Advertisment

କୁଚ୍ ବେହାର ଟ୍ରଫିରେ ଇତିହାସ ରଚିଲେ ପ୍ରଖର ଚତୁର୍ବେଦୀ, ଭାଙ୍ଗିଲା ଯୁବରାଜ ସିଂହଙ୍କ ୨୫ ବର୍ଷ ତଳର ରେକର୍ଡ

କର୍ଣ୍ଣାଟକା ଚଳିତ କୁଚ୍ ବେହାର ଟ୍ରଫିର ଚାମ୍ପିୟନ ହୋଇଛି। ଆଜି ଫାଇନାଲ ମ୍ୟାଚ୍‌ର ଚତୁର୍ଥ ତଥା ଶେଷ ଦିନ ଥିବା ବେଳେ ପ୍ରଥମ ଇନିଂସରେ ଅଗ୍ରଣୀ ଆଧାରରେ କର୍ଣ୍ଣାଟକାକୁ ବିଜୟୀ ଘୋଷଣା କରାଯାଇଥିଲା।

ଅଦ୍ୟତନ ହୋଇଛି
Prakhara and Yuvaraj

Prakhara and Yuvaraj

Advertisment

କୁଚ୍ ବେହାର ଟ୍ରଫିର ଫାଇନାଲରେ ଇତିହାସ ରଚିଛନ୍ତି କର୍ଣ୍ଣାଟକାର ପ୍ରଖର ଚତୁର୍ବେଦୀ। ଏହି ୧୯ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍‌ରେ ସେ ମୁମ୍ବାଇ ବିପକ୍ଷରେ ଅପରାଜିତ ୪୦୪ ରନ୍ କରିଛନ୍ତି। ୬୩୮ଟି ବଲ୍‌ରୁ ୪୬ଟି ଚୌକା ଓ ୩ଟି ଛକା ସହାୟତାରେ ସେ ଏହି ରନ୍ କରିଛନ୍ତି।

Advertisment

ଏହା ସହିତ ପ୍ରଖର ଟିମ୍ ଇଣ୍ଡିଆର ପୂର୍ବତନ ସଦସ୍ୟ ଯୁବରାଜ ସିଂହଙ୍କ ୨୫ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ୧୯୯୯ରେ କୁଚ୍ ବେହାର ଟ୍ରଫି ଫାଇନାଲରେ ପଞ୍ଜାବ ପକ୍ଷରୁ ଖେଳୁଥିବା ଯୁବରାଜ ସିଂହ ବିହାର ବିପକ୍ଷରେ ୩୫୮ ରନ୍ କରିଥିଲେ। ସେତେବେଳେ ମହେନ୍ଦ୍ର ସିଂହ ଧୋନୀ ବିହାର ଟିମ୍‌ର ସଦସ୍ୟ ଥିଲେ।

କୁଚ୍ ବେହାର ଟ୍ରଫିରେ ମୋଟାମୋଟି (କେବଳ ଫାଇନାଲ୍ ମ୍ୟାଚ୍‌ ନୁହେଁ, ସମସ୍ତ ମ୍ୟାଚ୍‌କୁ ହିସାବକୁ ନେଲେ) ଭାବେ ଦେଖିଲେ ପ୍ରଖରଙ୍କ ଏହି ସ୍କୋର ହେଉଛି ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ୨୦୧୧ରେ ମହାରାଷ୍ଟ୍ର ପକ୍ଷରୁ ବିଜୟ ଜୋଲ ଆସାମ ବିପକ୍ଷରେ ୪୫୧ ରନ୍ କରିଥିଲେ, ଯାହା ଏବେ ବି ରେକର୍ଡ ହୋଇ ରହିଛି।

Advertisment

କର୍ଣ୍ଣାଟକା ଚଳିତ କୁଚ୍ ବେହାର ଟ୍ରଫିର ଚାମ୍ପିୟନ ହୋଇଛି। ଆଜି ଫାଇନାଲ ମ୍ୟାଚ୍‌ର ଚତୁର୍ଥ ତଥା ଶେଷ ଦିନ ଥିବା ବେଳେ ପ୍ରଥମ ଇନିଂସରେ ଅଗ୍ରଣୀ ଆଧାରରେ କର୍ଣ୍ଣାଟକାକୁ ବିଜୟୀ ଘୋଷଣା କରାଯାଇଥିଲା। ଶିମୋଗା ସ୍ଥିତ କେଏସ୍‌ସିଏ ନବୁଲେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଇଥିଲା।

ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ମଧ୍ୟ ଖେଳୁଥିଲେ। ସେ ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୪୬ଟି ବଲ୍‌ରୁ ୨୨ ରନ୍ କରିଥିଲେ। ସେହିପରି ସେ ୨ଟି ୱିକେଟ୍ ନେଇଥିଲେ। ହର୍ଷିଲ ଧର୍ମାନି ୨୨୮ଟି ବଲ୍‌ରୁ ୧୯ ଚୌକା ଓ ୫ ଛକା ସହାୟତାରେ ୧୬୯ ରନ୍ କରିଥିଲେ। ପ୍ରଖର ଓ ହର୍ଷିଲଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୨୯୦ ରନ୍‌ର ଭାଗିଦାରୀ ହୋଇଥିଲା। ସେହିପରି ନବମ ୱିକେଟ୍‌ରେ ସମର୍ଥ ଏନ୍‌ଙ୍କ ସହିତ ମିଶି ପ୍ରଖର ଅପରାଜିତ ୧୬୩ ରନ୍‌ର ପାର୍ଟନରଶିପ୍ କରିଥିଲେ। ଏହା ପରେ ଇନିଂସ ଘୋଷଣା ହୋଇଯାଇଥିଲା।

Yuvraj Singh Prakhar Chaturvedi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe