Advertisment

ଅଶ୍ୱିନଙ୍କୁ ଚିଠି ଲେଖିଲେ ମୋଦି, କହିଲେ- ଆପଣଙ୍କ କ୍ୟାରମ୍‌ ବଲ୍‌ ସମସ୍ତଙ୍କୁ ବୋଲ୍ଡ କରିଦେଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଚିଠିରେ ଅଶ୍ୱିନଙ୍କୁ ପ୍ରଶଂସା କରିଛନ୍ତି। ଅଶ୍ୱିନଙ୍କ ଅଫ୍ ସ୍ପିନରେ ଥିବା ଜଲୱା ଓ ବିପକ୍ଷ ବ୍ୟାଟରଙ୍କୁ ଘାଇଲା କରିବାର କ୍ଷମତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।

Ashwin

Ashwin

Advertisment

ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅପ୍ରତ୍ୟାଶିତ ଢଙ୍ଗରେ ଅବସର ଘୋଷଣା କରିଥିବା କିମ୍ବଦନ୍ତୀ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାବବିହ୍ୱଳ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଶ୍ୱିନଙ୍କୁ ୧୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ପାଇଁ ସେ ଅଭିନନ୍ଦନ ବି ଜଣାଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଚିଠିରେ ଅଶ୍ୱିନଙ୍କୁ ପ୍ରଶଂସା କରିଛନ୍ତି। ଅଶ୍ୱିନଙ୍କ ଅଫ୍ ସ୍ପିନରେ ଥିବା ଜଲୱା ଓ ବିପକ୍ଷ ବ୍ୟାଟରଙ୍କୁ ଘାଇଲା କରିବାର କ୍ଷମତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, “ ଅନ୍ତର୍ଜାତୀୟ କ୍ରିକେଟରୁ ଆପଣଙ୍କ ଅବସର ଘୋଷଣା ଭାରତ ତଥା ବିଶ୍ୱର ପ୍ରଶଂସକଙ୍କୁ ଚକିତ କରିଛି। ଏକ ସମୟରେ ଯେତେବେଳେ ସମସ୍ତେ ଆପଣଙ୍କ ଠାରୁ ଅଧିକ ଅଫ୍ ବ୍ରେକ୍ ଆଶା କରୁଥିଲେ ସେତେବେଳେ ଆପଣ ଗୋଟିଏ କ୍ୟାରମ ବଲ୍ ପକାଇ ସମସ୍ତଙ୍କୁ କ୍ଲିନବୋଲ୍ଡ କରି ଦେଇଛନ୍ତି। ଆପଣଙ୍କ ଅବସରରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ତଥାପି ସମସ୍ତେ ବୁଝିଛନ୍ତି ଯେ ଏହା ମଧ୍ୟ ଆପଣଙ୍କ ପାଇଁ ଏକ କଷ୍ଟଦାୟକ ନିଷ୍ପତ୍ତି ଥିଲା, ବିଶେଷ କରି ଯେତେବେଳେ ଆପଣ ଭାରତ ପାଇଁ ଖେଳିବା ବେଳେ ଗୋଟିଏ ଅତୁଳନୀୟ କ୍ୟାରିୟର କରିଥିଲେ।”

Advertisment

ମୋଦି ଆହୁରି ଲେଖିଛନ୍ତି ଯେ “ନିଜର ସୁନ୍ଦର କ୍ୟାରିୟର ପାଇଁ ଦୟା କରି ମୋର ହାର୍ଦ୍ଦିକ ଶୁଭେଚ୍ଛା ଗ୍ରହଣ କରନ୍ତୁ। ଏହି କ୍ୟାରିୟର ପ୍ରତିଭା, କଠିନ ପରିଶ୍ରମ ଓ ସବୁ ପରିସ୍ଥିତିରେ ଟିମକୁ ଉପରେ ରଖିବା ଭଳି ପଦକ୍ଷେପରେ ଭରି ରହିଛି। ଏବେ ଆପଣ ଅନ୍ତର୍ଜାତୀୟ କ୍ୟାରିୟରକୁ ଅଲବିଦା କହି ସାରିଛନ୍ତି। ତେଣୁ ଆମେ ଜର୍ସି ନମ୍ବର ୯୯କୁ ବହୁତ ମିସ କରିବୁ। ଆପଣ ବୋଲିଂ କରିବାକୁ ଆସିବା ବେଳେ କ୍ରିକେଟ ପ୍ରେମୀ କରୁଥିବା ଅନୁଭବକୁ ମଧ୍ୟ ମିସ କରିବେ।

ଆପଣ ଅନ୍ତର୍ଜାତୀୟ କ୍ରିକେଟରେ ନେଇଥିବା ସମସ୍ତ ୭୬୫ ୱିକେଟ ସ୍ୱତନ୍ତ୍ର। ଆପଣ ଟେଷ୍ଟ ମ୍ୟାଚରେ ସର୍ବାଧିକ ଥର ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇବାର ରେକର୍ଡ କରିଛନ୍ତି। ଏଥିରୁ ବିଗତ ବର୍ଷ ଗୁଡ଼ିକରେ ଟେଷ୍ଟ କ୍ରିକେଟରେ ଦଳର ସଫଳତାରେ ଆପଣଙ୍କ ଯୋଗଦାନକୁ ପ୍ରଦର୍ଶିତ କରୁଛି। 

ଉଭୟ ପଡ଼ିଆ ଭିତରେ ଓ ବାହାରେ କ୍ରିକେଟର ଆମ୍ବାସାଡାର ଭାବେ ଆପଣ ଦେଶ ଓ ଆପଣଙ୍କ ପରିବାରକୁ ଗର୍ବିତ କରିଛନ୍ତି। ଏହି ଅବସରରେ ମୁଁ ଆପଣଙ୍କ ବାପା ମା’, ପତ୍ନୀ ପ୍ରୀତି ଓ ଦୁଇ ଝିଅଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି। ସେମାନଙ୍କ ବଳିଦାନ ଓ ସମର୍ଥନ ଯୋଗୁ ଆପଣ ନିଶ୍ଚିତ ଭାବେ କ୍ରିକେଟର ଭାବେ ଆଗକୁ ଯାଇଛନ୍ତି ବୋଲି ମୁଁ ନିଶ୍ଚିତ। ମୋର ଆଶା ଏବେ ଆପଣ ସେମାନଙ୍କ ସହ ଅଧିକ ସମୟ ବିତାଇବେ।

ପ୍ରତିକୂଳ ମୁହୂର୍ତ୍ତରେ ଆପଣଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ସମସ୍ତେ ଦେଖିଛନ୍ତି। ଆପଣଙ୍କ ମା’ ହସ୍ପିଟାଲରେ ରହିଥିବା ବେଳେ ଆପଣ କେମିତି ଉଡ଼ାଣ ଭରି ଦଳର ସହାୟତା କରିବାକୁ ଆସିଥିଲେ, ସେକଥା ଆମ ସମସ୍ତଙ୍କର ମନେ ରହିଛି।

ସେହିପରି ଚେନ୍ନାଇ ବନ୍ୟା ବେଳେ ଆପଣ ପରିବାର ଲୋକଙ୍କ ସହ ଯୋଗାଯୋଗ କରିପାରୁ ନଥିଲେ। ତଥାପି ଭାରତ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଏକଥା କେହି କେବେ ଭୁଲିବେ ନାହିଁ।”

PM Modi Ravichandran Ashwin Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe