Advertisment

ହେଲିକପ୍ଟରରୁ ମ୍ୟାଚ୍ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଚେନ୍ନାଇ ଗସ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ହେଲିକପ୍ଟରରେ ଥାଇ ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ଦେଖିଛନ୍ତି। ଶୁଣିଲେ ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ବାସ୍ତବ କଥା ହେଉଛି ଚେନ୍ନାଇ ଗସ୍ତ ବେଳେ ମୋଦି ଯେତେବେଳେ ଏମ୍. ଚିଦାମ୍ବରମ ଷ୍ଟାଡିୟମ ନିକଟରେ ଯାଉଥିଲେ, ସେହି ସମୟରେ ଭାରତ ଓ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ ଚାଲିଥିଲା। ଏହି ଟେଷ୍ଟକୁ ପ୍ରଧାନମନ୍ତ୍ରୀ ଦୂର ଆକାଶରୁ ଦେଖିଛନ୍ତି। […]

ଅଦ୍ୟତନ ହୋଇଛି
ହେଲିକପ୍ଟରରୁ ମ୍ୟାଚ୍ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

chennai

Advertisment

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଚେନ୍ନାଇ ଗସ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ହେଲିକପ୍ଟରରେ ଥାଇ ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ଦେଖିଛନ୍ତି। ଶୁଣିଲେ ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ବାସ୍ତବ କଥା ହେଉଛି ଚେନ୍ନାଇ ଗସ୍ତ ବେଳେ ମୋଦି ଯେତେବେଳେ ଏମ୍. ଚିଦାମ୍ବରମ ଷ୍ଟାଡିୟମ ନିକଟରେ ଯାଉଥିଲେ, ସେହି ସମୟରେ ଭାରତ ଓ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ ଚାଲିଥିଲା। ଏହି ଟେଷ୍ଟକୁ ପ୍ରଧାନମନ୍ତ୍ରୀ ଦୂର ଆକାଶରୁ ଦେଖିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ବିଳମ୍ବ ନକରି ନିଜର ଟ୍ୱିଟର୍ ହ୍ୟାଣ୍ଡଲରେ ଷ୍ଟାଡିୟମର ଫଟୋ ଶେଆର୍ କରିଛନ୍ତି, ଯେଉଁଥିରେ ଧଳା ରଙ୍ଗର ଶାର୍ଟ ପିନ୍ଧିଥିବା ଖେଳାଳିଙ୍କୁ ଦେଖିବାକୁ ମିଳିଛି। ଫଟୋରେ ମେଟ୍ରୋ ଟ୍ରେନ୍ ମଧ୍ୟ ନଜର ଆସୁଛି। ସୁଉଚ୍ଚରୁ ଷ୍ଟାଡିୟମ ଓ ଏହାର ଆଖପାଖ ଦୃଶ୍ୟ ବେଶ ମନମୋହିଛି। ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଆକାଶମାର୍ଗରୁ ଚେନ୍ନାଇରେ ଚାଲିଥିବା ରୋମାଞ୍ଚକର ମୁକାବିଲାର ଦୃଶ୍ୟ ଦେଖିବାକୁ ପାଇଲି।

https://twitter.com/narendramodi/status/1360872166175113217?s=20

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଛି। ତେବେ ତୃତୀୟ ଓ ଚତୁର୍ଥ ଟେଷ୍ଟ ମୋଦିଙ୍କ ଘରୋଇ ରାଜ୍ୟ ଗୁଜରାଟର ଅହମ୍ମଦାବାଦରେ ଖେଳାଯିବ। ନବନିର୍ମିତ ସର୍ଦ୍ଦାର ପଟେଲ୍ ଷ୍ଟାଡିୟମରେ ପ୍ରଥମଥର ଟେଷ୍ଟ କ୍ରିକେଟ୍ ଖେଳାଯିବ। ଏହାକୁ ଦୁନିଆର ସବୁଠାରୁ ବଡ଼ ଷ୍ଟାଡିୟମ କୁହାଯାଉଛି, ଯେଉଁଠାରେ ୧ଲକ୍ଷ ୧୦ଜହାର ଦର୍ଶକ ମ୍ୟାଚ୍ ଦେଖିବାର ମଜା ଉଠାଇପାରିବେ।

Advertisment
Narendra Modi PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe