Advertisment

ଆଫ୍ରିଦିଙ୍କ ଘାତକ ୟର୍କର: ହସ୍ପିଟାଲ ଗଲେ ବ୍ୟାଟର

ମେଲବର୍ଣ୍ଣ: ଆହତ ସମସ୍ୟା ପରେ ଟି-୨୦ ବିଶ୍ୱକପକୁ ଫେରିଥିବା ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଅଭ୍ୟାସ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ କୌଣସି ୱିକେଟ ଦଖଲ କରି ପାରି ନଥିଲେ। ହେଲେ ଆଜି ଆଫଗାନିସ୍ତାନ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଏମିତି ଏକ ଘାତକ ୟର୍କର ପକାଇଥିଲେ ଯେ ଯାହା ଦ୍ୱାରା ଆଫଗାନ ବ୍ୟାଟରଙ୍କୁ ସିଧା ହସ୍ପିଟାଲ ଯିବାକୁ ପଡ଼ିଛି। ଆଫ୍ରିଦି ନିଜର ସୁଇଂ […]

ଆଫ୍ରିଦିଙ୍କ ଘାତକ ୟର୍କର: ହସ୍ପିଟାଲ ଗଲେ ବ୍ୟାଟର

afrid

Advertisment

ମେଲବର୍ଣ୍ଣ: ଆହତ ସମସ୍ୟା ପରେ ଟି-୨୦ ବିଶ୍ୱକପକୁ ଫେରିଥିବା ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଅଭ୍ୟାସ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ କୌଣସି ୱିକେଟ ଦଖଲ କରି ପାରି ନଥିଲେ। ହେଲେ ଆଜି ଆଫଗାନିସ୍ତାନ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।

Advertisment

ସେ ଏମିତି ଏକ ଘାତକ ୟର୍କର ପକାଇଥିଲେ ଯେ ଯାହା ଦ୍ୱାରା ଆଫଗାନ ବ୍ୟାଟରଙ୍କୁ ସିଧା ହସ୍ପିଟାଲ ଯିବାକୁ ପଡ଼ିଛି। ଆଫ୍ରିଦି ନିଜର ସୁଇଂ ଦ୍ୱାରା ଆରମ୍ଭରୁ ଆଫଗାନର ଦୁଇ ଓପନର ହଜରତୁଲ୍ଲା ଜଜାଇ ଓ ରହମନୁଲ୍ଲା ଗୁରବାଜଙ୍କୁ ଅଡ଼ୁଆରେ ପକାଇଥିଲେ। ସେ ଗୁରବାଜଙ୍କୁ ଏମିତି ଏକ ମାରାତ୍ମକ ଇନସୁଇଂ ପକାଇଥିଲେ ଯେ ଏହା ସିଧା ଯାଇ ତାଙ୍କ ଗୋଡ଼ରେ ମାଡ଼ ହୋଇଥିଲା।

ଏହି ବଲରେ ଗୁରବାଜ କେବଳ ଆଉଟ ହୋଇ ନଥିଲେ ବରଂ ସେ ଆହତ ମଧ୍ୟ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସେ ଚାଲିବାକୁ ସକ୍ଷମ ହୋଇ ପାରି ନଥିଲେ। ତୁରନ୍ତ ଆଫଗାନ ଫିଜିଓ ତାଙ୍କର ଚିକିତ୍ସା କରିଥିଲେ। ହେଲେ ତାଙ୍କ ଆହତ ସମସ୍ୟା ଦୂର ହୋଇ ନଥିଲା। ତେଣୁ ତାଙ୍କୁ ସାଥୀ ଖେଳାଳି କାନ୍ଧରେ ପକାଇ ଟେକିଟେକି ପଡ଼ିଆ ବାହାରକୁ ନେଇଥିଲେ।

Advertisment

ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଆହତ ସମସ୍ୟାର ଯାଞ୍ଚ ପାଇଁ ଗୁରବାଜଙ୍କୁ ହସ୍ପିଟାଲ ନିଆଯାଇଛି। ସେଠାରେ ତାଙ୍କର ସ୍କାନ କରାଯାଇଛି। ତେବେ ଏହାର ରିପୋର୍ଟ ଏଯାଏ ସାମ୍ନାକୁ ଆସିନାହିଁ।


ଅଭ୍ୟାସ ମ୍ୟାଚ୍‌ କଥା ବିଚାରକୁ ନେଲେ ମହମ୍ମଦ ନବିଙ୍କ ଅପରାଜିତ ୫୧ ରନ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୪ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ୨.୨ ଓଭର ସୁଦ୍ଧା ବିନା ୱିକେଟରେ ୧୯ ରନ କରିଥିବା ବେଳେ ବର୍ଷା ହୋଇଥିଲା। ତେଣୁ ମ୍ୟାଚ୍‌କୁ ବାତିଲ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe