କାଉଣ୍ଟର କଲେ ଯୁବରାଜ; ସଚିନଙ୍କୁ କ୍ଷମା ମାଗିଲେ ପିଟରସନ

ନୂଆଦିଲ୍ଲୀ: ଟ୍ୱିଟ୍ କରି ବିବାଦରେ ଫସିବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ଷମା ମାଗିଛନ୍ତି ଇଂଲଣ୍ଡ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ। ସଚିନ ତେନ୍ଦୁଲକର ଶନିବାର ଟ୍ୱିଟ କରି କହିଥିଲେ ଯେ ସେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ଏକାନ୍ତବାସରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସଚିନ୍‌ଙ୍କ ଏହି ଟ୍ୱିଟ୍ ପରେ ପିଟରସନ ଶନିବାର ଅପରାହ୍ନ ୨ଟା ୨୧ ମିନିଟରେ ଏକ ଟ୍ୱିଟ୍ କରି କହିଥିଲେ, ‘ଦୟାକରି କେହି ମୋତେ […]

sachin-pieterson

sachin-pieterson

Subhransu Sekhar
  • Published: Saturday, 27 March 2021
  • Updated: 27 March 2021, 09:45 PM IST

Sports

Latest News

ନୂଆଦିଲ୍ଲୀ: ଟ୍ୱିଟ୍ କରି ବିବାଦରେ ଫସିବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ଷମା ମାଗିଛନ୍ତି ଇଂଲଣ୍ଡ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ।

ସଚିନ ତେନ୍ଦୁଲକର ଶନିବାର ଟ୍ୱିଟ କରି କହିଥିଲେ ଯେ ସେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ଏକାନ୍ତବାସରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସଚିନ୍‌ଙ୍କ ଏହି ଟ୍ୱିଟ୍ ପରେ ପିଟରସନ ଶନିବାର ଅପରାହ୍ନ ୨ଟା ୨୧ ମିନିଟରେ ଏକ ଟ୍ୱିଟ୍ କରି କହିଥିଲେ, ‘ଦୟାକରି କେହି ମୋତେ କହିବେ କି, ଆପଣ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ସାରା ଦୁନିଆକୁ ଏ ସଂପର୍କରେ ଜଣାଇବାର କ’ଣ ଆବଶ୍ୟକତା ରହିଛି?’

ପିଟରସନ୍‌ଙ୍କ ଟ୍ୱିଟ୍‌ ଦେଖି ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଯୁବରାଜ ସିଂହ କାଉଣ୍ଟର କରିଥିଲେ। ସେ ଟ୍ୱିଟ୍ କରି ପଚାରିଥିଲେ- ଆପଣ ଏ ବିଷୟରେ ପୂର୍ବରୁ କାହିଁକି ଭାବି ନଥିଲେ ଓ ଆଜି କାହିଁକି ଭାବିଲେ?

https://twitter.com/YUVSTRONG12/status/1375737363192709121?s=20

ଏହା ପରେ ପିଟରସନ ୨ଟା ୫୦ରେ ଆଉ ଏକ ଟ୍ୱିଟ୍ କରି କହିଥିଲେ ଯେ ସଚିନ ତେନ୍ଦୁଲକର କୋଭିଡ ପଜିଟିଭ ହୋଇଛନ୍ତି। ସେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି। ଏହା ସହିତ ନିଜର ପୂର୍ବ ଟ୍ୱିଟ୍ ପାଇଁ ସେ ସଚିନଙ୍କୁ କ୍ଷମା ମାଗିଥିଲେ।

ପରେ ଯୁବରାଜ ଆଉ ଏକ ଟ୍ୱିଟ୍ କରି କହିଥିଲେ ଯେ ସେ ପିଟରସନ୍‌ଙ୍କ ପ୍ରଶ୍ନ ଉପରେ ଏମିତି ମଜାରେ ପ୍ରଶ୍ନଟି ପଚାରି ଦେଇଥିଲେ।

https://twitter.com/KP24/status/1375739494696157185?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1375739494696157185%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.timesnowhindi.com%2Fcricket%2Farticle%2Fkevin-pietersen-apologized-to-sachin-tendulkar-over-covid-tweet-yuvraj-singh-gives-english-cricketer-a-handy-advice%2F340933

ପିଟରସନ ୩ଟା ୨୦ରେ ଅନ୍ୟ ଏକ ଟ୍ୱିଟରେ ସେଭଳି ଏକ ପ୍ରଶ୍ନ ପଚାରିବା ପଛରେ ନିଜର ଉଦ୍ଦେଶ୍ୟ ବିଷୟରେ ଖୋଲି କହିଥିଲେ। ସେ ଟ୍ୱିଟ୍ କରି କହିଥିଲେ, କାହିଁକି ଅନେକ ଲୋକ କରୋନାରେ ଆକ୍ରାନ୍ତ ବୋଲି ସୋଶାଲ ମିଡିଆରେ ସୂଚନା ଦିଅନ୍ତି? ଏହା ଏକ ଅତି ସରଳ ଓ କାହାକୁ ହାନି ନ ପହଞ୍ଚାଇଲା ଭଳି ପ୍ରଶ୍ନ ଥିଲା। ଏହାର ଉତ୍ତର ହେଉଛି, ଏଭଳି ସୂଚନା ଦେଲେ ଆପଣଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଏ ବିଷୟରେ ଅବଗତ ହୋଇପାରିବେ ଓ ନିଜର ପରୀକ୍ଷା କରାଇପାରିବେ।

https://twitter.com/KP24/status/1375747151616221187?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1375747151616221187%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.timesnowhindi.com%2Fcricket%2Farticle%2Fkevin-pietersen-apologized-to-sachin-tendulkar-over-covid-tweet-yuvraj-singh-gives-english-cricketer-a-handy-advice%2F340933

ସୂଚନାଯୋଗ୍ୟ, ସଚିନ ତେନ୍ଦୁଲକର ଶନିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଚିନ ଟ୍ୱିଟ୍ କରି ଏ ବାବଦରେ ନିଜେ ସୂଚନା ଦେଇଥିଲେ।

https://twitter.com/sachin_rt/status/1375670454162239493?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1375670454162239493%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.timesnowhindi.com%2Fcricket%2Farticle%2Fkevin-pietersen-apologized-to-sachin-tendulkar-over-covid-tweet-yuvraj-singh-gives-english-cricketer-a-handy-advice%2F340933

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos