Advertisment

ଭାରତୀୟ କ୍ରିକେଟରେ ପ୍ରଥମ: ଇତିହାସ ରଚିଲେ ପୃଥ୍ୱୀ ଶ’

୨୪ ବର୍ଷୀୟ ଶ’ ମୁମ୍ବାଇ ପାଇଁ ଛତିଶଗଡ଼ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୮୫ ବଲର ସାମ୍ନା କରି ୧୫୯ ରନ କରିଛନ୍ତି। ଏଥିରେ ୧୮ଟି ଚୌକା ଓ ୩ଟି ଛକା ରହିଛି।

prithvi-shaw

prithvi-shaw

Advertisment

ଇତିହାସ ରଚିଛନ୍ତି ଯୁବ ତାରକା ପୃଥ୍ୱୀ ଶ’। ସେ ନିଜର କମବ୍ୟାକ ସିଜିନରେ ମୁମ୍ବାଇ ପାଇଁ ବିସ୍ଫୋରକ ଶତକ ହାସଲ କରି ଜଲୱା ଦେଖାଇଛନ୍ତି। ଆହତ ସମସ୍ୟା ଯୋଗୁ ପୃଥ୍ୱୀ ଶ’ ପ୍ରତିଯୋଗିତାମୂଳକ କ୍ରିକେଟରୁ ଦୂରେଇ ରହିଥିଲେ। ସେ ମୁମ୍ବାଇ ଦଳକୁ ଫେରିବା ସହ ଛତିଶଗଡ଼ ବିପକ୍ଷ ମ୍ୟାଚ୍‌ରେ କମାଲ କରିଛନ୍ତି।

Advertisment

୨୪ ବର୍ଷୀୟ ଶ’ ମୁମ୍ବାଇ ପାଇଁ ଛତିଶଗଡ଼ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୮୫ ବଲର ସାମ୍ନା କରି ୧୫୯ ରନ କରିଛନ୍ତି। ଏଥିରେ ୧୮ଟି ଚୌକା ଓ ୩ଟି ଛକା ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶୁକ୍ରବାର ଲଞ୍ଚ ପୂର୍ବରୁ ସେ ଶତକ ହାସଲ କରିଥିଲେ। ଏହା ଏକ ରେକର୍ଡ। ଶ’ ପ୍ରଥମ ଭାରତୀୟ ଭାବେ କୌଣସି ପ୍ରଥମ ଶ୍ରେଣୀ ମ୍ୟାଚ୍‌ର ପ୍ରଥମ ସେସନ୍ସରେ ୨ଟି ଶତକ ହାସଲ କରିଛନ୍ତି।

Advertisment

ଏହାପୂର୍ବରୁ ୨୦୨୨-୨୩ ରଣଜୀ ସିଜିନରେ ପୃଥ୍ୱୀ ଶ’ ଆସମ ବିପକ୍ଷ ଗୋଟିଏ ମ୍ୟାଚ୍‌ରେ ୩୮୩ ବଲରେ ସାମ୍ନା କରି ୩୭୯ ରନ କରିଥିଲା। ଏହା ରଣଜୀ ଟ୍ରଫି ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର। ଉକ୍ତ ମ୍ୟାଚ୍‌ର ପ୍ରଥମ ସେସନ୍ସରେ ହିଁ ତାଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା। ଶ’ଙ୍କ ପୂର୍ବରୁ ଏପରି କୀର୍ତ୍ତିମାନ ଭାରତୀୟ କ୍ରିକେଟରେ କେହି କେବେ ହାସଲ କରି ନାହାନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏପରି ରେକର୍ଡ କରିଛନ୍ତି। 

ମୁମ୍ବାଇ ପାଇଁ ପୃଥ୍ୱୀ ଶ’ଙ୍କ ସହ ଭୂପେନ ଲାଲୱାନି ଭାଗିଦାରୀ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୨୪୪ ରନ ଯୋଡ଼ିଥିଲେ। ଶ’ ୧୫୯ ରନରେ ଆଉଟ ହେବା ପରେ ଭୂପେଶ ମଧ୍ୟ ଶତକ ହାସଲ କରିଥିଲେ। ସେ ୨୩୮ ବଲରେ ୧୦୨ ରନ କରି ଆଉଟ ହୋଇଛନ୍ତି। ଏହି ଦୁଇ ଇନିଂସ ବଳରେ ମୁମ୍ବାଇ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୩୧୦ ରନ କରି ନେଇଛି। 

୬ ମାସ ହେଲା ଆହତ କାରଣରୁ ଶ’ କ୍ରିକେଟରୁ ଦୂରେଇ ରହିଥିଲେ। ବେଙ୍ଗଲ ବିପକ୍ଷ ପୂର୍ବ ମ୍ୟାଚ୍‌ରେ ସେ ମୁମ୍ବାଇ ଟିମକୁ କମବ୍ୟାକ କରିଥିଲେ। ଇଡେନ ଗାର୍ଡେନ୍ସରେ ଖେଳୁଥିବା ନିଜର କମବ୍ୟାକ ମ୍ୟାଚ୍‌ରେ ଶ’ ୩୫ ରନ କରିଥିଲେ ହେଁ ମୁମ୍ବାଇ ଗୋଟିଏ ଇନିଂସ ଓ ୪ ରନରେ ବିଜୟୀ ହୋଇଥିଲା।

ଏବେ ଦ୍ୱିତୀୟ ମ୍ୟାଚ୍‌ରେ ଶ’ ୧୫୯ ରନର ଇନିଂସ ଖେଳିଛନ୍ତି। ଶେଷଥର ପାଇଁ ୨୦୨୧ ଜୁଲାଇ ମାସରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଶ’ ଏବେ ପୁଣିଥରେ ଜାତୀୟ ଦଳକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି।

ଗତବର୍ଷ ଅଗଷ୍ଟ ମାସରେ ସେ ଆଣ୍ଠୁ ଜନିତ ସମସ୍ୟାରେ ପଡ଼ିଥିଲେ। ଲଣ୍ଡନରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ୩ ମାସର ରିହ୍ୟାବ ପରେ ସେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ବେଙ୍ଗାଲୁରୁରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଅନୁଷ୍ଠିତ ଫିଟନେସ ଟେଷ୍ଟରେ ଶ’ ପାସ୍‌ ହୋଇଥିଲେ। ଏହାପରେ ତାଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ମିଳିଛି।

Mumbai Prithvi Shaw Ranji Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe