Advertisment

ଆଇପିଏଲ: ଏହି ସବୁ ଖେଳାଳିଙ୍କୁ କିଣିପାରେ ଚେନ୍ନାଇ

ଚେନ୍ନାଇ: ଆସନ୍ତା ୧୮ ତାରିଖରେ ଆଇପିଏଲ ୨୦୨୧ ପାଇଁ ଖେଳାଳି ନିଲାମ ହେବ। ସବୁ ଦଳ ନିଜର ସ୍କ୍ୱାଡକୁ ଫାଇନାଲ ଟଚ୍‌ ଦେବାକୁ ୧୮ ତାରିଖରେ ଅନୁଷ୍ଠିତ ମିନି ଅକ୍ସନରେ ଭାଗ ନେବେ। ୩ଥର ଆଇପିଏଲ ଜିତିଥିବା ଚେନ୍ନାଇ ସୁପର କିଙ୍ଗସ ୨୦୨୦ରେ ପ୍ରଥମଥର ପାଇଁ ପ୍ଲେ-ଅଫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା। ଏବେ ୨୦୨୧ ଅକ୍ସନ ପୂର୍ବରୁ ଦଳ ଏକାଧିକ ଖେଳାଳିଙ୍କୁ ରିଲିଜ୍‌ କରିଥିବା ବେଳେ ଅନେକଙ୍କୁ ରି-ଟେନ୍‌ କରିଛି। ତେଣୁ ୧୮ ତାରିଖ […]

author-image
Hemant Lenka
ଅଦ୍ୟତନ ହୋଇଛି
ଆଇପିଏଲ: ଏହି ସବୁ ଖେଳାଳିଙ୍କୁ କିଣିପାରେ ଚେନ୍ନାଇ

CSK

ଚେନ୍ନାଇ: ଆସନ୍ତା ୧୮ ତାରିଖରେ ଆଇପିଏଲ ୨୦୨୧ ପାଇଁ ଖେଳାଳି ନିଲାମ ହେବ। ସବୁ ଦଳ ନିଜର ସ୍କ୍ୱାଡକୁ ଫାଇନାଲ ଟଚ୍‌ ଦେବାକୁ ୧୮ ତାରିଖରେ ଅନୁଷ୍ଠିତ ମିନି ଅକ୍ସନରେ ଭାଗ ନେବେ। ୩ଥର ଆଇପିଏଲ ଜିତିଥିବା ଚେନ୍ନାଇ ସୁପର କିଙ୍ଗସ ୨୦୨୦ରେ ପ୍ରଥମଥର ପାଇଁ ପ୍ଲେ-ଅଫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା।

Advertisment

ଏବେ ୨୦୨୧ ଅକ୍ସନ ପୂର୍ବରୁ ଦଳ ଏକାଧିକ ଖେଳାଳିଙ୍କୁ ରିଲିଜ୍‌ କରିଥିବା ବେଳେ ଅନେକଙ୍କୁ ରି-ଟେନ୍‌ କରିଛି। ତେଣୁ ୧୮ ତାରିଖ ନିଲାମ ପ୍ରକ୍ରିୟାରେ ଦଳ କେଉଁ ସବୁ ଖେଳାଳିଙ୍କୁ କିଣିକାର ସମ୍ଭାବନା ରହିଛି ଆସନ୍ତୁ ଜାଣିବା।

ନିଲାମ ପ୍ରକ୍ରିୟା ପୂର୍ବରୁ ଚେନ୍ନାଇ ହରଭଜନ ସିଂହ, ମୁରଲୀ ବିଜୟ, କେଦାର ଯାଦବ ଓ ପୀୟୁଷ ଚାୱଲାଙ୍କ ଭଳି ଖେଳାଳିଙ୍କୁ ରିଲିଜ୍‌ କରିଥିଲା। ଏବେ ଅକ୍ସନରେ ଦଳ କିଛି ଟି-୨୦ ଭେଟରନାଙ୍କୁ କିଣିବାର ସମ୍ଭାବନା ରହିଛି। ଶେନ ୱାଟସନ ଅବସର ନେଇ ଯାଇଥିବାରୁ ଦଳ ଜଣେ ଓପନରଙ୍କୁ କିଣିପାରେ।

