Advertisment

ସେଲ୍‌ଫି ନେବାକୁ ନେଇ ଗଣ୍ଡଗୋଳ, ପୃଥ୍ୱୀ ଶ’ଙ୍କୁ ଆକ୍ରମଣ

୮ ଜଣଙ୍କ ନାଁରେ ବିଭିନ୍ନ ଦଫାରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୃଥ୍ୱୀ ଶ’ଙ୍କ ନାଁରେ ପାଲଟା ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Prithvi Shaw

Prithvi Shaw

Advertisment

ସେଲ୍‌ଫି ଦେବାକୁ ମନା କରିବାରୁ କ୍ରିକେଟର ପୃଥ୍ୱୀ ଶ’ଙ୍କୁ ମୁମ୍ବାଇରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। କେବଳ ପୃଥ୍ୱୀ ନୁହନ୍ତି, ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ଆକ୍ରମଣ ହୋଇଛି। ଏହା ସହିତ ତାଙ୍କ ବନ୍ଧୁଙ୍କ କାର୍‌କୁ ଭଙ୍ଗାରୁଜା କରାଯାଇଛି। ଏହି ଘଟଣାରେ ୮ ଜଣଙ୍କ ନାଁରେ ବିଭିନ୍ନ ଦଫାରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୃଥ୍ୱୀ ଶ’ଙ୍କ ନାଁରେ ପାଲଟା ଅଭିଯୋଗ କରିଛନ୍ତି। ପୃଥ୍ୱୀ ଶ’ ଓ ତାଙ୍କ ସାଙ୍ଗମାନେ ସେମାନଙ୍କୁ ଆକ୍ରମଣ କରିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Advertisment

ଶ’ଙ୍କ ବନ୍ଧୁଙ୍କ ଅଭିଯୋଗ ଅନୁଯାୟୀ, ଏ ଗଣ୍ଡଗୋଳ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲ୍‌ରୁ ଆରମ୍ଭ ହୋଇଥିଲା। ଶ’ ଓ ତାଙ୍କ ବନ୍ଧୁ ଗତକାଲି ରାତିରେ ସେହି ହୋଟେଲ୍‌କୁ ଖାଇବାକୁ ଯାଇଥିଲେ। ସେଠାରେ ଜଣେ ଯୁବକ ଓ ଯୁବତୀ (ଶୋଭିତ୍ ଠାକୁର ଓ ସ୍ୱପ୍ନା ଗିଲ୍‌) ପୃଥ୍ୱୀ ଶ’ଙ୍କ ସହିତ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ। ଶ’ ରାଜି ହୋଇଥିଲେ। ଏହା ପରେ ଉକ୍ତ ଯୁବକ ଓ ଯୁବତୀ ତାଙ୍କ ସହିତ କିଛି ସେଲ୍‌ଫି ଉଠାଇଥିଲେ। ସେମାନେ ଆହୁରି ଅଧିକ ଫଟୋ ଉଠାଇବାକୁ ଚାହୁଁଥିବା ବେଳେ ଶ’ ମନା କରି ଦେଇଥିଲେ। କିନ୍ତୁ ଉକ୍ତ ଯୁବକ-ଯୁବତୀ ଦ୍ୱୟ ତାଙ୍କୁ ଛାଡ଼ି ନଥିଲେ। ଏହା ଦେଖି ଶ’ ତାଙ୍କ ବନ୍ଧୁ ଓ ହୋଟେଲ ମ୍ୟାନେଜରଙ୍କୁ ଡାକିଥିଲେ। ହୋଟେଲ୍ ମ୍ୟାନେଜର ଉକ୍ତ ଯୁବକ-ଯୁବତୀଙ୍କୁ ହୋଟେଲ୍‌ ପରିସରରୁ ବାହାର କରି ଦେଇଥିଲେ।

ହୋଟେଲ୍‌ରୁ ବାହାର କରି ଦିଆଯିବା ପରେ ଉକ୍ତ ଯୁବକ-ଯୁବତୀ ଓ ସେମାନଙ୍କର କିଛି ସାଙ୍ଗମାନେ ରାଗି ଯାଇଥିଲେ। ସେମାନେ ଶ’ଙ୍କୁ ହୋଟେଲ୍ ବାହାରେ ଅପେକ୍ଷା କରି ରହିଥିଲେ। ଶ’ ଓ ତାଙ୍କ ବନ୍ଧୁ ରାତ୍ରଭୋଜନ ସାରି କାରରେ ହୋଟେଲ୍‌ରୁ ବାହାରିବା ପରେ ସେମାନେ ପିଛା କରିଥିଲେ। ଓସିୱାରା ଥାନା ଅଞ୍ଚଳରେ ଏକ ଟ୍ରାଫିକ୍ ପୋଷ୍ଟ ନିକଟରେ ସେମାନେ ଶ’ ଓ ତାଙ୍କ ବନ୍ଧୁଙ୍କୁ ଅଟକାଇ ଥିଲେ ଏବଂ ଆକ୍ରମଣ କରିଥିଲେ। ସେମାନେ କାର ଭଙ୍ଗାରୁଜା କରିଥିଲେ। ଉକ୍ତ ଯୁବକଯୁବତୀମାନେ ବେସ୍‌ବଲ ବ୍ୟାଟ୍ ଓ ଆଉ କିଛି ମାରଣାସ୍ତ୍ର ଧରି ଆସିଥିଲେ। ସେମାନେ ଗାଡ଼ି ଭଙ୍ଗାରୁଜା କରିବା ସହିତ ୫୦ ହଜାର ଟଙ୍କା ଦାବି କରିଥିଲେ। ନହେଲେ ମିଛ ମାମଲାରେ ଫସାଇ ଦେବେ ବୋଲି ଶ’ ଓ ତାଙ୍କ ବନ୍ଧୁଙ୍କୁ ଧମକ ଦେଇଥିଲେ।

Advertisment

ଅନ୍ୟପକ୍ଷରେ ୮ ଅଭିଯୁକ୍ତଙ୍କ ମଧ୍ୟରୁ ଶୋଭିତ୍ ଠାକୁର ଓ ସ୍ୱପ୍ନା ଗିଲ୍ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପୃଥ୍ୱୀ ଶ’ ପ୍ରଥମେ ସେମାନଙ୍କୁ ଆକ୍ରମଣ କରିଥିବା ସ୍ୱପ୍ନା ଗିଲ୍ ଓ ଶୋଭିତ୍ ଠାକୁର କହିଛନ୍ତି। ସ୍ୱପ୍ନାଙ୍କ ଓକିଲ ଅଲି କଶିଫ ଖାନ କହିଛନ୍ତି ଯେ ପୃଥ୍ୱୀ ଶ’ ମହିଳାଙ୍କ ଉପରେ ହାତ ଉଠାଇଛନ୍ତି। ସେ ମହିଳାଙ୍କୁ ଆକ୍ରମଣ କରିଛନ୍ତି। ସ୍ୱପ୍ନାଙ୍କୁ ଥାନାରେ ଅଟକ ରଖାଯାଇଛି। ମେଡିକାଲ ଯାଞ୍ଚ ପାଇଁ ଯିବାକୁ ବି ତାଙ୍କୁ ଅନୁମତି ଦିଆଯାଉ ନାହିଁ।

Mumbai Cricket Prithvi Shaw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe