Advertisment

Prithvi Shaw: ରଣଜୀ ଟ୍ରଫିରେ ନିଆଁ ଲଗାଇଲେ ପୃଥ୍ୱୀ ଶ’: ଡବଲ ଟନ୍‌ ସହ ରଚିଲେ ଇତିହାସ

ଦ୍ୱିତୀୟ ଇନିଂସରେ ଶ’ ୨୨୨ ରନର ଇନିଂସ ଖେଳିଛନ୍ତି। ୧୫୬ ବଲରେ ୨୨୨ ରନର ଇନିଂସ ଖେଳିଥିବା ଶ’ ୫ଟି ଛକା ଓ ୨୯ଟି ଚୌକା ମାରି ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

Prithvi-Shaw

ପୃଥ୍ୱୀ ଶ’

Advertisment

ଫିଟନେସ ଓ ବିଶୃଙ୍ଖଳା ଆଚରଣ ପାଇଁ ଜାତୀୟ ଟିମ(Cricket)ରୁ ବାହାରେ ରହିଥିବା ଯୁବ ତାରକା ପୃଥ୍ୱୀ ଶ’ କମାଲ କରିଛନ୍ତି। ମୁମ୍ବାଇ ଛାଡ଼ି ପ୍ରଥମଥର ମହାରାଷ୍ଟ୍ର ପାଇଁ ରଣଜୀ ଖେଳୁଥିବା ପୃଥ୍ୱୀ ସମସ୍ତଙ୍କୁ ନିଜର ଜଲୱା ଦେଖାଇଛନ୍ତି। ସେ ମହାରାଷ୍ଟ୍ର ପାଇଁ ନିଜର ପ୍ରଥମ ଦୁଇ ଶତକ ହାସଲ କରିଛନ୍ତି।

Advertisment

ଛତିଶଗଡ଼ ବିପକ୍ଷ ରଣଜୀ ମୁକାବିଲାରେ ପୃଥ୍ୱୀଙ୍କ ବ୍ୟାଟରୁ ବାହାରିଛି ରେକର୍ଡ ବ୍ରେକିଂ ଡବଲ ଟନ୍‌। ମହାରାଷ୍ଟ୍ର ପାଇଁ ରଣଜୀ ଟ୍ରଫିରେ ଦ୍ୱିତୀୟ ମ୍ୟାଚ୍‌ରେ ହିଁ ପୃଥ୍ୱୀ ଶ’ କମାଲ କରିଛନ୍ତି। ସେ ନିଜର ନୂଆ ଟିମ ପାଇଁ ମାତ୍ର ୧୪୧ ବଲରେ ଦୁଇ ଶତକ ହାସଲ କରିପାରିଛନ୍ତି। ୨୫ ବର୍ଷୀୟ ଶ’ ପ୍ରଥମ ଇନିଂସରେ ମାତ୍ର ୮ ରନ କରିଥିଲେ। ତଥାପି ମହାରାଷ୍ଟ୍ର ୧୦୪ ରନର ଲିଡ ହାସଲ କରିପାରିଥିଲା। 

ଏବେ ଦ୍ୱିତୀୟ ଇନିଂସରେ ଶ’ ୨୨୨ ରନର ଇନିଂସ ଖେଳିଛନ୍ତି। ୧୫୬ ବଲରେ ୨୨୨ ରନର ଇନିଂସ ଖେଳିଥିବା ଶ’ ୫ଟି ଛକା ଓ ୨୯ଟି ଚୌକା ମାରି ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। 

Advertisment

ରଣଜୀ ଟ୍ରଫି ଇତିହାସରେ ତୃତୀୟ ଦ୍ରୁତତମ ଦୁଇ ଶତକଧାରୀ ବନି ଯାଇଛନ୍ତି ପୃଥ୍ୱୀ ଶ’। ୨୦ ମାସ ପରେ ପୃଥ୍ୱୀ ଶ’ ୧୦୦ କିମ୍ବା ତା’ ଠାରୁ ଅଧିକ ରନ କରିପାରିଛନ୍ତି। ରଣଜୀ ଟ୍ରଫିରେ ଦ୍ରୁତତମ ଦୁଇ ଶତକଧାରୀ ହେଉଛନ୍ତି ହାଇଦ୍ରାବାଦର ଓପନର ତନମୟ ଅଗ୍ରୱାଲ। ସେ ମାତ୍ର ୧୧୯ଟି ବଲରେ ଡବଲ ଟନ୍‌ ହାସଲ କରିଥିଲେ। 

ଅରୁଣାଚଳ ପ୍ରଦେଶ ବିପକ୍ଷ ୨୦୨୩-୨୪ ରଣଜୀ ଟ୍ରଫି ପ୍ଲେଟ ଗ୍ରୁପ ମ୍ୟାଚ୍‌ରେ ତନମୟ ଏପରି ରେକର୍ଡ କରିଥିଲେ। ଅରୁଣାଚଳ ବିପକ୍ଷରେ ମାତ୍ର ୧୧୯ ବଲରେ ଦୁଇ ଶତକ ମାରିଥିବା ତନୟମ ଉକ୍ତ ମ୍ୟାଚ୍‌ରେ ମୋଟ ୩୬୬ ରନ କରିଥିଲେ। ସେ ୧୮୧ ବଲରେ ଏପରି ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଥିଲେ।

ସେ ୧୧୯ ବଲରେ ଦୁଇ ଶତକ ଓ ୧୪୭ ବଲରେ ଟ୍ରିପଲ ଟନ୍‌ ହାସଲ କରିଥିଲେ। ଏହା ମଧ୍ୟ ଗୋଟିଏ ରେକର୍ଡ। ୧୮୧ ବଲରେ ୩୬୬ ରନ କରିଥିବା ଅଗ୍ରୱାଲଙ୍କ ବ୍ୟାଟରୁ ୩୪ଟି ଚୌକା ଓ ୨୬ଟି ଛକା ଦେଖିବାକୁ ମିଳିଥିଲା। 

ଦ୍ରୁତତମ ଦୁଇ ଶତକଧାରୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ରବି ଶାସ୍ତ୍ରୀ। ସେ ୧୯୮୫ରେ ବରୋଦା ବିପକ୍ଷ ମ୍ୟାଚ୍‌ରେ ମାତ୍ର ୧୨୩ ବଲରେ ନିଜର ଦୁଇ ଶତକ ହାସଲ କରିଥିଲେ। ଏହି ମ୍ୟାଚ୍ରେ ଶାସ୍ତ୍ରୀ ୫ ୱିକେଟ ମଧ୍ୟ ଦଖଲ କରିବାକୁ ସକ୍ଷମ ହୋଇଥିଲେ। ଏବେ ପୃଥ୍ୱୀ ଶ’ ୧୪୧ ବଲରେ ଦୁଇ ଶତକ ମାରିଛନ୍ତି। 

ଚଳିତ ରଣଜୀ ଟ୍ରଫି ପୂର୍ବରୁ ଶ’( Prithvi Shaw) ମୁମ୍ବାଇ ଛାଡ଼ି ମହାରାଷ୍ଟ୍ରରେ ଯୋଗ ଦେଇଥିଲେ। ସେ କେରଳ ବିପକ୍ଷରେ ମହାରାଷ୍ଟ୍ର ପାଇଁ ଡେବ୍ୟୁ କରିଥିଲେ ହେଁ ପ୍ରଥମ ଇନିଂସରେ ଖାତା ଖୋଲି ପାରି ନଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରେ ତାଙ୍କ ବ୍ୟାଟରୁ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। 

Cricket Prithvi Shaw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe