Advertisment

ଭାରତ-ବାଂଲାଦେଶ ଟେଷ୍ଟ: ଦ୍ୱିତୀୟ ଦିନକୁ ସଂପୂର୍ଣ୍ଣ ଧୋଇ ଦେଲା ବର୍ଷା

ଆଜି ସକାଳୁ ବର୍ଷା ଲାଗି ରହିଥିଲେ ହେଁ ଦୁଇ ଦେଶର ଖେଳାଳି ଷ୍ଟାଡିୟମ ଆସିଥିଲେ। କିନ୍ତୁ ପଡ଼ିଆ ଅବସ୍ଥା ଦେଖିବା ପରେ ଉଭୟ ଟିମ ଦିନ ପ୍ରାୟ ୧୦.୨୦ରେ ନିଜ ନିଜର ହୋଟେଲକୁ ଚାଲି ଯାଇଥିଲେ।

Rain

Rain

Advertisment

ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଗୋଟିଏ ବି ବଲ ପଡ଼ି ପାରିନାହିଁ। କାନୁପରରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ଦ୍ୱିତୀୟ ଦିନର ଖେଳ ସଂପୂର୍ଣ୍ଣ ଭାବେ ଧୋଇ ଯାଇଛି। ଆଜି ସକାଳେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ବର୍ଷା ନଥିଲା। କିନ୍ତୁ ଠିକ ୯ଟା ବେଳକୁ ବର୍ଷା ଆରମ୍ଭ ହୋଇଯାଇଥିଲା।

Advertisment

ପ୍ରାୟ ୨ ଘଣ୍ଟା ପରେ ବର୍ଷା କିଛି ମିନିଟ ପାଇଁ ଛାଡ଼ିଥିଲା। ପାଣି କାଢ଼ିବା ପାଇଁ ୩ଟି ସୁପର ସପର୍ସ ମଧ୍ୟ ନିୟୋଜିତ ହୋଇଥିଲେ। କିନ୍ତୁ କିଛି ମିନିଟର ବ୍ୟବଧାନ ପରେ ପୁଣି ବର୍ଷା ଆରମ୍ଭ ହୋଇ ଯାଇଥିଲା। ଦିନ ୨ଟା ଯାଏ ବର୍ଷା ଲାଗି ରହିବାରୁ ଦ୍ୱିତୀୟ ଦିନକୁ ବାତିଲ କରି ଦିଆଯାଇଛି।

ଏବେ ପୂରା ଗ୍ରାଉଣ୍ଡକୁ ଘୋଡ଼ାଇ ରଖାଯାଇଛି। ଗ୍ରାଉଣ୍ଡ ଷ୍ଟାଫ ପୂରା ସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରଥମ ଦିନ ମଧ୍ୟ ବର୍ଷା ହେବାରୁ କେବଳ ୩୫ ଓଭର ହିଁ ଖେଳା ଯାଇଥିଲା।

Advertisment

ବାଂଲାଦେଶ ୩ ୱିକେଟ ହରାଇ ୧୦୭ ରନ ହିଁ କରିଛି। ମୋମିନୁଲ ହକ ୪୦ ଓ ମୁଶଫିକର ରହିମ ୬ ରନ କରି ଅପରାଜିତ ରହିଛନ୍ତି। ଆସନ୍ତାକାଲି ମଧ୍ୟ ବର୍ଷାର ଆଶଙ୍କା ରହିଛି। ତେଣୁ ମ୍ୟାଚ୍‌ ବାତିଲ ମଧ୍ୟ ହୋଇପାରେ।

ଆଜି ସକାଳୁ ବର୍ଷା ଲାଗି ରହିଥିଲେ ହେଁ ଦୁଇ ଦେଶର ଖେଳାଳି ଷ୍ଟାଡିୟମ ଆସିଥିଲେ। କିନ୍ତୁ ପଡ଼ିଆ ଅବସ୍ଥା ଦେଖିବା ପରେ ଉଭୟ ଟିମ ଦିନ ପ୍ରାୟ ୧୦.୨୦ରେ ନିଜ ନିଜର ହୋଟେଲକୁ ଚାଲି ଯାଇଥିଲେ।

ତଥାପି ଖେଳ ଆରମ୍ଭ ଆଶାରେ ଫ୍ୟାନ୍ସ ଓ ଅମ୍ପାୟାର ରହିଥିଲେ। କିନ୍ତୁ ବର୍ଷା ନ ଛାଡ଼ିବାରୁ ଦିନ ୨ଟାରେ ଅମ୍ପାୟାର ଆଜି ଆଉ ଖେଳ ହେବ ନାହିଁ ବୋଲି ଘୋଷଣା କରିଥିଲେ।

Test Cricket India Vs Bangladesh Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe