Advertisment

ବିସିସିଆଇ ଚୁକ୍ତିରୁ ବାଦ ପଡ଼ିଲେ ଅନେକ ଷ୍ଟାର ଖେଳାଳି

କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିବା ଜାଡେଜାଙ୍କୁ ବିସିସିଆଇ A+ ବର୍ଗକୁ ପଦୋନ୍ନତି ଦେଇଛି। କିନ୍ତୁ କେଏଲ ରାହୁଲ ତଳକୁ ଖସିଛନ୍ତି।

ଅଦ୍ୟତନ ହୋଇଛି
Deepak Chahar

Deepak Chahar

Advertisment

ବିସିସିଆଇ ପକ୍ଷରୁ ଜାରି କରାଯାଇଛି ଖେଳାଳିଙ୍କ ସହ ହୋଇଥିବା ବାର୍ଷିକ ଚୁକ୍ତି ତାଲିକା ବା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ। ଏହି କଣ୍ଟ୍ରାକ୍ଟ ଲିଷ୍ଟରୁ ଅନେକ ଷ୍ଟାର ଖେଳାଳି ବାଦ ପଡ଼ିଛନ୍ତି। ଏହାର ଅର୍ଥ ଏମାନଙ୍କ କ୍ୟାରିୟରର ଏକପ୍ରକାରର ଶେଷ ହୋଇଯାଇଥିବା କୁହାଯାଉଛି। ସେହିପରି ବିସିସିଆଇ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ପ୍ରମୋସନ ଦେଇଛି। ବର୍ତ୍ତମାନ ସେ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରାଙ୍କ ଗ୍ରେଡରେ ସସ୍ଥାନ ପାଇଛନ୍ତି।

Advertisment

କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିବା ଜାଡେଜାଙ୍କୁ ବିସିସିଆଇ A+ ବର୍ଗକୁ ପଦୋନ୍ନତି ଦେଇଛି। କିନ୍ତୁ କେଏଲ ରାହୁଲ ତଳକୁ ଖସିଛନ୍ତି। ପୂର୍ବରୁ A ଗ୍ରେଡରେ ଥିବା ରାହୁଲ Bକୁ ଖସି ଯାଇଛନ୍ତି। ଅକ୍ଷର ପଟେଲ B ଗ୍ରେଡରୁ Aକୁ ଉଠିଛନ୍ତି। 

ତେବେ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ଅନେକ ଷ୍ଟାର ତଥା ଯୁବକ ଖେଳାଳି ବାଦ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚୁକ୍ତିରୁ ବାଦ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ଭୁବନେଶ୍ୱର କୁମାର, ଅଜିଙ୍କ୍ୟ ରାହାଣେ, ଈଶାନ୍ତ ଶର୍ମା, ରିଦ୍ଧିମାନ ସାହା, ଦୀପକ ଚହର ଓ ହନୁମା ବିହାରୀ ରହିଛନ୍ତି। ଈଶାନ୍ତ, ରିଦ୍ଧିମାନ ଓ ରାହାଣେଙ୍କ ସ୍ଥାନ ଆଉ ଟିମ ଇଣ୍ଡିଆର ନଥିବା ଅନେକ ଦିନକୁ ଚର୍ଚ୍ଚା ହେଉଥିଲା। କିନ୍ତୁ ଯୁବ ତାରକା ଦୀପକ ଚହର ଓ ସୁଇଂ ସ୍ପେଶାଲିଷ୍ଟ ଭୁବିଙ୍କୁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ହଠାତ୍‌ ବାଦ ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି।

Advertisment

କୁହାଯାଉଛି ଯେ ଭୁବିଙ୍କୁ ରିପ୍ଲେସ କରିବାକୁ ଏବେ ଟିମ ଇଣ୍ଡିଆରେ ଅନେକ ଖେଳାଳି ଆସିଗଲେଣି। ପୂର୍ବଭଳି ଭୁବି ମଧ୍ୟ ଆଉ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି। ତେଣୁ ତାଙ୍କ ଚୁକ୍ତିକୁ ବିସିସିଆଇ ବାତିଲ କରିଛି। ଦୀପକ ଚହରଙ୍କ ପାଖରେ ଦକ୍ଷତା ଥିଲେ ମଧ୍ୟ ବାରମ୍ବାର ଆହତ ହେବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି କାରଣରୁ ବିସିସିଆଇ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି।

