ପୋଲାର୍ଡ ପାୱାର, ମୁମ୍ବାଇର ରେକର୍ଡ ବ୍ରେକିଂ ବିଜୟ

ନୂଆଦିଲ୍ଲୀ: କାଇରନ୍ ପୋଲାର୍ଡ ପାୱାର ହିଟିଂ ଦମରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ । ପାଞ୍ଚଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଜି ଖେଳାଯାଇଥିବା ଆଇପିଏଲର ଏକ ହାଇଭୋଲଟେଜ୍ ମୁକାବିଲାରେ ଚେନ୍ନାଇ ସୁପର୍ କିଙ୍ଗସକୁ ୪ ୱିକେଟରେ ପରାସ୍ତ କରିଛି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୧୮ ରନ୍ କରିଥିଲା । ଜବାବରେ ମୁମ୍ବାଇ ଶେଷ ବଲରେ ମ୍ୟାଚକୁ ଜିତି ନେଇଛି । ଗୋଟିଏ ପଟେ ଆଇପିଏଲରେ ଚେନ୍ନାଇର ଏହା ସର୍ବାଧିକ […]

KIERON-POLLARD

KIERON-POLLARD

Ranjit Kumar Jena
  • Published: Saturday, 01 May 2021
  • Updated: 01 May 2021, 11:55 PM IST

ନୂଆଦିଲ୍ଲୀ: କାଇରନ୍ ପୋଲାର୍ଡ ପାୱାର ହିଟିଂ ଦମରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ । ପାଞ୍ଚଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଜି ଖେଳାଯାଇଥିବା ଆଇପିଏଲର ଏକ ହାଇଭୋଲଟେଜ୍ ମୁକାବିଲାରେ ଚେନ୍ନାଇ ସୁପର୍ କିଙ୍ଗସକୁ ୪ ୱିକେଟରେ ପରାସ୍ତ କରିଛି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୧୮ ରନ୍ କରିଥିଲା । ଜବାବରେ ମୁମ୍ବାଇ ଶେଷ ବଲରେ ମ୍ୟାଚକୁ ଜିତି ନେଇଛି । ଗୋଟିଏ ପଟେ ଆଇପିଏଲରେ ଚେନ୍ନାଇର ଏହା ସର୍ବାଧିକ ସ୍କୋର ହୋଇଥିବା ବେଳେ ମୁମ୍ବାଇ ମଧ୍ୟ ରେକର୍ଡ ଚେଜ୍ କରିଛି ।

ମୁମ୍ବାଇ ବିଜୟରେ ହିରୋ ଭୂମିକା ବହନ କରିଥିବା ପୋଲାର୍ଡ ମାତ୍ର ୩୪ ବଲରେ ୮୭ ରନର ବିଧ୍ୱଂସୀ ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୬ ଚୌକା ଓ ୮ ବିଶାଳ ଛକା ସାମିଲ୍ ଅଛି । ପରାଜୟ ସତ୍ତ୍ୱେ ଚେନ୍ନାଇ ପ୍ରଥମ ସ୍ଥାନରେ ରହିଥିବା ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିଛି ।

୨୧୯ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇକୁ ଭଲ ଷ୍ଟାର୍ଟ ମିଳିଥିଲା । କ୍ୟାପଟେନ୍ ରୋହିତ୍ ଶର୍ମା ଓ କ୍ୱିଣ୍ଟନ୍ ଡି’କକ୍ ପ୍ରଥମ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିଲେ । କିନ୍ତୁ ଏହି ସେଟ୍ ଯୋଡ଼ିକୁ ଭାଙ୍ଗିଥିଲେ ଶାର୍ଦ୍ଦୁଲ ଠାକୁର । ରୋହିତ୍ ୩୫ (୨୪ ବଲ୍‌, ୪ ଚୌକା, ୧ ଛକା) ରନ୍ କରି ଶାର୍ଦ୍ଦୁଲଙ୍କ ଶିକାର ହୋଇଥିଲେ । ଏହା ପରେ ଡି’କକ୍ (୩୮)ଙ୍କୁ ଆଉଟ୍ କରିଥିଲେ ମୋଇନ୍ ଅଲୀ । ଇନଫର୍ମ ସୂର୍ଯ୍ୟକୁମାର ଯାଦବ (୩)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ରବୀନ୍ଦ୍ର ଜାଡେଜା ।

୮୧ ରନ୍ ଭିତରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ମୁମ୍ବାଇକୁ ପୁଣିଥରେ ଟ୍ରାକକୁ ଆଣିଥିଲେ ପୋଲାର୍ଡ । ପୋଲାର୍ଡଙ୍କୁ ସାଥ୍ ଦେଇଥିଲେ କୃନାଲ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୮୯ ରନର ଭାଗିଦାରୀ କରିଥିଲେ । କୃନାଲ୍ ୨୩ ବଲରେ ୩୨ (୨ ଚୌକା, ୨ ଛକା) ରନ୍ କରି ସାମ୍ କୁରାନଙ୍କ ଶିକାର ହୋଇଥିଲେ । କୃନାଲଙ୍କ ଭାଇ ହାର୍ଦ୍ଦିକ ମଧ୍ୟ ଲଗାତର ୨ଟି ଛକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ । କିନ୍ତୁ କୁରାନଙ୍କ ବଲରେ ଆଉ ଏକ ଛକା ମାରିବା ପ୍ରୟାସରେ ହାର୍ଦ୍ଦିକ ନିଜ ୱିକେଟ୍ ହରାଇ ବସିଥିଲେ । ହାର୍ଦ୍ଦିକ ମାତ୍ର ୭ ବଲରେ ୧୬ ରନ୍ କରିଥିଲେ । ଜେମ୍ସ ନିଶାମ ଖାତା ଖୋଲିପାରିନଥିଲେ । ଶେଷ ଓଭରରେ ମୁମ୍ବାଇକୁ ୧୬ ରନ୍ ଆବଶ୍ୟକ ଥିବା ବେଳେ ପୋଲାର୍ଡ ଷ୍ଟ୍ରାଇକ୍ ଜାରି ରଖି ଶେଷ ବଲରେ ମୁମ୍ବାଇକୁ ଜିତାଇଥିଲେ ।

ଏହା ପୂର୍ବରୁ ଅମ୍ବାତି ରାୟୁଡୁଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଫାଫ୍ ଡୁପ୍ଲେସିସ୍ ଓ ମୋଇନ୍ ଅଲୀଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ବଡ଼ ସ୍କୋର କରିଥିଲା । ଚେନ୍ନାଇ ପକ୍ଷରୁ ରାୟୁଡୁ ମାତ୍ର ୨୭ ବଲରେ ୪ ଚୌକା ଓ ୭ ଛକା ସହ ସର୍ବାଧିକ ୭୨ ରନ୍ କରି ଅପରାଜିତ ଥିଲେ । ସେହିପରି ଡୁପ୍ଲେସିସ୍ ୫୦ ଓ ମୋଇନ୍ ୫୮ ରନର ଇନିଂସ୍ ଖେଳିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story