Advertisment

ହସ୍ପିଟାଲ ବେଡ୍‌ରେ ଶାମି, ମୋଦି କହିଲେ ଏମିତି କଥା

ଶାମି ଖୁବଶୀଘ୍ର ତାଙ୍କ ଆହତ ସମସ୍ୟାକୁ ମାତ ଦେଇ ପୁଣି ଖେଳିବେ ବୋଲି ମୋଦି ଆଶା ବ୍ୟକ୍ତ କରିଛନ୍ତି।

shami

shami

Advertisment

ଦୀର୍ଘଦିନ ଧରି ଗୋଇଠି ସମସ୍ୟା ଦେଇ ଗତି କରୁଥିବା ଷ୍ଟାର ବୋଲର ମହମ୍ମଦ ଶାମିଙ୍କର ସର୍ଜରୀ ଲଣ୍ଡନରେ ଶେଷ ହୋଇଛି। ସର୍ଜରୀ ହୋଇଥିବା ନେଇ ଶାମି ଫଟୋ ପୋଷ୍ଟ କରିବା ପରେ ଘଟଣା ସମ୍ପର୍କରେ ସମସ୍ତେ ସୂଚନା ପାଇଛନ୍ତି।

Advertisment

ଏହି ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ଯୋଗେ ଶାମିଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଶାମି ଖୁବଶୀଘ୍ର ତାଙ୍କ ଆହତ ସମସ୍ୟାକୁ ମାତ ଦେଇ ପୁଣି ଖେଳିବେ ବୋଲି ମୋଦି ଆଶା ବ୍ୟକ୍ତ କରିଛନ୍ତି।

ମୋଦି କହିଛନ୍ତି, “ମୁଁ ଆପଣଙ୍କର ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୁଭକାମନା ଜଣାଉଛି। ମୁଁ ନିଶ୍ଚିତ ଯେ ଆପଣ ବେଶ ସାହାସର ସହ ଏହି ଆହତ ସମସ୍ୟାରୁ ଯଥାଶୀଘ୍ର ମୁକୁଳିବେ।”

Advertisment

ସୋମବାର ଲଣ୍ଡନରେ ଶାମିଙ୍କ ଗୋଇଠି ଜନିତ ସମସ୍ୟାର ସର୍ଜରୀ ହୋଇଛି। ଅପରେସନ ସଫଳତାର ସହ ଶେଷ ହୋଇଥିଲେ ହେଁ ସେ ମାର୍ଚ୍ଚ ୨୨ରୁ ମେ’ ୨୬ ଯାଏ ଖେଳା ଯିବାକୁ ଥିବା ଆଇପିଏଲରେ ଭାଗ ନେଇ ପାରିବେ ନାହିଁ। ଶାମି ମଧ୍ୟ ସୁସ୍ଥ ହେବାକୁ ସମୟ ଲାଗିବ ବୋଲି ଏକ୍ସ ଯୋଗେ ହସ୍ପିଟାଲରେ ଥିବା ବେଳର ଫଟୋ ସହ ପୋଷ୍ଟ କରିଛନ୍ତି।

ଦିନିକିଆ ବିଶ୍ୱକପ ଫାଇନାଲ ପରଠାରୁ ଶାମି ଆଉ ଭାରତୀୟ ଟିମ ପାଇଁ କ୍ରିକେଟ ଖେଳି ନାହାନ୍ତି। ବିଶ୍ୱକପର ୭ଟି ମ୍ୟାଚ୍‌ ଖେଳିଥିବା ଶାମି ୨୪ଟି ୱିକେଟ ନେଇଥିଲେ। ବିଶ୍ୱକପ ବେଳେ ମଧ୍ୟ ସେ ଗୋଇଠି ଜନିତ ସମସ୍ୟାରେ ପଡ଼ିଥିଲେ। କିନ୍ତୁ ଏହାକୁ ଖାତିର ନ କରି ସେ ଦେଶ ପାଇଁ ବୋଲିଂ କରିଥିଲେ।

ଆଇପିଏଲରେ ଗୁଜରାଟ ଟାଇଟନ୍ସ ପାଇଁ ଖେଳୁଥିବା ଶାମି ଚଳିତ ବର୍ଷ ନଜର ଆସିବା ନାହିଁ। ତେଣୁ ଏହା ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। କାରଣ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ ନିୟମ ଦ୍ୱାରା ଗୁଜରାଟରୁ ମୁମ୍ବାଇକୁ ଚାଲି ଯାଇଛନ୍ତି।

PM Modi Mohammed Shami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe