ସବୁ ଅପେକ୍ଷାର ଅନ୍ତ, ବିଶ୍ୱକପ ଫାଇନାଲରେ ଅପରାଜେୟ ଭାରତ, ଶାମିଙ୍କୁ ୭ ୱିକେଟ୍‌

କ୍ରମାଗତ ୧୦ ବିଜୟ ସହ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ରବିବାର ଦଳ ବିଶ୍ୱକପ ଟ୍ରଫି ପାଇଁ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ।

shami

ୱିକେଟ ଦଖଲ ପରେ ଶାମି

Hemant Lenka
  • Published: Wednesday, 15 November 2023
  • Updated: 15 November 2023, 10:39 PM IST

ଦୀର୍ଘ ୧୨ ବର୍ଷ ହେଲା ରହିଥିବା ଅପେକ୍ଷାରେ ଅନ୍ତ। ବିଶ୍ୱକପ ଫାଇନାଲରେ ଅପରାଜେୟ ଭାରତ। ବିରାଟ କୋହଲିଙ୍କ ଐତିହାସିକ ଶତକ ଓ ମହମ୍ମଦ ଶାମିଙ୍କ ଘାତକ ୭ ୱିକେଟ ବଳରେ ଭାରତ ରଚିଛି ଇତିହାସ।

କ୍ରମାଗତ ୧୦ ବିଜୟ ସହ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ରବିବାର ଦଳ ବିଶ୍ୱକପ ଟ୍ରଫି ପାଇଁ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ। ୨୦୧୫ ଓ ୨୦୧୯ ସେମି ଫାଇନାଲରେ ଦଳ ସେମି ଫାଇନାଲରେ ବିଦାୟ ନେଇଥିଲା। ଅନେକଙ୍କ ସ୍ୱପ୍ନ ଧୂଳି ସାତ ହୋଇଥିଲା। ହେଲେ ୨୦୨୩ରେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଭାରତ ଫାଇନାଲ ଟିକେଟ ହାତେଇଛି। 

୨୦୧୯ରେ ନ୍ୟୁଜିଲ୍ୟାଣ୍ଡ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନକୁ ଭାଙ୍ଗି ଦେଇଥିଲା। ସେମି ଫାଇନାଲରେ ଦଳକୁ ହାରିବାକୁ ପଡ଼ିଥିଲା। ହେଲେ ଆଜି ମୁମ୍ବାଇର ୱାଙ୍ଖେଡେରେ ଭାରତ ୨୦୧୯ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ଟିମ ୭୦ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି।

Also Read

ବ୍ୟାଟିଂ କୋହଲି ଓ ଶ୍ରେୟସ ଆୟର ଶତକ ହାସଲ କରିଥିଲେ। ବୋଲିଂରେ ମହମ୍ମଦ ଶାମି ୭ ୱିକେଟ ନେଇ ରେକର୍ଡ କରିଛନ୍ତି। ବିଶ୍ୱକପରେ ସର୍ବାଧିକ ୫ ୱିକେଟ ନେବାର ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୩ ଥର ୫ ୱିକେଟ ନେଇଥିଲେ। ଏବେ ଶାମି ୪ ଥର ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇ ତାଙ୍କୁ ପଛରେ ପକାଇ ଦେଇଛନ୍ତି। 

ବିରାଟ ଆଜି ରେକର୍ଡ ଶତକରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ। ତାଙ୍କ ଇନିଂସକୁ କିନ୍ତୁ ଘାତକ ବୋଲିଂ ଶାମି ଫିକା ପକାଇ ଦେଇଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡାରେଲ ମିଚେଲ ଓ କେନ ୱିଲିୟମସନ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇବାକୁ ବସିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ୧୮୧ ରନ ଯୋଡ଼ିଥିଲେ। କିନ୍ତୁ ଏହି ଯୋଡ଼ିକୁ ଶାମି ଭାଙ୍ଗି ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲେ। ସେ କେନ ୱିଲିୟମସନଙ୍କୁ ଆଉଟ କରିଥିଲେ। 

ଭାରତ ଚଳିତ ବିଶ୍ୱକପରେ କ୍ରମାଗତ ୧୦ ବିଜୟ ସହ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ଖେଳିବାକୁ ଟିକେଟ ହାସଲ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଡାରେଲ ମିଚେଲ ଲଢ଼େଇ କରିଥିଲେ।

