Advertisment

ଡି’କକଙ୍କ ବିସ୍ଫୋରଣ, ବର୍ଷା ଛଡ଼ାଇ ନେଲା ଦକ୍ଷିଣ ଆଫ୍ରିକାର ବିଜୟ

ହୋବାର୍ଟ: ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି। ଜିମ୍ବାୱେ ବିପକ୍ଷରେ ଦଳ ନିଶ୍ଚିତ ବିଜୟ ଆଡ଼କୁ ଯାଉଥିବା ବେଳେ ବର୍ଷା ସବୁ କିଛି ବେକାର କରି ଦେଇଛି। ମ୍ୟାଚ୍‌ ଆରମ୍ଭରୁ ବର୍ଷାର ଲୁଚକାଳି ଖେଳ ଜାରି ରହିଥିଲା। ତଥାପି ବର୍ଷାର ଭୟ ଭିତରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୨୪ ବଲରେ ୧୩ ରନ ଦରକାର ଥିବା ବେଳେ ବର୍ଷା ଜୋରରେ ହୋଇଥିଲା। ଫଳରେ ଅମ୍ପାୟାର ବାଧ୍ୟ ହୋଇ […]

author-image
Hemant Lenka
ଅଦ୍ୟତନ ହୋଇଛି
ଡି’କକଙ୍କ ବିସ୍ଫୋରଣ, ବର୍ଷା ଛଡ଼ାଇ ନେଲା ଦକ୍ଷିଣ ଆଫ୍ରିକାର ବିଜୟ

SA

ହୋବାର୍ଟ: ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି। ଜିମ୍ବାୱେ ବିପକ୍ଷରେ ଦଳ ନିଶ୍ଚିତ ବିଜୟ ଆଡ଼କୁ ଯାଉଥିବା ବେଳେ ବର୍ଷା ସବୁ କିଛି ବେକାର କରି ଦେଇଛି। ମ୍ୟାଚ୍‌ ଆରମ୍ଭରୁ ବର୍ଷାର ଲୁଚକାଳି ଖେଳ ଜାରି ରହିଥିଲା। ତଥାପି ବର୍ଷାର ଭୟ ଭିତରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୨୪ ବଲରେ ୧୩ ରନ ଦରକାର ଥିବା ବେଳେ ବର୍ଷା ଜୋରରେ ହୋଇଥିଲା। ଫଳରେ ଅମ୍ପାୟାର ବାଧ୍ୟ ହୋଇ ମ୍ୟାଚ୍‌କୁ ବାତିଲ କରିଛନ୍ତି।

Advertisment

ଏଥିଯୋଗୁ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଜିମ୍ବାୱେ ଏଥିରେ ବେଶ ଖୁସି ହୋଇଥିଲେ ହେଁ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିଶେଷ କରି ୧୮ ବଲରେ ଅପରାଜିତ ୪୭ ରନ କରିଥିବା କ୍ୱିଣ୍ଟନ ଡି’କକ ସବୁଠାରୁ ଅଧିକ ନିରାଶ ହୋଇଛନ୍ତି।

ହୋବାର୍ଟରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ହିଁ ବର୍ଷା ଆରମ୍ଭ ହୋଇଥିଲା। ଜିମ୍ବାୱେ ଅଧିନାୟକ କ୍ରେଗ ଇରଭିନ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ବର୍ଷା ଯୋଗୁ ଠିକଣା ସମୟରେ ମ୍ୟାଚ୍‌ ଆରମ୍ଭ ହୋଇ ପାରି ନଥିଲା। ପ୍ରାୟ ୨ ଘଣ୍ଟା ପରେ ବର୍ଷା ଛାଡ଼ିବାରୁ ମ୍ୟାଚ୍‌କୁ ୯ ଓଭର ବିଶିଷ୍ଟ କରାଯାଇଥିଲା।

Advertisment

ଜିମ୍ବାୱେ ୯ ଓଭର ବ୍ୟାଟିଂ କରି ୫ ୱିକେଟ ହରାଇ ମାତ୍ର ୭୯ ରନ କରିଥିଲା। ଜିମ୍ବାୱେ ପକ୍ଷରୁ ୱେସଲୀ ମାଧେଭେରେ ୧୮ ବଲରେ ଅପରାଜିତ ୩୫ ଓ ମିଲ୍ଟନ ଶୁମ୍ଭା ୧୮ ରନ କରିଥିଲେ।

ଦକ୍ଷିଣ ଆଫ୍ରିକା ଟାର୍ଗେଟ ଚେଜ୍‌ କରିବାକୁ ବାହାରିଥିବା ବେଳେ ପୁଣି ବର୍ଷା ହୋଇଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ୭ ଓଭରରେ ୬୪ ରନର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ଶୀଘ୍ର ହାସଲ କରିବା ମୁଡରେ ଥିଲେ ଡି’କକ। ସେ ପ୍ରଥମ ଓଭରରେ ଟେଣ୍ଡାଇ ଚାତ୍ରାରାଙ୍କ ଠାରୁ ୨୩ ରନ ଆଦାୟ କରିଥିଲେ। ସେହିପରି ୨ୟ ଓଭରେ ରିଚାର୍ଡ ନାଗାରାଭାଙ୍କ ଓଭରରୁ ୧୮ ରନ ହାସଲ କରିଥିଲେ।

ତୃତୀୟ ଓଭରରୁ ବର୍ଷା ଆରମ୍ଭ ହୋଇଥିଲା। ତଥାପି ସିକନ୍ଦର ରାଜା ବୋଲିଂ କରିବା ସହ ଡି’କକ ଓ ଅଧିନାୟକ ତେମ୍ବା ବଭୂମା ୧୧ ରନ ଆଦୟ କରିଥିଲେ। ବର୍ଷା ହେଉଥିବାରୁ ଜିମ୍ବାୱେ ଖେଳାଳି ମ୍ୟାଚ ବନ୍ଦ କରିବାକୁ ବାରମ୍ବାର ଅମ୍ପାୟାରଙ୍କୁ କହିଥିଲେ। ଏହି ସମୟରେ ଦକ୍ଷିଣ ଆଫ୍ରିକାକୁ ୨୪ ବଲରେ ମାତ୍ର ୧୩ ରନ ଦରକାର ଥିଲା।

କ୍ରିଜ୍‌ରେ ଡି’କକ ୧୮ ବଲରେ ୪୭ ଓ ବଭୂମା ୨ ବଲରେ ୨ ରନ କରି ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ୩ ଓଭରରେ ୫୧ ରନ କରି ନେଇଥିଲା। ହେଲେ ବର୍ଷା ଲାଗି ରହିବାକୁ ଅମ୍ପାୟର ବାଧ୍ୟ ହୋଇ ମ୍ୟାଚ୍‌କୁ ବାତିଲ କରିଥିଲେ। ଏଥିସହ ଦକ୍ଷିଣ ଆଫ୍ରିକାର ଦୁଇ ବ୍ୟାଟର ନିରାଶ ହୋଇ ପଡ଼ିଆ ଛାଡ଼ିଥିଲେ।