Advertisment

ବାରାଣସୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ, ରହିବ ତ୍ରିଶୁଳ ଆକାରର ଫ୍ଲଡଲାଇନ ଓ ଲାଗିବ ବେଲ ପତ୍ର

ଶିଳାନ୍ୟାଶ ଅବସରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକର, ବିସିସିଆଇ ସଭାପତି ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହ ପ୍ରମୁଖ ଉପସ୍ଥିତ ଥିଲେ।

ଅଦ୍ୟତନ ହୋଇଛି
Stadium

Stadium

Advertisment

ଉତ୍ତର ପ୍ରଦେଶର ବାରାଣସୀରେ ତିଆରି ହେବ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ। ଆଜି ଏଥିପାଇଁ ଶିଳାନ୍ୟାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରାଣସୀ ହେଉଛି ମୋଦିଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ। ମହାଦେବ ଶିବଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିୟମକୁ ନିର୍ମାଣ କରାଯିବ।

Advertisment

ଶିଳାନ୍ୟାଶ ଅବସରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକର, ବିସିସିଆଇ ସଭାପତି ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହ ପ୍ରମୁଖ ଉପସ୍ଥିତ ଥିଲେ।

ବାରାଣସୀ ଷ୍ଟାଡିୟମକୁ ନୂଆ ଶୈଳୀରେ ନିର୍ମାଣ କରିବାକୁ ଏଲ ଆଣ୍ତ ଟିକୁ ଦାୟିତ୍ୱ ଦିଆଯାଇଛି। କାଶୀ ବିଶ୍ୱନାଥଙ୍କ ଘାଟ ଷ୍ଟାଇଲରେ ଏହାର ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

Advertisment

ଷ୍ଟାଡିୟମ ପାଇଁ ୩୦ ଏକର ଜମି ଉତ୍ତର ପ୍ରଦେଶ ସରକାର ପ୍ରାୟ ୧୨୧ କୋଟି ଟଙ୍କାରେ ଯୋଗାଇ ଦେଇଛନ୍ତି। ଷ୍ଟାଡିୟମ ନିର୍ମାଣ ପାଇଁ ୩୩୦ କୋଟି ଟଙ୍କା ବିସିସିଆଇ ଦେବ।

ଗଞ୍ଜାରୀ ଠାରେ ନିର୍ମାଣ ହେବାକୁ ଥିବା ଷ୍ଟାଡିୟମର ସୁନ୍ଦରତା ବୃଦ୍ଧି କରିବା ପାଇଁ ଡମ୍ବୁରୁ ଆକାରର କାଚ ଲାଗିବ। ଷ୍ଟାଡିୟମର ଛାତ ଅର୍ଦ୍ଧ ଚନ୍ଦ୍ରାକାର ହେବାକୁ ଥିବା ବେଳେ ଫ୍ଲଡଲାଇନ ତ୍ରିଶୁଳ ଭଳି ରହିବ। କାଶୀ ବିଶ୍ୱନାଥ ଘାଟରେ ଯେଉଁ ଭଳି ପାହାଚ ରହିଛି, ଠିକ ସେହିପରି ଷ୍ଟାଡିୟମ ଭିତରେ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ହେବ।

ଷ୍ଟାଡିୟମରେ ବେଲ ପତ୍ର ଆକାରର ମେଟାଲିକ ଜିନିଷ ପଦ ଲାଗିବ। କ୍ରିକେଟ ଷ୍ଟାଡିୟମର ଡିଜାଇନ କାଶୀର ପ୍ରତିଛବିକୁ ଦର୍ଶାଇବ। ଷ୍ଟାଡିୟମରେ ଏକାସାଙ୍ଗରେ ୩୦ ହଜାର ଲୋକ ବସି ପାରିବେ। ସେମାନଙ୍କ ପାଇଁ ସମସ୍ତ ପ୍ରକାରର ଆଧୁନିକ ବ୍ୟବସ୍ଥା ମଧ୍ୟ ଷ୍ଟାଡିୟମ ଭିତରେ କରାଯିବ।

ବାରାଣସୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଆସନ୍ତା ୨୦୨୫ ଡିସେମ୍ବର ସୁଦ୍ଧା ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହୋଇ ସାରିଥିବ ବୋଲି କୁହାଯାଉଛି। ଏହି ଷ୍ଟାଡିୟମରେ ୭ଟି ପିଚ୍‌ ତିଆରି କରାଯିବ। ଆଜି ଏଲ ଆଣ୍ଡ ଟି ପକ୍ଷରୁ ଏହାର ନକ୍ସା ମଧ୍ୟ ଜାରି କରାଯାଇଛି। 

ଏହାକୁ ମିଶାଇ ଉତ୍ତର ପ୍ରଦେଶରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ସଂଖ୍ୟା ୩କୁ ବୃଦ୍ଧି ପାଇବ। କାରଣ ପୂର୍ବରୁ ଲକ୍ଷ୍ନୌ ଓ କାନପୁରରେ ଦୁଇଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ରହିଛି।

Uttar Pradesh PM Modi Cricket Sachin Tendulkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe