Advertisment

୫ ମାସ ହେଲା ଦରମା ପାଇ ନାହାନ୍ତି ପାକିସ୍ତାନ କ୍ରିକେଟ ଟିମର ଖେଳାଳି!

ଜାତୀୟ ଟିମର ସଦସ୍ୟମାନଙ୍କୁ ପିସିବି ୫ ମାସ ହେଲା ଦରମା ମଧ୍ୟ ଦେଉ ନାହିଁ ବୋଲି ପାକିସ୍ତାନର କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରଶିଦ ଲତିଫ ଦାବି କରିଛନ୍ତି।

Pakistan

Pakistan

Advertisment

ବିଶ୍ୱକପର ସେମି ଫାଇନାଲ ଦୌଡ଼ରୁ ଏକ ପ୍ରକାରର ବାଦ ପଡ଼ିଥିବା ପାକିସ୍ତାନ କ୍ରିକେଟ ଟିମର ଖେଳାଳିଙ୍କୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଜାକା ଅଶରଫଙ୍କ ସମେତ ଅନ୍ୟ ଅଧିକାରୀମାନେ ବିଶ୍ୱକପରେ ବ୍ୟସ୍ତ ଥିବା ଖେଳାଳିଙ୍କ ମେସେଜକୁ ଅଣଦେଖା କରିବାରେ ଲାଗିଛନ୍ତି।

Advertisment

ଅଧିନାୟକ ବାବର ଆଜାମଙ୍କ ମେସେଜକୁ ବି ସେମାନେ ଧ୍ୟାନ ଦେଉ ନାହାନ୍ତି। ଏପରି କି ଜାତୀୟ ଟିମର ସଦସ୍ୟମାନଙ୍କୁ ପିସିବି ୫ ମାସ ହେଲା ଦରମା ମଧ୍ୟ ଦେଉ ନାହିଁ ବୋଲି ପାକିସ୍ତାନର କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରଶିଦ ଲତିଫ ଦାବି କରିଛନ୍ତି।

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ପାକିସ୍ତାନ ଏଯାଏ ୬ଟି ମ୍ୟାଚ୍‌ ଖେଳିଥିବା ବେଳେ ୪ଟିରେ ହାରିଛି। ଶୁକ୍ରବାର ପାକିସ୍ତାନ କଡ଼ା ସଂଘର୍ଷ କରିଥିଲେ ହେଁ ଦକ୍ଷିଣ ଆଫ୍ରିକା ଠାରୁ ୧ ରନରେ ହାରି ଯାଇଛି। ପାକିସ୍ତାନ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବା ବେଳେ ସେମି ଫାଇନାଲରେ ପ୍ରବେଶ କରିବା ଆଶା କ୍ଷୀଣ ରହିଛି। ଏସବୁ ଭିତରେ ଲତିଫଙ୍କ ବୟାନ ସାମ୍ନାକୁ ଆସିଛି।

Advertisment

ପାକିସ୍ତାନ ଖେଳାଳିଙ୍କ ନୈରାଶଜନକ ପ୍ରଦର୍ଶନକୁ ନେଇ ବିଭିନ୍ନ ପ୍ରକାରର ମତ ପାଉଥିବା ବେଳେ ୫ମ ମାସ ହେଲା ଦରମା ନ ପାଇବା ଏକ ପ୍ରମୁଖ କାରଣ ବୋଲି ଲତିଫ କହିବାକୁ ଚେଷ୍ଟା କରିଛନ୍ତି।

ସେ କହିଛନ୍ତି, “ବାବର ଆଜମ ବାରମ୍ବାର ପିସିବି ଅଧ୍ୟକ୍ଷଙ୍କୁ ମେସେଜ କରୁଛନ୍ତି। କିନ୍ତୁ ସେ କୌଣସି ପ୍ରକାରର ଉତ୍ତର ଦେଉ ନାହାନ୍ତି। ପିସିବି ସିଓଓ ସଲମାନ ନସୀରଙ୍କୁ ମଧ୍ୟ ସେ ମେସେଜ କରିଥିଲେ। ସେ ମଧ୍ୟ କୌଣସି ପ୍ରକାରର ଉତ୍ତର ଦେଉ ନାହାନ୍ତି। ଦେଶର ଅଧିନାୟକଙ୍କ ମେସେଜର ଜବାବ ନ ଦେବାର କାରଣ କ’ଣ?

ଏହାପରେ ଆପଣ କେବଳ ପ୍ରେସ ରିଲିଜ ଜାରି କରୁଛନ୍ତି। ଆପଣ ଆହୁରି କହୁଛନ୍ତି ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିକୁ ପୁଣି ବିଚାର କରାଯିବ। ଖେଳାଳିମାନେ ୫ ମାସ ହେଲା ଦରମା ପାଇ ନାହାନ୍ତି। ଏପରି ସ୍ଥିତିରେ ଖେଳାଳିମାନଙ୍କ ଅବସ୍ଥା କ’ଣ ଥିବ? ସେମାନେ ପିସିବି କଥା ଶୁଣିବେ କି?”

ପିସିବି ପାକିସ୍ତାନ ଖେଳାଳିମାନଙ୍କୁ ଉପଯୁକ୍ତ ସମର୍ଥନ କରୁ ନଥିବାରୁ, ସେମାନେ ଅସନୁଷ୍ଟ ଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଲତିଫଙ୍କ ବୟାନ ସାମ୍ନାକୁ ଆସିଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe