Advertisment

ବିସିସିଆଇର ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଲେ ପୃଥ୍ୱୀ ଶ’, ଲେଖିଲେ ଏମିତି କଥା

ନିକଟରେ ପୃଥ୍ୱୀଙ୍କୁ ଆଇପିଏଲ ୨୦୨୫ ଅକ୍ସନ ବେଳେ କୌଣସି ପ୍ରାଞ୍ଚାଇଜ କିଣି ନଥିଲେ। ସେହିପରି ମୁମ୍ବାଇ ଚାମ୍ପିୟନ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ଶ’ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି।

ଅଦ୍ୟତନ ହୋଇଛି
Prithvi Shaw

Prithvi Shaw

Advertisment

ଏକଦା ନିଜ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିବା ପୃଥ୍ୱୀ ଶ’ଙ୍କୁ ଆଉ ଏକ ଝଟକା ଲାଗିଛି। ଏହି ଷ୍ଟାର ବ୍ୟାଟରଙ୍କୁ ବିସିସିଆଇର ଅନ୍ୟତମ ବଡ଼ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରୁ ମୁମ୍ବାଇ ବାଦ ଦେଇଛି। ଦିନିକିଆ ଫର୍ମାଟରେ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ପରେ ପୃଥ୍ୱୀ ନିଜର ହତାଶା ଭାବ ପ୍ରକାଶ କରିଛନ୍ତି।

Advertisment

ନିକଟରେ ପୃଥ୍ୱୀଙ୍କୁ ଆଇପିଏଲ ୨୦୨୫ ଅକ୍ସନ ବେଳେ କୌଣସି ପ୍ରାଞ୍ଚାଇଜ କିଣି ନଥିଲେ। ସେହିପରି ମୁମ୍ବାଇ ଚାମ୍ପିୟନ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ଶ’ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଫାଇନାଲରେ ତାଙ୍କ ବ୍ୟାଟରୁ କେବଳ ୧୦ ରନ ବାହାରିଥିଲା।

ଏବେ ମୁମ୍ବାଇ ତାଙ୍କୁ ବିଜୟ ହଜାରେ ଟ୍ରଫିରୁ ବାଦ ଦେଇ ବଡ଼ ଝଟକା ଦେଇଛି। ମୁମ୍ବାଇ ଟିମରୁ ବାଦ ପଡ଼ିବା ପରେ ପୃଥ୍ୱୀ ଶ’ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ “ହେ ଭାଗବାନ ଆଉ କ’ଣ ସବୁ ମୋତେ ଦେଖିବାର ଅଛି କୁହନ୍ତୁ।

Advertisment

ଯଦି ୬୫ ଇନିଂସ, ୩୯୯ ୯ ରନ, ବ୍ୟାଟିଂ ଆଭରେଜ ୫୫.୭ ଓ ଷ୍ଟ୍ରାଇକ ରେଟ ୧୨୬ ଥାଇ ମଧ୍ୟ ମୁଁ ଭଲ ନୁହେଁ। ତା’ହେଲେ ମୁଁ କ’ଣ କରିବି? କିନ୍ତୁ ଆପଣଙ୍କ ଉପରେ ମୋର ଭରସା ରହିଛି। ଆଶା ଲୋକମାନେ ମୋ ଉପରେ ବିଶ୍ୱାସ ଜାରି ରଖିବେ। କାରଣ ମୁଁ ନିଶ୍ଚିତ ଭାବେ କମବ୍ୟାକ କରିବି। ଓମଃ ସାଇ ରାମ।”

Bcci Prithvi Shaw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe