Advertisment

ଅଧାରୁ ବନ୍ଦ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ଆରମ୍ଭ ହେଲା

ଭାରତ ଗତକାଲି ୨୪.୧ ଓଭର୍‌ରେ ୨ ୱିକେଟ ହରାଇ ୧୪୭ ରନ କରିଥିଲା।

author-image
Hemant Lenka
Virat

Virat

ବର୍ଷା ଯୋଗୁ ରବିବାର ଅଧାରୁ ବନ୍ଦ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ଆଜି ସଂରକ୍ଷିତ ଦିବସରେ ଆରମ୍ଭ ହୋଇଛି। ସଂରକ୍ଷିତ ଦିବସ ଅର୍ଥାତ ଆଜି ଦିନ ୩ଟାରେ ମ୍ୟାଚ୍‌ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍‌ ପ୍ରାୟ ୧ ଘଣ୍ଟା ୪୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଛି।

Advertisment

ଭାରତ ଗତକାଲି ୨୪.୧ ଓଭର୍‌ରେ ୨ ୱିକେଟ ହରାଇ ୧୪୭ ରନ କରିଥିଲା। ଆଜି ଏହି ଠାରୁ ଇନିଂସ ଆରମ୍ଭ ହୋଇଛି। ବିରାଟ କୋହଲି (୮) ଓ କେଏଲ ରାହୁଲ (୧୭) ଇନିଂସ ଆରମ୍ଭ କରିଛନ୍ତି।

ପ୍ରଥମ ଇନିଂସ ୪.୪୦ରୁ ଆରମ୍ଭ ହୋଇ ୬.୧୮ ଯାଏ ଚାଲି। ୬.୧୮ରୁ ୬.୪୮ ବିରତି। ଏହାପରେ ପାକିସ୍ତାନ ଇନିଂସ ୬.୪୮ରୁ ଆରମ୍ଭ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲେ ହେଁ କୌଣସି ଓଭର ହ୍ରାସ କରାଯାଇ ନାହିଁ। ଏହାର ଅର୍ଥ ମ୍ୟାଚ୍‌ ପୂରା ୫୦ ଓଭର ଚାଲିବ।

Advertisment

ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଆଜି ଦ୍ରୁତ ବୋଲର ହାରିସ ରୌଫ ବୋଲିଂ କରିବେ ନାହିଁ। ସେ ଆହତ ସମସ୍ୟା ଦେଇ ଗତି କରୁଥିବାରୁ ପାକିସ୍ତାନ ଟିମ ମ୍ୟାନେଜମେଣ୍ଟ ଏପରି ପଦକ୍ଷେପ ନେଇଛି। ସେ ପଡ଼ିଆରେ ଫିଲ୍ଡିଂ ମଧ୍ୟ କରୁ ନାହାନ୍ତି। 

India Vs Pakistan Asia Cup Cricket Asia Cup 2023