Advertisment

ବିଶ୍ୱକପ ମହାମୁକାବିଲା: ଟିମ୍ ଇଣ୍ଡିଆକୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ବିଶ୍ୱକପ୍ ମହାମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟ ଯୋଗେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଶୁଭକାମନା ଜଣାଇଛନ୍ତି।

PM Modi & Indian player

PM Modi & Indian player

Advertisment

ଆଜି ସମଗ୍ର ଭାରତରେ ପର୍ବ-ପର୍ବାଣୀର ମାହୋଲ୍, ଯେପରି ହୋଲି କିମ୍ବା ଦୀପାବଳି ହେଉଛି। ବାସ୍ତବରେ କିନ୍ତୁ ଏ ପର୍ବ ବିଶ୍ୱକପର। ଦିନିକିଆ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତର ବିଜୟୀ କାମନାରେ ସମଗ୍ର ଦେଶରେ ଚାଲିଛି ପୂଜା-ପାଠ ସାଙ୍ଗକୁ ହୋମ-ଯଜ୍ଞ। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିମ୍ ଇଣ୍ଡିଆକୁ ଚିଅର୍ ଅପ୍ କରିଛନ୍ତି।

Advertisment

ବିଶ୍ୱକପ୍ ମହାମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟ ଯୋଗେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, "ଟିମ୍ ଇଣ୍ଡିଆକୁ ଶୁଭକାମନା। 140 କୋଟି ଭାରତୀୟ ଆପଣମାନଙ୍କୁ ଉତ୍ସାହିତ କରୁଛନ୍ତି। ଆପଣମାନେ ଚମକନ୍ତୁ, ଭଲ ଖେଳନ୍ତୁ ଏବଂ କ୍ରୀଡ଼ାବିତ୍ ସ୍ପିରିଟକୁ ସମର୍ଥନ କରନ୍ତୁ।" 

Advertisment

ଆଜି ବିଶ୍ୱକପ୍ ବିଗ୍ ଫାଇଟରେ ମୁହାଁମୁହିଁ ହେଉଛନ୍ତି ଭାରତ-ଅଷ୍ଟ୍ରେଲିଆ। ଗୁଜରାଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍। ଦିନ ଗୋଟାଏରେ ଟସ୍ ପଡିବା ପରେ ଦୁଇଟାରେ ମ୍ୟାଚ୍ ଆରମ୍ଭ ହେବ। ଏଥିପାଇଁ ଦୁଇ ଟିମର ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚି ସାରିଛନ୍ତି।

ଚଳିତ ବିଶ୍ୱକପ୍ ଯାତ୍ରାରେ ଭାରତୀୟ ଟିମ୍ ଏପର୍ଯ୍ୟନ୍ତ 10ଟି ମ୍ୟାଚ୍ ଖେଳି ସବୁଥିରେ ବିଜୟ ଲାଭ କରିଛି। ଫାଇନାଲରେ ମଧ୍ୟ କଙ୍ଗାରୁ ଟିମକୁ ମାତ୍ ଦେଇ ଟିମ୍ ଇଣ୍ଡିଆ ବିଶ୍ୱ ବିଜୟୀ ହେବ ବୋଲି ସମସ୍ତଙ୍କ ଆଶା। 

Narendra Modi World Cup ICC World Cup CWC Final PM Wishes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe