚ୍ୟାଲେଞ୍ଜ ରଖିଛନ୍ତି। ଯଦି ପାକିସ୍ତାନ ଆଗାମୀ ଟି-୨୦ ବିଶ୍ୱକପରେ ଭାରତକୁ ପରାସ୍ତ କରିଦେବ, ତା’ହେଲେ ସେ ପିସିବିକୁ ବ୍ଲାଙ୍କ ଚେକ୍‌ ଦେବେ। ସେ ବ୍ଲାଙ୍କ ଚେକ୍‌କୁ ପିସିବି ପାଇଁ ପ୍ରସ୍ତୁତ କରି ରଖିଛନ୍ତି। ତେଣୁ ବାବର ଆଜାମଙ୍କ ଟିମ୍‌ ଭାରତକୁ ହରାଇ ପାରିଲେ ପିସିବି ଏପରି ଲାଭ ପାଇବ।”

ଗତମାସରେ ନ୍ୟୁଜିଲ୍ୟାଣ୍ଡ ହଠାତ୍‌ ପାକିସ୍ତାନ ସହ ମ୍ୟାଚ୍‌ ନ ଖେଳି ସ୍ୱଦେଶ ଫେରି ଯାଇଥିଲା। ସୁରକ୍ଷା ପ୍ରତି ବିପଦ ଥିବାରୁ ନ୍ୟୁଜିଲ୍ୟାଣ୍ଡ ଏପରି ପଦକ୍ଷେପ ନେଇଥିଲା। ଏହା ଉପରେ ରମିଜ ରାଜା କହିଛନ୍ତି, ଯଦି ଆମ କ୍ରିକେଟର ଅର୍ଥନୀତି ସଶକ୍ତ ରହିଥାଆନ୍ତା, ତା’ହେଲେ ଆମକୁ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଭଳି ଟିମ୍‌ ବ୍ୟବହାର କରି ଅଧାରୁ ଛାଡ଼ନ୍ତେ ନାହିଁ। ଶ୍ରେଷ୍ଠ କ୍ରିକେଟ ଟିମ ଓ ଶ୍ରେଷ୍ଠ କ୍ରିକେଟ ଇକୋନୋମି ଦୁଇଟି ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୧୭ରୁ ଓମାନ ଓ ୟୁଏଇରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଟି-୨୦ ବିଶ୍ୱକପର ଗୋଟିଏ ଗ୍ରୁପ୍‌ରେ ଭାରତ ଓ ପାକିସ୍ତାନ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe