Advertisment

Prithvi Shaw : ପୂର୍ବ ଟିମ ବିରୋଧରେ ଶତକ ମାରି ବଡ଼ ବାର୍ତ୍ତା ଦେଲେ ପୃଥ୍ୱୀ ଶ’

ସେ ଓ ମହାରାଷ୍ଟ୍ରର ଅନ୍ୟତମ ଓପନର ଅର୍ଶିନ କୁଲକର୍ଣ୍ଣୀ ପ୍ରଥମ ୱିକେଟ ପାଇଁ ୪୯.୪ ଓଭରରେ ୩୦୫ ରନ ଯୋଡ଼ିଥିଲେ। ଇନିଂସ ଆରମ୍ଭରୁ ଶ’ ସାମାନ୍ୟ ସତର୍କତାର ସହ ବ୍ୟାଟିଂ କରିଥିଲେ। ୮୪ ବଲରେ ତାଙ୍କ ବ୍ୟାଟରୁ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା।

author-image
Hemant Lenka
shaw

ପୃଥ୍ୱୀ ଶ’

ଚର୍ଚ୍ଚାରେ ରହୁଥିବା ଯୁବ କ୍ରିକେଟର ପୃଥ୍ୱୀ ଶ’ ନିଜର ଚମକ ଦେଖାଇଛନ୍ତି। ମୁମ୍ବାଇ ଛାଡ଼ି ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ ଖେଳିବା ଆରମ୍ଭ କରିଥିବା ଶ’ଙ୍କ ବ୍ୟାଟରୁ ବାହାରିଛି ଦମଦାର ଶତକ। ସେ ନିଜର ପୂର୍ବ ଟିମ ଅର୍ଥାତ ମୁମ୍ବାଇ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନରେ ଶତକ ମାରି ସମସ୍ତଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି।

Advertisment

ଘରୋଇ ସିଜିନ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଛାଡ଼ି ମହାରାଷ୍ଟ୍ର ଆସିଥିବା ୨୫ ବର୍ଷୀୟ ପୃଥ୍ୱୀ ପ୍ରଥମ ଦିନରେ ୧୪୦ ବଲରେ ଅପରାଜିତ ୧୦୦ ରନର ଇନିଂସ ଖେଳିଛନ୍ତି। ସେ ଓ ମହାରାଷ୍ଟ୍ରର ଅନ୍ୟତମ ଓପନର ଅର୍ଶିନ କୁଲକର୍ଣ୍ଣୀ ପ୍ରଥମ ୱିକେଟ ପାଇଁ ୪୯.୪ ଓଭରରେ ୩୦୫ ରନ ଯୋଡ଼ିଥିଲେ। 

ଇନିଂସ ଆରମ୍ଭରୁ ଶ’ ସାମାନ୍ୟ ସତର୍କତାର ସହ ବ୍ୟାଟିଂ କରିଥିଲେ। ୮୪ ବଲରେ ତାଙ୍କ ବ୍ୟାଟରୁ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। କିନ୍ତୁ ଏହାପରେ ସେ ନିଜ ଜଲୱା ଦେଖାଇ ୧୪୦ ବଲରେ ଶତକ ଅପରାଜିତ ୧୦୦ ରନର ଇନିଂସ ଖେଳିଥିଲେ। 

Advertisment

ତେବେ କୁଲକର୍ଣ୍ଣୀ ଆରମ୍ଭରୁ ନିଜର ଜଲୱା ଦେଖାଇବା ସହ ୧୪୦ ବଲରେ ୧୮୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୩୩ଟି ଚୌକା ଓ ୪ଟି ଛକା ମାରିଛନ୍ତି। 

୨୦୧୬-୧୭ରେ ମୁମ୍ବାଇ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିବା ପୃଥ୍ୱୀ ଶ’(Prithvi Shaw) ୨୦୧୮-୧୯ରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ଡେବ୍ୟୁ ମ୍ୟାଚ୍‌ରେ ସେ କମାଲ କରି ଶତକ ହାସଲ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜର ଫିଟନେସ ଓ ବିଶୃଙ୍ଖଳା ଆଚରଣ ପାଇଁ ସେ ଜାତୀୟ ଟିମ ଓ ଆଇପିଏଲରୁ ବାଦ ପଡ଼ିଥିଲେ। 

ଚଳିତ ରଣଜୀ ସିଜିନ ପୂର୍ବରୁ ସେ ମୁମ୍ବାଇ ଛାଡ଼ି ଦେଇଛନ୍ତି। ମୁମ୍ବାଇ ଛାଡ଼ି ଶ’ ମହାରାଷ୍ଟ୍ର ପାଇଁ ଖେଳିବା ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ପାଇଁ ରଣଜୀରେ ଡେବ୍ୟୁ କରିବା ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ ଶତକ ମାରିଛନ୍ତି ଶ’।

ମହରାଷ୍ଟ୍ର ଏଯାଏ ତା’ର ରଣଜୀ ସ୍କ୍ୱାଡ ଘୋଷଣା କରିନାହିଁ। ସମ୍ଭବତଃ ମୁମ୍ବାଇ ବିପକ୍ଷ ଅଭ୍ୟାଦ ମ୍ୟାଚ ପରେ ଅର୍ଥାତ ଅକ୍ଟୋବର ୧୦ କିମ୍ବା ୧୧ ତାରିଖରେ ଦଳ ଘୋଷଣା ହୋଇପାରେ। 

Prithvi Shaw