Advertisment

କୁହୁଡ଼ି ଯୋଗୁ ଅଧାରେ ଅଟକି ଥିବା ଭାରତ-ନ୍ୟୁଜିଲ୍ୟାଣ୍ଡ ଲଢ଼େଇ ପୁଣି ଆରମ୍ଭ ହେଲା

କୁହୁଡ଼ି ଯୋଗୁ ଅଧାରୁ ଅଟକି ଥିବା ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକାବିଲା ପୁଣି ଆରମ୍ଭ ହୋଇଛି।

author-image
Hemant Lenka
fog

fog

କୁହୁଡ଼ି ଯୋଗୁ ଅଧାରୁ ଅଟକି ଥିବା ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକାବିଲା ପୁଣି ଆରମ୍ଭ ହୋଇଛି। ଆଜି ଭାରତୀୟ ଇନିଂସର ୧୬ତମ ଓଭରରେ ହଠାତ କୁହୁଡ଼ି ମ୍ୟାଚ୍‌ରେ ବାଧକ ସାଜିଥିଲା। ହିମାଚଳ ପ୍ରଦେଶର ଧର୍ମଶାଲାରେ ଖେଳା ଯାଉଥିବା ବିଶ୍ୱକପର ଏହି ମ୍ୟାଚ୍‌ କୁହୁଡ଼ି ଯୋଗୁ ଅଧାରୁ କିଛି ମିନିଟ ପାଇଁ ଅଟକି ଯାଇଥିଲା। ତେବେ କୁହୁଡ଼ି କମିବାରୁ ପୁଣି ଖେଳ ଆରମ୍ଭ ହୋଇଛି। 

Advertisment

ମ୍ୟାଚ୍‌ ସ୍ଥଗିତ ହେବା ବେଳକୁ ଭାରତ ୧୫.୪ ଓଭର୍‌ରେ ୨ ୱିକେଟ ହରାଇ ୧୦୦ ରନ କରିଥିଲା। ବିରାଟ କୋହଲି ୧୪ ବଲରେ ୭ ଓ ଶ୍ରେୟସ ଆୟର ୯ ବଲରେ ୨୧ ରନ କରି ବ୍ୟାଟିଂ କରୁଥିବା ବେଳେ ହଠାତ କୁହୁଡ଼ି ମାଡ଼ି ଆସିଥିଲା। ଫଳରେ ଅମ୍ପାୟାର ବାଧ୍ୟ ହୋଇ ମ୍ୟାଚ୍‌କୁ ଅଧାରେ ଅଟକାଇ ଦେଇଥିଲେ। କିନ୍ତୁ କିଛି ମିନିଟର ବ୍ୟବଧାନ ପରେ ମ୍ୟାଚ୍‌ ପୁଣି ଆରମ୍ଭ ହୋଇଛି। ଏବେ ବି ଆୟର ଓ କୋହଲି ବ୍ୟାଟିଂ କରୁଛନ୍ତି। 

ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୩ ରନ କରିଛି। ଏହାର ଜବାବରେ ଭାରତ ପାଇଁ ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ଦମଦାର ଆରମ୍ଭ କରିଥିଲେ। ଦୁଇ ଜଣ ଯାକ ପ୍ରଥମ ୱିକେଟରେ ୧୧ ଓଭର୍‌ରେ ୭୧ ରନ ଯୋଡ଼ିଥିଲେ।

Advertisment

ଏତିକି ବେଳେ ୪୦ ବଲରେ ୪୬ ରନ କରିଥିବା ରୋହିତ ଆଉଟ ହୋଇ ଯାଇଥିଲେ। ଏହାପରେ ଗିଲ୍‌ ମଧ୍ୟ ୨୬ ରନ କରି ପ୍ୟାଭିଲିୟନ ଫେରିଛନ୍ତି। ଉଭୟଙ୍କ ୱିକେଟ ଲକି ଫର୍ଗୁସନ ନେଇଛନ୍ତି।

ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୮ ଓଭର୍‌ରେ ୨ ୱିକେଟ ହରାଇ ୧୧୭ ରନ କରିଛି। ବିରାଟ ୧୮ ଓ ଆୟର ୨୬ ରନ କରି ବ୍ୟାଟିଂ କରୁଛନ୍ତି। ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ଆଉ ୧୫୭ ରନର ଆବଶ୍ୟକ ରହିଛି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup ICC WC