Advertisment

ବର୍ତ୍ତମାନ ଦଳ ପାଖରେ ଋତୁରାଜ ଗାଏକ୍ୱାଡ ଓ ଫାଫ ଡୁପ୍ଲେସିସଙ୍କ ରୂପରେ ଦୁଇ ଜଣ ଓପନର ରହିଛନ୍ତି। ସେହିପରି ୨୦୨୧ରେ ସୁରେଶ ରାଇନା ମଧ୍ୟ ୩ନଂ ସ୍ଥାନରେ ବ୍ୟାଟିଂ କରିବେ। ଦଳ ପାଖରେ ଜଣେ ବିଦେଶୀ ଖେଳାଳିଙ୍କୁ କିଣିବାର ସ୍ଲଟ ବାକି ରହିଛି। ତେଣୁ ୱାଟସନଙ୍କ ବଦଳରେ ଚେନ୍ନାଇ ବ୍ୟାକଅପ ଓପନର ଭାବେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚଙ୍କୁ କିଣିପାରେ। ଫିଞ୍ଚଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରିଲିଜ୍‌ କରି ସାରିଛି। ଫିଞ୍ଚ ୮୭ଟି ଆଇପିଏଲ ମ୍ୟାଚ୍‌ ଖେଳି ୨୦୦୫ ରନ୍‌ କରିଛନ୍ତି।

ଚେନ୍ନାଇର ମଧ୍ୟକ୍ରମରେ ନିଜେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଅମ୍ବାତି ରାୟୁଡୁ ଓ ସାମ କରାନ ରହିଛନ୍ତି। ଡ୍ୱେନ ବ୍ରାଭୋ ମଧ୍ୟ ସ୍କ୍ୱାଡରେ ଅଛନ୍ତି। ତେଣୁ ଦଳ ମଧ୍ୟକ୍ରମ ପାଇଁ କୌଣସି ଖେଳାଳିଙ୍କୁ କିଣି ନ ପାରେ।

ସ୍ପିନର କଥା ବିଚାରକୁ ନେଲେ ଦଳ ପାଖରେ ଭେଟରାନ ଇମ୍ରାନ ତାହିର ରହିଛନ୍ତି। ଅବଶ୍ୟ ୨୦୨୦ ସଂସ୍କରଣରେ ସେ ୩ଟି ମ୍ୟାଚ୍‌ ଖେଳିଥିଲେ। ତଥାପି ୨୦୨୧ ନିଲାମ ପୂର୍ବରୁ ଦଳ ତାଙ୍କୁ ରିଲିଜ୍‌ କରିନାହିଁ। ତାଙ୍କ ସହ ରବୀନ୍ଦ୍ର ଜାଡେଜା, କରନ ଶର୍ମା, ଆର ସାଇ କିଶୋର ଓ ମିଚେଲ ସାଣ୍ଟନର ରହିଛନ୍ତି। କିନ୍ତୁ ଦଳ ହରଭଜନ ସିଂହ ଓ ପୀୟୁଷ ଚାୱଲାଙ୍କୁ ଛାଡ଼ିଥିବାରୁ ଅକ୍ସନ ବେଳେ ଜଣେ ସ୍ପିନରଙ୍କୁ କିଣିପାରେ। ଜାଡେଜା ମଧ୍ୟ ଏବେ ଆହତ ଅଛନ୍ତି। ତେଣୁ ତାଙ୍କ ବ୍ୟାକଅପ ଭାବେ ଚେନ୍ନାଇ ପବନ ନେଗୀଙ୍କ ପାଖକୁ ଯାଇପାରେ।

ଦଳର ଦ୍ରୁତ ବୋଲିଂ ଆଟାକରେ ଲୁଙ୍ଗି ଏନଗିଡି, ଜୋଶ ହେଜେଲଉଡ, ଦୀପକ ଚହର, କେଏମ ଆସିଫ ଓ ଶାର୍ଦ୍ଦୁଲ ଠାକୁର ରହିଛନ୍ତି। ତଥାପି ଦଳ ଆଉ ଜଣେ ଭାରତୀୟ ଦ୍ରୁତ ବୋଲରଙ୍କୁ ସ୍କ୍ୱାଡରେ ସାମିଲ କରିପାରେ। ଏହି ସ୍ଥାନ ପାଇଁ ମୋହିତ ଶର୍ମା ପୂରା ‍ଫିଟ୍‌ ଅଛନ୍ତି। ପୂର୍ବରୁ ମଧ୍ୟ ମୋହିତ ଶର୍ମା ଚେନ୍ନାଇ ସ୍କ୍ୱାଡରେ ଥିଲେ। ହେଲେ ଦୁଇ ବର୍ଷ ତଳେ ତାଙ୍କୁ ଦଳ ରିଲିଜ କରିଦେଇଥିଲା। ଏବେ ତାଙ୍କୁ ପୁଣି ଚେନ୍ନାଇ ସୁଯୋଗ ଦେବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ : ଫେସବୁକ-ଟ୍ୱିଟର୍‌ର ଅପବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ

IPL 2021