ଦୀପକ ହୁଡ୍ଡା, କେଏସ ଭରତ ଓ ଅର୍ଶଦୀପଙ୍କ ଭଳି ଯୁବକ ଖେଳାଳିଙ୍କୁ ବିସିସିଆଇ ଗ୍ରେଡ Cରେ ରଖିଛି। ତେବେ ଦୀର୍ଘଦିନ ହେଲା ଟିମ ଇଣ୍ଡିଆରୁ ବାଦ ପଡ଼ିବା ସତ୍ତ୍ୱେ ଶିଖର ଧୱନ ଏବେ ବି ଗ୍ରେଡ Cରେ ନିଜକୁ ରଖିବାକୁ ସକ୍ଷମ ହୋଇଛନ୍ତି।

ବିସିସିଆଇ କଣ୍ଟ୍ରାକ୍ଟ ଲିଷ୍ଟ ୨୦୨୨-୨୩

ଗ୍ରେଡ A+: ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା

ଗ୍ରେଡ A: ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ଋଷଭ ପନ୍ତ, ଅକ୍ଷର ପଟେଲ

ଗ୍ରେଡ B: ଚେତେଶ୍ୱର ପୂଜାରା, କେଏଲ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟ କୁମାର ଯାଦବ, ଶୁବମନ ଗିଲ

ଗ୍ରେଡ C: ଉମେଶ ଯାଦ, ଶିଖର ଧୱନ, ଶାର୍ଦ୍ଦୁଲ ଠାକୁର, ଈଶାନ କିଶନ, ଦୀପକ ହୁଡ୍ଡା, ୟୁଜି ଚହଲ, କୁଲଦୀପ ଯାଦବ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ ଓ କେଏସ ଭରତ।

ଏ+ ଚୁକ୍ତିରେ ରହୁଥିବା ଖେଳାଳି ବାର୍ଷିକ ୭ କୋଟି, ଏ ଗ୍ରୁପରେ ଥିବା ଖେଳାଳିଙ୍କୁ ୫ କୋଟି, ବି ଗ୍ରୁପରେ ଥିବା ଖେଳାଳିଙ୍କୁ ୩ କୋଟି ଓ ଗ୍ରୁପ ସି’ରେ ଥିବା ଖେଳାଳିଙ୍କୁ ବିସିସିଆଇ ୧ କୋଟି ଲେଖାଏ ଟଙ୍କା ଦେଇଥାଏ। କେଉଁ ଖେଳାଳି କେଉଁ ଗ୍ରୁପରେ ରହିବେ, ସେକଥା ବସିସିଆଇ ଜାତୀୟ ଚୟନ କମିଟି ସହ ମିଶି ନେଇଥାଏ।

ଏ+ ଓ ଏ ଗ୍ରୁପରେ ରହୁଥିବା ଖେଳାଳିମାନେ ସବୁ ଫର୍ମାଟର ସକ୍ରିୟ ସଦସ୍ୟ ଥିବେ କିମ୍ବା ଟେଷ୍ଟ ସହ ସୀମିତ ଓଭରର ଗୋଟିଏ ଫର୍ମାଟରେ ନିୟମିତ ଖେଳୁଥିବେ। ଗ୍ରୁପ ବି’ରେ ସ୍ଥାନ ପାଉଥିବା ଖେଳାଳି ଅତିକମରେ ୨ଟି ଫର୍ମାଟ ଖେଳୁଥିବା ଦରକାର। ସେହିପରି ଗ୍ରୁପ ସି’ର ଖେଳାଳି ସାଧାଣତଃ ଗୋଟିଏ ଫର୍ମାଟରେ ଖେଳି ଥାଆନ୍ତି।

Bcci Indian Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe