Advertisment

ରାଶିଦ ଖାନଙ୍କୁ ଧୋଇଲେ ପୋଲାର୍ଡ, ୫ ବଲରେ ମାରିଲେ ୫ ଛକା: ଦେଖନ୍ତୁ ଭିଡିଓ

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ରାଶିଦ ଖାନଙ୍କୁ ପୋଲାର୍ଡ ଭଲ ଭାବେ ଧୋଇଛନ୍ତି। ତାଙ୍କୁ ସେ ଲଗାତର ୫ ବଲରେ ୫ ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି।

author-image
Hemant Lenka
Pollard

Pollard

କାଏରନ ପୋଲାର୍ଡ ଅବଶ୍ୟ ଅନ୍ତର୍ଜାତୀୟ କ୍ରିକେଟ ସହ ଆଇପିଏଲରୁ ଅବସର ନେଇ ସାରିଛନ୍ତି। କିନ୍ତୁ ଏବେ ବି ୱେଷ୍ଟଇଣ୍ଡିଜ୍‌ ପାୱାର ହାଉସ ପୋଲାର୍ଡଙ୍କ ଟ୍ୟାଙ୍କରେ ଅନେକ ତେଲ ରହିଛି। ଏହାର ପ୍ରାମଣ ସେ ଦ ହଣ୍ଡରେଡ ଟୁର୍ଣ୍ଣାମେଣ୍ଟରେ ଦେଇଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ରାଶିଦ ଖାନଙ୍କୁ ପୋଲାର୍ଡ ଭଲ ଭାବେ ଧୋଇଛନ୍ତି। ତାଙ୍କୁ ସେ ଲଗାତର ୫ ବଲରେ ୫ ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି।

Advertisment

ସର୍ଦନ ବ୍ରେଭ ପକ୍ଷରୁ ଖେଳୁଥିବା ପୋଲାର୍ଡ ଟ୍ରେଣ୍ଟ ରକେଟ୍ସର ରାଶିଦ ଖାନଙ୍କୁ ୫ ବଲରେ ୫ ଛକା ମାରିଛନ୍ତି। ପୋଲାର୍ଡଙ୍କ ବିସ୍ଫୋରଣ ଯୋଗୁ ବ୍ରେଭ ଟିମ ୧୨୭ ରନର ଟାର୍ଗେଟକୁ ଗୋଟିଏ ବଲ ପୂର୍ବରୁ ହାସଲ କରି ନେଇଛନ୍ତି। ସାଉଥାମ୍ପଟନରେ ଅଗଷ୍ଟ ୧୦ରେ ଦୁଇ ଦଳ ଦ ହଣ୍ଡରେଡରେ ମୁହାଁମୁହିଁ ହୋଇଥିଲେ।

Advertisment

ରାଶିଦ ମ୍ୟାଚ୍‌ର ପ୍ରଥମ ୧୫ରେ ମାତ୍ର ୧୦ ରନ ଦେଇଥିଲେ। ଏଥିସହ ଗୋଟିଏ ୱିକେଟ ମଧ୍ୟ ହାସଲ କରିଥିଲେ। ହେଲେ ମାତ୍ର ୫ଟି ବଲରେ ପୋଲାର୍ଡ ତାଙ୍କ ବୋଲିଂ ଫିଗରକୁ ପୂରା ଓଲଟପାଲଟ କରି ଦେଇଛନ୍ତି। ପୋଲାର୍ଡଙ୍କ ଟିମକୁ ୨୦ ବଲରେ ୪୯ ରନ ଦରକାର ଥିଲା।

ଏହି ସମୟରେ ପୋଲାର୍ଡ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ପୋଲାର୍ଡଙ୍କ ଧୁଲେଇ ପରେ ମ୍ୟାଚ୍‌ର ମୋଡ ବଦଳି ଯାଇଥିଲା। ବ୍ରେଭ ଟିମକୁ ଶେଷ ୧୫ ବଲରେ କେବଳ ୧୯ ରନର ଆବଶ୍ୟକ ରହିଥିଲା। ପୋଲାର୍ଡ ୨୩ ବଲରେ ୪୫ ରନର ଇନିଂସ ଖେଳିଛନ୍ତି।

୫ଟି ଛକା ମାରିବା ପରେ ସେ ଆଉ ୨ଟି ଚୌକା ମାରିଥିଲେ। ଏହାପରେ କ୍ଲାଭିନ ହାରିସନଙ୍କ ଦ୍ୱାରା ରନ ଆଉଟ ହୋଇଯାଇଥିଲେ। ପୋଲାର୍ଡଙ୍କ ପରେ ଆସିଥିବା କ୍ରିସ ଜୋର୍ଡାନ ଚୌକା ମାରି ଦଳକୁ ଗୋଟିଏ ବଲ ପୂର୍ବରୁ ବିଜୟୀ କରାଇଥିଲେ।

Cricket Kieron Pollard Rashid Khan