Advertisment

ବିଶ୍ୱକପ୍‌ ବଦଳରେ ରାହୁଲ ଓ ରୋହିତଙ୍କ ହାତ ଧରିଲେ ମୋଦି

ସକାଳ ୬ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଟିମର ସଦସ୍ୟମାନେ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।

author-image
Hemant Lenka
PM Modi

PM Modi

ବାର୍ବାଡସରେ ଟି-୨୦ ବିଶ୍ୱକପ ଜିତିବା ପରେ ଆଜି ଭାରତୀୟ ଦଳ ସ୍ୱଦେଶ ଫେରିଛି। ସକାଳ ୬ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଟିମର ସଦସ୍ୟମାନେ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।

Advertisment

ବିଶ୍ୱକପ ଓ ଭାରତୀୟ ଟିମ ସହ ପ୍ରଧାନମନ୍ତ୍ରୀ ବେଶ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ସମସ୍ତେ ଗୋଟିଏ ଫଟୋ ଉଠାଇଛନ୍ତି। ତେବେ ସାମ୍ନାକୁ ଆସିଥିବା ଫଟୋ ସମସ୍ତଙ୍କୁ ଚକିତ କରିଛି।

ଫଟୋ ଉଠାଇବା ବେଳେ ପ୍ରଧାନମନ୍ତ୍ରୀ ଟି-୨୦ ବିଶ୍ୱକପ ଟ୍ରଫିକୁ ସ୍ପର୍ଶ କରି ନାହାନ୍ତି। ସେ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ ହାତକୁ ଧରି ଫଟୋ ପୋଜ ଦେଇଛନ୍ତି।

Advertisment

ରାହୁଲ ଓ ରୋହିତ ନିଜ ନିଜର ଗୋଟିଏ ହାତରେ ଟ୍ରଫି ଧରିଛନ୍ତି। ଟ୍ରଫିଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ରହିଛି। ହେଲେ ସେ ଟ୍ରଫି ବଦଳରେ ନିଜର ଦୁଇ ହାତରେ ରାହୁଲ ଓ ରୋହିତଙ୍କ ହାତକୁ ଧରି ଫଟୋ ଉଠାଇଛନ୍ତି। ମୋଦିଙ୍କ ଏଭଳି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କୁହାଯାଏ ଯେ ଟ୍ରଫି ଓ ମେଡାଲକୁ କେବଳ ବିଜୟୀ ଟିମର ସଦସ୍ୟ ବା ଆଥଲେଟମାନେ ସ୍ପର୍ଶ କରିବା ଦରକାର। କାରଣ ସେମାନେ ପରିଶ୍ରମ କରି ଏହାର ହକଦାର ବନିଛନ୍ତି।

ସମ୍ଭବତଃ ଉକ୍ତ କାରଣ ପାଇଁ ମୋଦି ବିଶ୍ୱକପ ଟ୍ରଫିକୁ ସ୍ପର୍ଶ କରି ନଥିବା ଚର୍ଚ୍ଚା ହେଉଛି। କାରଣ ୧୩ ବର୍ଷ ପରେ ଭାରତୀୟ ଟିମର ସଦସ୍ୟମାନେ ହିଁ ପରିଶ୍ରମ କରି ଦେଶ ପାଇଁ ଟ୍ରଫି ହାତେଇଛନ୍ତି। ତେଣୁ ମୋଦି ଟ୍ରଫିର ହକଦାର କେବଳ ଖେଳାଳି ଓ କୋଚ ବୋଲି ଜଣାଇବାକୁ ଏପରି କରିଛନ୍ତି। 

ଅନ୍ୟପକ୍ଷରେ ଆଜି ବିସିସିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନମୋ ଜର୍ସି ମଧ୍ୟ ଉପହାର ଆକାରରେ ଦିଆଯାଇଛି। ମୋଦିଙ୍କ ସହ ବୈଠକ ପରେ ଖେଳାଳିମାନେ ଦିଲ୍ଲୀ ଏୟାରପୋର୍ଟ ଯାଇଥିଲେ।

ସେଠାରୁ ସେମାନେ ମୁମ୍ବାଇ ଆସିଛନ୍ତି। ଏବେ ମୁମ୍ବାଇର ମାରିନ ଡ୍ରାଇଭ ରୋଡ୍‌ରୁ ୱାଙ୍ଖଡେ ଷ୍ଟାଡିୟମ ଯାଏ ବିଜୟ ଶୋଭାଯାତ୍ରା ଆରମ୍ଭ ହୋଇଛି।

T20 World Cup T20 Cricket Team India