Advertisment

୧୪ ବର୍ଷରୁ କମ ଦୁଇ ଦିବସୀୟ ମ୍ୟାଚ୍‌, ଜିତିଲା ପ୍ରଗତି ସ୍ପୋର୍ଟିଂ

ପ୍ରଥମ ଦିବସରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଏଲଏଲସିସି ୭୨ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୦୮ ରନ କରିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
LLCC

LLCC

ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ୧୪ ବର୍ଷରୁ କମ ଦୁଇ ଦିବସୀୟ ଡ୍ୟୁଜ ବଲ କ୍ରିକେଟ ମ୍ୟାଚ୍‌ରେ ବିଜୟୀ ହୋଇଛି ପ୍ରଗତି ସ୍ପୋର୍ଟିଂ। ଭୁବନେଶ୍ୱରର ଏଲଏଲସିସି ପକ୍ଷରୁ କଟକର ନିମପୁରରେ ଏହି ଦୁଇ ଦିବସୀୟ ମ୍ୟାଚ୍‌ର ଆୟୋଜନ କରାଯାଇଥିଲା। ଏଲଏଲସିସି ଓ ପ୍ରଗତି ସ୍ପୋର୍ଟିଂ ମଧ୍ୟରେ ଲଢ଼େଇ ହୋଇଥିଲା।  ଶନିବାର ଓ ରବିବାର ଧରି ଚାଲିଥିବା ଏହି ମ୍ୟାଚ୍‌ରେ ଆୟୋଜକ ଦଳକୁ ପ୍ରଗତି ୫ ୱିକେଟରେ ପରାସ୍ତ କରିଛି।

Advertisment

ପ୍ରଥମ ଦିବସରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଏଲଏଲସିସି ୭୨ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୦୮ ରନ କରିଥିଲା। ଦଳ ପକ୍ଷରୁ ଆଦିତ୍ୟ ସର୍ବାଧିକ ୭୨ ରନ କରିଥିବା ବେଳେ ଅର୍ଣ୍ଣବ ୩୭ ରନ ଓ ସାହିଲ ସତ୍ୟବ୍ରତ ୨୭ ରନର ଇନିଂସ ଖେଳିଥିଲେ। ପ୍ରଗତି ପକ୍ଷରୁ ଅସୀମ ବରାଳ ଓ ଅନମୋଲ ପଟ୍ଟନାୟକ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଆଦିତ୍ୟ ଓ ଆୟୁଷ୍ମାନ ଦୁଇଟି ଲେଖାଏ ସଫଳତା ପାଇଥିଲେ।

ଦ୍ୱିତୀୟ ଦିନରେ ପ୍ରଗତି ଏହି ରନର ପିଛା କରିବା ଆରମ୍ଭ କରିଥିଲା। ଧାର୍ଯ୍ୟ ଟାର୍ଗେଟକୁ ଦଳ ମାତ୍ର ୩୩.୨ ଓଭର୍‌ରେ ୫ ୱିକେଟ ହରାଇ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଯଶବନ୍ତ ପ୍ରଧାନ ଅପରାଜିତ ୧୧୭ ରନ ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଛି। ଯଶବନ୍ତଙ୍କ ବ୍ୟତୀତ ଅଧିନାୟକ ଆଦର୍ଶ କୁମାର ୬୦ ଓ ଆଦିତ୍ୟ ଷଡ଼ଙ୍ଗୀ ଅପରାଜିତ ୧୭ ରନର ଇନିଂସ ଖେଳିଛନ୍ତି। 

Advertisment

ଏଲଏଲସିସି ପକ୍ଷରୁ ସାହିଲ ଓ ଜୟପ୍ରକାଶ ୨ଟି ଲେଖାଏ ସଫଳତା ପାଇଥିବା ବେଳେ ଦୀପକ ବରାଳଙ୍କୁ ଗୋଟିଏ ୱିକେଟ ମିଳିଛି।

ମ୍ୟାଚର ମୁଖ୍ୟ ଅତିଥି ଭାବେ ଏଲଏଲସିସିର ସଂପାଦକ ପଙ୍କଜ କୁମାର ଦାସ ଯୋଗ ଦେଇଥିଲେ। ତାଙ୍କ ହାତରୁ ଶ୍ରେଷ୍ଠ ଫିଲ୍ଡର ଭାବେ ଅମିତେଶ ସାହୁ ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ଯଶବନ୍ତ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ୍‌ ସହ ଶ୍ରେଷ୍ଠ ବ୍ୟାଟର ଓ ଅସୀମ ବରାଳ ଶ୍ରେଷ୍ଠ ବରାଳ ପୁରସ୍କାର ଜିତିଛନ୍ତି। ଫ୍ରେଣ୍ଡ୍ସ କପ୍‌ ନାଁରେ ଏଲଏଲସିସି ପକ୍ଷରୁ ପ୍ରଥମ ଥର ପାଇଁ ଏପରି ଡେଜ ମ୍ୟାଚ୍‌ ଆୟୋଜନ କରାଯାଇଥିଲା। 

Odisha LLCC Pragati