/odisha-reporter/media/post_attachments/uploads/2021/04/IPL-match-201.jpg)
IPL-match-20
ଚେନ୍ନାଇ: ପୃଥ୍ୱୀ ଶ'ଙ୍କ ଅର୍ଦ୍ଧଶତକ ଓ ଷ୍ଟିଭ୍ ସ୍ମିଥଙ୍କ ଉପଯୋଗୀ ଇନିଂସ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲରେ ସନରାଇଜର୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୯ ରନ୍ କରିଛି। ଫଳରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ ପାଇଁ ହାଇଦ୍ରାବାଦକୁ ୧୬୦ ରନ୍ କରିବାକୁ ପଡ଼ିବ। ଦିଲ୍ଲୀ ପକ୍ଷରୁ ପୃଥ୍ୱୀ ଶ' ସର୍ବାଧିକ ୫୩ (୩୯ ବଲ୍, ୭ ଚୌକା, ୧ ଛକା) ରନ୍ କରିଥିବା ବେଳେ ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ, ଯେଉଁ କାରଣରୁ ଭଲ ଷ୍ଟାର୍ଟ ସତ୍ତ୍ୱେ ଟିମ୍ ବଡ଼ ସ୍କୋର କରିପାରିନଥିଲା।
ଏମ୍. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପଟେନ୍ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ନିୟମିତ ଓପ୍ନର ପୃଥ୍ୱୀ ଶ' ଓ ଶିଖର ଧୱନ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୮୧ ରନ୍ ଯୋଡ଼ିଥିଲେ। ଧୱନ୍ ୨୮ ରନ୍ କରିଥିବା ବେଳେ ରଶିଦ୍ ଖାନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ପରେ ପରେ ପୃଥ୍ୱୀ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।
ତେବେ କ୍ୟାପଟେନ୍ ପନ୍ତ ଓ ଷ୍ଟିଭ୍ ସ୍ମିଥ୍ ଶେଷ ୫ ଓଭରରେ ଦ୍ରୁତ ରନ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ପନ୍ତ ୨୭ ବଲ୍ ଖେଳି ୪ ଚୌକା ଓ ୧ ଛକା ସହାୟତାରେ ୩୭ ରନ୍ କରି ସିଦ୍ଧାର୍ଥ କୌଲଙ୍କ ଶିକାର ହୋଇଥିଲେ। ତେବେ ସ୍ମିଥ୍ ୨୫ ବଲରେ ୩ ଚୌକା ଓ ୧ ଛକା ସହ ୩୪ ରନ୍ କରି ଅପରାଜିତ ଥିଲେ। ଶିମରନ୍ ହେଟମେୟର୍ ୧ ରନ୍ କରି ଆଉଟ୍ ହୋଇଥିବା ମାର୍କସ୍ ଷ୍ଟୋଇନିସ୍ ଅପରାଜିତ ୨ ରନ୍ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ସିଦ୍ଧାର୍ଥ କୌଲ୍ ୨ଟି ଓ ରଶିଦ୍ ଖାନ୍ ଗୋଟିଏ ୱିକେଟ୍ ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
