Advertisment

ଶ’ଙ୍କ ବିସ୍ଫୋରକ ଡବଲ ଟନ୍‌, ରେକର୍ଡ ବୁକ୍‌ରେ ହେଲେ ସାମିଲ

ମୁମ୍ବାଇ: ଚଳିତ ବିଜୟ ହଜାରେ ଟ୍ରଫିରେ ଯୁବ ତାରକା ପୃଥ୍ୱୀ ଶ’ ତାଙ୍କ ଲିଷ୍ଟ-ଏ କ୍ରିକେଟ କ୍ୟାରିୟରରେ ପ୍ରଥମଥର ପାଇଁ ଡବଲ ଟନ୍‌ ବା ଦ୍ୱିଶତକ ହାସଲ କରିଛନ୍ତି। ଆଜି ପୁଡୁଚେରୀ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇର ପୃଥ୍ୱୀ ଶ’ ଏହି ସଫଳତା ହାସଲ କରିଛନ୍ତି। ଶ’ ମାତ୍ର ୧୪୨ଟି ବଲ୍‌ରେ ଦୁଇ ଶତକ ହାସଲ କରି ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେ ୨୭ଟି ଚୌକା ଓ ୪ଟି ଛକା ମାରି ଏକାକୀ ଅପରାଜିତ ୧୫୨ ବଲ୍‌ରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ଶ’ଙ୍କ ବିସ୍ଫୋରକ ଡବଲ ଟନ୍‌, ରେକର୍ଡ ବୁକ୍‌ରେ ହେଲେ ସାମିଲ

shaw

ମୁମ୍ବାଇ: ଚଳିତ ବିଜୟ ହଜାରେ ଟ୍ରଫିରେ ଯୁବ ତାରକା ପୃଥ୍ୱୀ ଶ’ ତାଙ୍କ ଲିଷ୍ଟ-ଏ କ୍ରିକେଟ କ୍ୟାରିୟରରେ ପ୍ରଥମଥର ପାଇଁ ଡବଲ ଟନ୍‌ ବା ଦ୍ୱିଶତକ ହାସଲ କରିଛନ୍ତି। ଆଜି ପୁଡୁଚେରୀ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇର ପୃଥ୍ୱୀ ଶ’ ଏହି ସଫଳତା ହାସଲ କରିଛନ୍ତି। ଶ’ ମାତ୍ର ୧୪୨ଟି ବଲ୍‌ରେ ଦୁଇ ଶତକ ହାସଲ କରି ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେ ୨୭ଟି ଚୌକା ଓ ୪ଟି ଛକା ମାରି ଏକାକୀ ଅପରାଜିତ ୧୫୨ ବଲ୍‌ରେ ୨୨୭ ରନ୍‌ର ଇନିଂସ ଖେଳିଛନ୍ତି।

Advertisment

ଶ’ ବିଜୟ ହଜାରେ ଟ୍ରଫିର ୪ର୍ଥ କ୍ରିକେଟର ଭାବେ ଦୁଇ ଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିପରି ଲିଷ୍ଟ-ଏରେ ସେ ୮ମ ଭାରତୀୟ ଭାବେ ଦୁଇ ଶତକ ମାରିଛନ୍ତି। ତେବେ ପୃଥ୍ୱୀ ଶ’ ଲିଷ୍ଟ-ଏର ପ୍ରଥମ ଅଧିନାୟକ ଭାବେ ଡବଲ ଟନ୍‌ ହାସଲ କରି ରେକର୍ଡ ବୁକ୍‌ରେ ନିଜ ନାଁ ଲେଖିଛନ୍ତି। ଏହାପର୍ବୂରୁ କୌଣସି ଲିଷ୍ଟ-ଏ ଅଧିନାୟକ କେବେ ହେଲେ ଦୁଇ ଶତକ ହାସଲ କରିନଥିଲେ। ସେ ଆଜି ପୁଡୁଚେରୀ ବିପକ୍ଷ ମ୍ୟାଚ୍‌ରେ ପ୍ରଥମଥର ମୁମ୍ବାଇର ନେତୃତ୍ୱ ନେଇଥିଲେ।

ବର୍ତ୍ତମାନ ଡୋମେଷ୍ଟିକ୍‌ ଟୁର୍ଣ୍ଣାମେଣ୍ଟ ଖେଳିବାରେ ବ୍ୟସ୍ତ ଥିବା ଶ’ ଶେଷଥର ପାଇଁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜ୍‌ ବେଳେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ପିଙ୍କ ବଲ୍‌ ଟେଷ୍ଟରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ହେଲେ ତାଙ୍କ ବ୍ୟାଟ୍‌ ଆଦୌ ଚାଲି ନଥିଲା। ପ୍ରଥମ ଇନିଂସରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ଶ’ ଦ୍ୱିତୀୟ ଇନିଂସରେ ମାତ୍ର ୪ ରନ୍‌ କରିପାରିଥିଲେ।

Advertisment

ଏହି ମ୍ୟାଚ୍‌ ପରେ ତାଙ୍କୁ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ବେଞ୍ଚରେ ବସାଇ ଦେଇଥିଲା। ତାଙ୍କ ବଦଳରେ ଶୁବମନ ଗିଲ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଓପନ କରିଥିଲେ।

ଅନ୍ୟପକ୍ଷରେ ବିଜୟ ହଜାରେ ଟ୍ରଫିର ଗ୍ରୁପ୍‌ ଷ୍ଟେଜ ମ୍ୟାଚ୍‌ ମାର୍ଚ୍ଚ ୧ରେ ଶେଷ ହେବ। ଏହାପରେ ମାର୍ଚ୍ଚ ୭ରେ ଏଲିମିନେଟର ମ୍ୟାଚ୍‌ ଖେଳାଯିବ। ସେହିପରି ମାର୍ଚ୍ଚ ୮ ଓ ୯ରେ ୪ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ସେମି ଓ ଫାଇନାଲ ମ୍ୟାଚ୍‌ ଯଥାକ୍ରମେ ୧୧ ଓ ୧୪ ତାରିଖରେ ଖେଳାଯିବ।

Vijay Hazare Trophy