Advertisment

ଭାରତ-ବାଂଲାଦେଶ ଟେଷ୍ଟ: ଟୋପାଏ ବି ବର୍ଷା ହେଲାନି, ତଥାପି ତୃତୀୟ ଦିନର ଖେଳ ବାତିଲ

ଆଜି ରବିବାର ଥିବାରୁ ମ୍ୟାଚ୍‌ ଦେଖିବାକୁ ଅନେକ ଫ୍ୟାନ୍ସ ଆସିଥିଲେ। ବର୍ଷା ନଥିବାରୁ ମ୍ୟାଚ୍‌ ଆରମ୍ଭ ହେବ ବୋଲି ଆଶା କରି ରହିଥିଲେ। କିନ୍ତୁ ଶେଷରେ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି।

IND

IND

Advertisment

ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ମଧ୍ୟ ଗୋଟିଏ ବି ବଲ ପଡ଼ି ପାରି ନାହିଁ। ବିନା ଖେଳରେ ତୃତୀୟ ଦିନକୁ ବାତିଲ କରି ଦିଆଯାଇଛି। ଦ୍ୱିତୀୟ ଦିନରେ ବର୍ଷା ଯୋଗୁ ଖେଳ ସମ୍ଭବ ହୋଇ ପାରି ନଥିଲା। କିନ୍ତୁ ଆଜି ସକାଳ ପ୍ରାୟ ୮ଟା ୩୦ରୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଟୋପାଏ ବି ବର୍ଷା ହୋଇ ନାହିଁ। ସୂର୍ଯ୍ୟ ମଧ୍ୟ ଉଇଁ ଥିଲେ।

Advertisment

ତଥାପି ଓଦା ଆଉଟ ଫିଲ୍ଡ ଯୋଗୁ ତୃତୀୟ ଦିନର ଖେଳ ସମ୍ଭବ ହୋଇପାରି ନାହିଁ। ଆଜି ରବିବାର ଥିବାରୁ ମ୍ୟାଚ୍‌ ଦେଖିବାକୁ ଅନେକ ଫ୍ୟାନ୍ସ ଆସିଥିଲେ। ବର୍ଷା ନଥିବାରୁ ମ୍ୟାଚ୍‌ ଆରମ୍ଭ ହେବ ବୋଲି ଆଶା କରି ରହିଥିଲେ। କିନ୍ତୁ ଶେଷରେ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି। ଦ୍ୱିତୀୟ ଦିନ ଭଳି ତୃତୀୟ ଦିନରେ ଗୋଟିଏ ବି ବଲ ପଡ଼ି ପାରିନାହିଁ।

ଦ୍ୱିତୀୟ ଦିନରେ ଲଗାଣ ବର୍ଷା ଯୋଗୁ ପୂରା ଗ୍ରାଉଣ୍ଡକୁ ଘୋଡ଼ାଇ ରଖାଯାଇଥିଲା। ହେଲେ ଆଜି ସେମିତି ସ୍ଥିତି ନଥିଲା। ସକାଳ ୮.୩୦ରୁ ବର୍ଷା ହୋଇ ନଥିବାରୁ ସମସ୍ତ କଭରକୁ ୯.୩୦ ସୁଦ୍ଧା କାଢ଼ି ଦିଆଯାଇଥିଲା। ସମସ୍ତେ ଭାବିଥିଲେ ୧ ଘଣ୍ଟା ଭିତରେ ମ୍ୟାଚ୍‌ ଆରମ୍ଭ ହେବ। କିନ୍ତୁ ବୋଲର୍ସ ରନ ଅପ ପାଖରେ ଥିବା ଗୋଟିଏ ଓଦା ସ୍ଥାନ ଓ ଆଉଟ ଫିଲ୍ଡ ଓଦା ଥିବାରୁ ଏହା ସମ୍ଭବ ହୋଇ ପାରି ନଥିଲେ।

Advertisment

ଗ୍ରାଉଣ୍ଡ ଷ୍ଟାଫ ଏହାକୁ ଶୁଖାଇବା ପାଇଁ ଫୁଲଦମରେ ଲାଗି ପଡ଼ିଥିଲେ। କିନ୍ତୁ ଦିନ ୨ଟା ସୁଦ୍ଧା ଏହା ସମ୍ଭବ ପର ହୋଇ ନଥିଲା। ମଧ୍ୟାହ୍ନ ବେଳକୁ ସୂର୍ଯ୍ୟ ମଧ୍ୟ ଉଇଁବା ଆରମ୍ଭ କରିଥିଲେ। ତଥାପି କିଛି ବି ଲାଭ ହୋଇ ନଥିଲା। ଓଦା ଆଉଟ ଫିଲ୍ଡ ଯୋଗୁ ତୃତୀୟ ଦିନକୁ ଅମ୍ପାୟାର ବାତିଲ କରିଥିଲେ।

ପ୍ରଥମ ଦିନ ମଧ୍ୟ ବର୍ଷା ହେବାରୁ କେବଳ ୩୫ ଓଭର ହିଁ ଖେଳା ଯାଇଥିଲା। ବାଂଲାଦେଶ ୩ ୱିକେଟ ହରାଇ ୧୦୭ ରନ କରିଛି। ମୋମିନୁଲ ହକ ୪୦ ଓ ମୁଶଫିକର ରହିମ ୬ ରନ କରି ଅପରାଜିତ ରହିଛନ୍ତି।

ଆଜି ଯଦି ବର୍ଷା ଆଉ ନ ହେବ, ତା’ହେଲେ କାଲି ଠାରୁ ବାଂଲାଦେଶ ବ୍ୟାଟିଂ କରିବ। କିନ୍ତୁ ଟେଷ୍ଟ ମ୍ୟାଚ୍‌ରେ କେବଳ ଦୁଇ ଦିନ ବାକି ଥିବାରୁ ଏହା ଡ୍ର ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Ind Vs Ban Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe