ଅଲ୍ ଓଡ଼ିଶା ଅଣ୍ଡର-୧୪ କ୍ରିକେଟ୍: ଜୁଭେନାଇଲ୍ ବିଦା, ସେମିରେ ପ୍ରଗତି ସ୍ପୋର୍ଟିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ପ୍ରଗତି ସ୍ପୋର୍ଟିଂ ୧୩୮ ରନରେ ଜୁଭେନାଇଲକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ପ୍ରଗତି ସ୍ପୋର୍ଟିଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୫ ଓଭରରେ ୬ ୱିକେଟ୍ ହରାଇ ୨୯୨ ରନ୍ କରିଥିଲା। ଦଳ ପକ୍ଷରୁ ଦୀପ୍ତାଂଶୁ ପ୍ରିୟଦର୍ଶୀ ସର୍ବାଧିକ ୭୯ ରନ୍ କରିଥିବା ବେଳେ ସୌମ୍ୟ ରଞ୍ଜନ ୩୬ ଓ […]

LLCC

Ranjit Kumar Jena
  • Published: Tuesday, 02 March 2021
  • , Updated: 02 March 2021, 07:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ପ୍ରଗତି ସ୍ପୋର୍ଟିଂ ୧୩୮ ରନରେ ଜୁଭେନାଇଲକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ପ୍ରଗତି ସ୍ପୋର୍ଟିଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୫ ଓଭରରେ ୬ ୱିକେଟ୍ ହରାଇ ୨୯୨ ରନ୍ କରିଥିଲା।

ଦଳ ପକ୍ଷରୁ ଦୀପ୍ତାଂଶୁ ପ୍ରିୟଦର୍ଶୀ ସର୍ବାଧିକ ୭୯ ରନ୍ କରିଥିବା ବେଳେ ସୌମ୍ୟ ରଞ୍ଜନ ୩୬ ଓ ସ୍ପନ୍ଦନ ମହାନ୍ତି ୩୬ ରନ୍ କରିଥିଲେ। ଜୁଭେନାଇଲ୍ ପକ୍ଷରୁ ବୈଭବ ମହାନ୍ତି ଓ ସିମନ୍ତ ନାୟକ ୨ଟି ଲେଖାଏ ସଫଳତା ହାସଲ କରିଥିଲେ। ଜବାବରେ ଜୁଭେନାଇଲ୍ ୨୪.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୪ ରନ୍ କରି ପରାସ୍ତ ହୋଇଥିଲା।

ଦଳ ପକ୍ଷରୁ ଦେବୀପ୍ରସନ୍ନ ରାୟ ୪୫, ସିଦ୍ଧାର୍ଥ ଗୁପ୍ତା ୨୨ ଓ ସିମନ୍ତ ନାୟକ ୧୨ ରନ୍ କରିଥିଲେ। ପ୍ରଗତି ସ୍ପୋର୍ଟିଂ ପକ୍ଷରୁ ସୌମ୍ୟରଞ୍ଜନ ଓ ଦୀପ୍ତାଂଶୁ ପ୍ରିୟଦର୍ଶୀ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ବିଜେତା ଦଳର ଦୀପ୍ତାଂଶଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ ମାନସ ମୋଟୱାନୀ। ଖେଳକୁ ଅଜୟ ନାୟକ ଓ ଶାଶ୍ୱତୀ ଶତପଥୀ ପରିଚାଳନା କରିଥିଲେ। ଆସନ୍ତାକାଲି ତୃତୀୟ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ପାରାମାଉଣ୍ଟ ଓ ଓସ୍କାର ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହେବ।

Related story