ମୋଦି ଷ୍ଟାଡିୟମରେ ପୃଥ୍ୱୀ ପ୍ରହାର, ଦିଲ୍ଲୀର ଦମଦାର ବିଜୟ

ଅହମ୍ମଦାବାଦ: ଜବରଦସ୍ତ ଫର୍ମରେ ଥିବା ଯୁବ ଓପ୍ନର ପୃଥ୍ୱୀ ଶ’ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କେକେଆର୍ ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଛନ୍ତି । ତାଙ୍କୁ ସାଥ୍ ଦେଇଛନ୍ତି ପାର୍ଟନର୍ ଶିଖର ଧୱନ୍ । ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି । ଏହି ବିଜୟ ସହ ଦିଲ୍ଲୀ ଆଇପିଏଲ୍ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି । କେକେଆର ଦ୍ୱାରା ୧୫୫ ରନର ଟାର୍ଗେଟକୁ […]

Prithvi-Shaw

Prithvi-Shaw

Ranjit Kumar Jena
  • Published: Thursday, 29 April 2021
  • Updated: 29 April 2021, 10:53 PM IST

Sports

Latest News

ଅହମ୍ମଦାବାଦ: ଜବରଦସ୍ତ ଫର୍ମରେ ଥିବା ଯୁବ ଓପ୍ନର ପୃଥ୍ୱୀ ଶ’ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କେକେଆର୍ ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଛନ୍ତି । ତାଙ୍କୁ ସାଥ୍ ଦେଇଛନ୍ତି ପାର୍ଟନର୍ ଶିଖର ଧୱନ୍ । ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି । ଏହି ବିଜୟ ସହ ଦିଲ୍ଲୀ ଆଇପିଏଲ୍ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି ।

କେକେଆର ଦ୍ୱାରା ୧୫୫ ରନର ଟାର୍ଗେଟକୁ ଦିଲ୍ଲୀ ମାତ୍ର ୧୬.୩  ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଛି । ପୃଥ୍ୱୀ ଶ’ ୪୨ ବଲରେ ୧୧ ଚୌକା ଓ ୩ ଛକା ସହ ୮୨ ଏବଂ ଧୱନ୍ ୪୭ ବଲରେ ୪ ଚୌକା ଓ ୧ ଛକା ସହ ୪୬ ରନ୍ କରି ଆଉଟ୍ ହୋଇଛନ୍ତି । ଉଭୟ ପୃଥ୍ୱୀ ଓ ଧୱନ୍ ପ୍ରଥମ ୱିକେଟ୍ ପାଇଁ ୧୩୨ ରନ୍ ଯୋଡ଼ିଛନ୍ତି, ଯାହା ଦିଲ୍ଲୀର ବିଜୟ ପାଇଁ ଯଥେଷ୍ଟ ଥିଲା ।

ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀକୁ ଅବିଶ୍ୱସନୀୟ ଆରମ୍ଭ ଦେଇଥିଲେ ପୃଥ୍ୱୀ । ଇନିଂସର ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ଶିବମ୍ ମାଭି ପ୍ରଥମ ବଲରେ ନୋ’ ବଲ୍ ପକାଇଥିଲେ । କିନ୍ତୁ ପରବର୍ତ୍ତୀ ୬ ବଲରେ ପୃଥ୍ୱୀ କ୍ରମାଗତ ୬ ଚୌକା ମାରି ନୂଆ ରେକର୍ଡ ସ୍ଥାପନ କରିଥିଲେ । ଏହା ପରେ ପୃଥ୍ୱୀ ଗୋଟିଏ ପଟେ ଦ୍ରୁତ ଗତିରେ ରନ୍ କରିଚାଲିଥିବା ବେଳେ ତାଙ୍କୁ ଭରପୂର ସହଯୋଗ କରିଥିଲେ । ଫଳରେ ପୃଥ୍ୱୀ ମାତ୍ର ୧୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରି ନେଇଥିଲେ ।

ଏକ ସମୟରେ ଲାଗୁଥିବା ଦୁଇ ଓପ୍ନର ବିନା କ୍ଷତିରେ ଦଳକୁ ଜିତାଇ ଦେବେ । କିନ୍ତୁ ଉଭୟ ଧୱନ ଓ ପୃଥ୍ୱୀଙ୍କୁ ଆଉଟ୍ କରି ପ୍ୟାଟ୍ କମିନ୍ସ ଦିଲ୍ଲୀର ଏହି ଆଶା ଧୂଳିସାତ୍ କରିଦେଇଥିଲେ । ଧୱନଙ୍କ ସ୍ଥାନରେ ଆସିଥିବା କ୍ୟାପଟେନ୍‌ ଋଷଭ ପନ୍ତ ଦ୍ରୁତ ୧୬ (୮ ବଲ, ୨ ଛକା, ୧ ଚୌକା) ରନ୍ କରି କମିନ୍ସଙ୍କ ଶିକାର ହୋଇଥିଲେ । ମାର୍କସ୍ ଷ୍ଟୋଇନିସ୍ ୬ ରନ୍ କରି ଅପରାଜିତ ଥିଲେ । କେକେଆର୍ ପକ୍ଷରୁ କମିନ୍ସ ୩ଟି ଯାକ ୱିକେଟ୍ ନେଇଥିଲେ ।

ଏହା ପୂର୍ବରୁ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ୍ କରିଥିଲା । ରସେଲ୍ ଦ୍ରୁତ ୪୫ (୨୭ ବଲ୍‌, ୨ ଚୌକା, ୪ ଛକା) ରନ୍ ଓ ଶୁବମନ୍ ଗିଲ୍ ୪୩ (୩୮ ବଲ୍‌, ୩ ଚୌକା ଓ ୧ ଛକା) ରନ୍ କରିଛନ୍ତି । କେକେଆରର ଆରମ୍ଭ ନୈରାଶ୍ୟଜନକ ରହିଥିଲା । ଓପ୍ନର ନୀତୀଶ ରାଣା (୧୨) ଓ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ୍ ତ୍ରିପାଠୀ (୧୯) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ।

ଲଗାତର ନିରାଶ କରିଥିବା ଗିଲ୍ ଶେଷରେ ଫର୍ମ ହାସଲ କରିଛନ୍ତି । କିନ୍ତୁ ମିଡଲ୍ ଅର୍ଡରରେ କ୍ୟାପଟେନ୍ ମୋର୍ଗାନ୍ ଓ ସୁନୀଲ ନରିନ୍ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଦୁହିଁଙ୍କୁ ଲଲିତ ଯାଦବ ପ୍ୟାଭିଲିୟନ୍ ପଠାଇଥିଲେ । ଦିନେଶ କାର୍ତ୍ତିକ (୧୪) ମଧ୍ୟ ସୁଯୋଗର ଫାଇଦ ଉଠାଇବାରେ ବିଫଳ ହୋଇଛନ୍ତି । ରସେଲ୍ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ, କିନ୍ତୁ ଶେଷ ତିନି ଓଭରରେ ସେ ଦ୍ରୁତ ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ପ୍ୟାଟ୍ କମିନ୍ସ ୧୩ ବଲରେ ମାତ୍ର ୧୧ ରନ୍ କରି ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ଓ ଲଲିତ ୨ଟି ଲେଖାଏ ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story