Advertisment

କ୍ରିକେଟର ପୃଥ୍ୱୀ ଶ’ଙ୍କୁ ଆକ୍ରମଣ ଘଟଣା, ଜାମିନ ପାଇଲେ ସପ୍ନା ଗିଲ

ସପ୍ନାଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ଜାମିନ ମିଳିଛି।

author-image
Tapas Behera
ଅଦ୍ୟତନ ହୋଇଛି
Sapna Gill

Sapna Gill

ଜାମିନ ପାଇଲେ ସପ୍ନା ଗିଲ। ଭାରତୀୟ ଦଳର ଷ୍ଟାର କ୍ରିକେଟର ପୃଥ୍ୱୀ ସ’ଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ସୋଶାଲ ମିଡିଆ ସେଲିବ୍ରେଟି ସପ୍ନା ଗିଲଙ୍କୁ ମୁମ୍ବାଇର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେହିପରି ସପ୍ନାଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ଜାମିନ ମିଳିଛି। ଗିରଫ ପରେ ମୁମ୍ବାଇ ପୁଲିସ ସପ୍ନାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା। ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟ ସପ୍ନାଙ୍କୁ ୩ ଦିନିଆ ପୁଲିସ ରିମାଣ୍ଡ ପାଇଁ ଅନୁମତି ଦେବା ପରେ ସପ୍ନା ଏକ ଆବେଦନ କରିଥିଲେ। ଯେଉଁଥିରେ ତାଙ୍କ ବିରୋଧରେ ଲାଗିଥିବା ଦଫା ସବୁ ମିଛ ବୋଲି କହିଥିଲେ । ପରେ କୋର୍ଟ ସପ୍ନାଙ୍କ ଜାମିନ ମଞ୍ଜୁର କରିଥିଲେ।

Advertisment

ସେଲଫି ପାଇଁ ଆରମ୍ଭ ହୋଇଥିବା ବିତର୍କ ପରେ ପୃଥ୍ୱୀ ସ’ଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ସପ୍ନା ଗୁରୁବାର ଗିରଫ ହୋଇଥିଲେ। ଶୁକ୍ରବାର ଅନ୍ଧେରି କୋର୍ଟ ତାଙ୍କୁ ମୁମ୍ବାଇ ପୁଲିସର ହେପାଜତକୁ ପଠାଇଥିଲେ। ଭାରତୀୟ ଦଣ୍ଡ ସଂହିତା (୧୪୩, ୧୪୮, ୧୪୯, ୩୮୪, ୪୩୭, ୫୦୪, ୫୦୬) ର ବିଭିନ୍ନ ଧାରା ଅଧୀନରେ ଏହି ଘଟଣାରେ ଓଶିୱାରା ପୁଲିସ ଦ୍ୱାରା ଗିରଫ ହୋଇଥିବା ୮ଜଣଙ୍କ ମଧ୍ୟରୁ ସପ୍ନା ଅନ୍ୟତମ। ଅନ୍ୟପକ୍ଷରେ ସପ୍ନା ଗିରଫ ହେବା ପରେ ତାଙ୍କ ଓକିଲ କହିଥିଲେ ଯେ ସପ୍ନା, ପୃଥ୍ୱୀଙ୍କୁ ଆକ୍ରମଣ କରିନାହାନ୍ତି। ବରଂ କ୍ରିକେଟର ତାଙ୍କୁ ଶାରୀରିକ ନିର୍ଯାତନା ଦେଇଛନ୍ତି। ସପ୍ନାଙ୍କୁ, ପୃଥ୍ୱୀ ଆକ୍ରମଣ କରିଥିଲେ। ଭାଇରାଲ ଭିଡିଓରେ ପୃଥ୍ୱୀଙ୍କ ହାତରେ ଏକ ବାଡ଼ି ଦେଖିବାକୁ ମିଳିଥିଲା, ଯାହାକୁ ସପ୍ନା ଛଢ଼ାଉଥିବା ଦେଖାଯାଇଛି। ପୃଥ୍ବୀ ଓ ତାଙ୍କ ସାଙ୍ଗମାନେ ପ୍ରଥମେ ସପ୍ନାଙ୍କୁ ଓ ତାଙ୍କର କିଛି ବନ୍ଧୁଙ୍କୁ ଆକ୍ରମଣ କରିଥିଲେ।

ତେବେ ଘଟଣା ପରେ ପରେ କୁହାଯାଇଥିଲା ଯେ ପୃଥ୍ଵୀ ସ’ ଏବଂ ତାଙ୍କ ସାଙ୍ଗଙ୍କୁ ହୋଟେଲ ବାହାରେ କିଛି ଯୁବକ ଆକ୍ରମଣ କରିଥିଲେ। ସେଲ୍ଫି ନେବାକୁ ମନା କରିବାରୁ ଏହି ଘଟଣା ଘଟିଥିଲା। ମୁମ୍ବାଇର ଏକ ପଞ୍ଚତାରକା ହୋଟେଲକୁ ପୃଥ୍ଵୀ ସ’ ତାଙ୍କ ସାଙ୍ଗଙ୍କ ସହ ଆସିଥିଲେ। ହୋଟେଲ ପରିସରରେ ୨ ଜଣଙ୍କ ସହ ସେ ସେଲଫି ନେଇଥିଲେ। ଏହା ପରେ ଅଧିକ ଲୋକ ଆସି ପୁଣି ସେଲଫି ନେବାକୁ କହିଥିଲେ। ପୃଥ୍ଵୀ ମନା କରି କହିଥିଲେ ଯେ ସେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଏଠାକୁ ଆସିଛନ୍ତି। ସେଲ୍ଫି ନେବାକୁ ମନା କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା। ତା’ପରେ ଅଭିଯୁକ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଟଙ୍କା ଦେବାକୁ ଧମକ ଦେଇଥିଲେ। ଟଙ୍କା ନ ଦେଲେ ମିଛ ମାମଲାରେ ଫସାଇଦେବାକୁ କହିଥିଲେ।

Advertisment
Mumbai Cricket Prithvi Shaw