ସେ ୧୧୯ ବଲରେ ୧୩୪ ରନର ଇନିଂସ ଖେଳି ଭାରତ ମୁଠାରୁ ମ୍ୟାଚ୍‌ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ। ମଧ୍ୟକ୍ରମରେ କେନ ୱିଲିୟମସନ ମଧ୍ୟ ୬୯ ରନ ଇନିଂସ ଖେଳିଥିଲେ। ହେଲେ ଉଭୟଙ୍କୁ ଶାମି ଆଉଟ କରି କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ କ୍ୱିୱି ଟିମ ରଖିଥିବା ଲକ୍ଷ୍ୟରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ମିଚେଲ ଓ ୱିଲିୟମସନଙ୍କ ବ୍ୟତୀତ ଗ୍ଲେନ ଫିଲିପ୍ସ ମଧ୍ୟ କିଛି ସମୟ ପାଇଁ ଲଢ଼େଇ କରିଥିଲେ। କିନ୍ତୁ ଫିଲିପ୍ସ(୪୧)ଙ୍କ ୱିକେଟ ଯଶପ୍ରୀତ ବୁମ୍ରାଙ୍କ ଖାତାକୁ ଯାଇଛି। ମାର୍କ ଚାପମାନ (୨)ଙ୍କ ୱିକେଟ କୁଲଦୀପ ଯାଦବ ନେଇଛନ୍ତି। ଇନିଂସ ଆରମ୍ଭରୁ ଡେଭନ କନୱେ(୧୩) ଓ ରଚିନ ରବୀନ୍ଦ୍ର(୧୩)ଙ୍କ ୱିକେଟ ଶାମି ନେଇଥିଲେ। ଟମ ଲାଥମ(୦) ମଧ୍ୟ ଶାମିଙ୍କ ଶିକାର ବନିଥିଲେ।

ଶେଷ ଭାଗରେ ଟିମ ସାଉଦି ଓ ମିଚେଲ ସାଣ୍ଟନର ଦଳକୁ ବିଜୟର ନିକଟବର୍ତ୍ତୀ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସମ୍ଭବ ପର ହୋଇ ନଥିଲା। ୪୮ମ ଓଭର ବୋଲିଂ କରୁଥିବା ସିରଜା ୯ ରନ କରିଥିବା ସାଣ୍ଟନରଙ୍କୁ ଆଉଟ କରି ଭାରତକୁ ୮ମ ସଫଳତା ଦେଇଥିଲେ। ଟିମ ସାଉଦି(୯)ଙ୍କୁ ଶାମି ଆଉଟ କରି ନିଜର ୬ଷ୍ଠ ୱିକେଟ ଦଖଲ କରିଥିଲେ।

ଏଥିସହ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱକପରେ ୬ ୱିକେଟ ଦଖଲ କରିବାର ରେକର୍ଡ ନିଜ ନାଁରେ କରିଥିଲେ। ପୂର୍ବରୁ ୨୦୦୩ ବିଶ୍ୱକପରେ ଆଶିଷ ନେହରା ଇଂଲଣ୍ଡ ବିପକ୍ଷରେ ସେ ୬ ୱିକେଟ ଦଖଲ କରିଥିଲେ। ତେବେ ଶାମି ଏତିକିରେ ଅଟକି ନଥିଲେ। ସେ ଲକି ଫର୍ଗୁସନ(୬)ଙ୍କୁ ଆଉଟି ନିଜର ୭ମ ୱିକେଟ ନେଇଥିଲେ। ଶାମି ୯.୫ ଓଭର୍‌ରେ ୫୭ ରନ ଦେଇ ୭ ୱିକେଟ ଦଖଲ କରିଛନ୍ତି। ଚଳିତ ବିଶ୍ୱକପରେ ଶାମିଙ୍କ ୱିକେଟ ସଂଖ୍ୟା ୨୩ରେ ପହଞ୍ଚି ଯାଇଛି।  

ନ୍ୟୁଜିଲ୍ୟାଣ୍ଡ ୪୮.୫ ଓଭର୍‌ରେ ସମସ୍ତ ୱିକେଟ ହରାଇ ୩୨୭ରେ ଅଟକି ଯିବାରୁ ଭାରତ ୭୦ ରନରେ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story