Advertisment

ବିବାଦରେ ଥିବା ପୃଥ୍ୱୀଙ୍କୁ ମୁମ୍ବାଇ କ୍ରିକେଟ ଦେଲା ନୂଆ ଦାୟିତ୍ୱ, କିନ୍ତୁ...

ପୃଥ୍ୱୀ ଶ’ଙ୍କୁ ମୁମ୍ବାଇ କ୍ରିକେଟ ଆସୋସିଏସନ(ଏମସିଏ) ପୁଣି ଗୋଟିଏ ସୁଯୋଗ ଦେଇଛି।

MCA

MCA

Advertisment

ଯୁବ କ୍ରିକେଟର ପୃଥ୍ୱୀ ଶ’ଙ୍କ କ୍ୟାରିୟର ଅସ୍ଥିରତା ମଧ୍ୟ ଦେଇ ଗତି କରୁଥିବା ବେଳେ ତାଙ୍କୁ ମୁମ୍ବାଇ କ୍ରିକେଟ ଆସୋସିଏସନ(ଏମସିଏ) ପୁଣି ଗୋଟିଏ ସୁଯୋଗ ଦେଇଛି। ନିଜର ଫିଟନେସ ଓ ବିଶୃଙ୍ଖଳା ଆଚରଣ ଯୋଗୁ ଏମସିଏ ତାଙ୍କୁ ମୁମ୍ବାଇ ଟିମରୁ ବାଦ ଦେଇଥିଲା। ସେ ବିଜୟ ହଜାରେ ଟ୍ରଫିରେ ନଜର ଆସିବେ ନାହିଁ।

Advertisment

ଲିଷ୍ଟ ଏ’ରେ ଭଲ ପରିସଂଖ୍ୟନ ସତ୍ତ୍ୱେ ପୃଥ୍ୱୀଙ୍କୁ ଏମସିଏ ଦଳରେ ସାମିଲ କରି ନଥିଲା। ତେବେ ଏମସିଏ ପୃଥ୍ୱୀଙ୍କୁ ଆଉ ଏକ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସୁଯୋଗ ଦେଇଛି। Police Invitation Shield Cricket Tournament 2024-25ରେ ପୃଥ୍ୱୀ ମୁମ୍ବାଇ କ୍ରିକେଟକୁ ପ୍ରତିନିଧିତ୍ୱ କରିବେ।

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ସ୍କ୍ୱାଡ ଘୋଷଣା କରାଯାଇଛି। ପୃଥ୍ୱୀ ଶ’ଙ୍କୁ ଏମସିଏ ପକ୍ଷରୁ ଦଳର ଅଧିନାୟକ ମଧ୍ୟ କରାଯାଇଛି। ପୃଥ୍ୱୀ ଶ’ଙ୍କ ପାଖରେ ଥିବା ଦକ୍ଷତା ହିସାବରେ ଏହି ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱ ସେତେଟା ନାହିଁ। କିନ୍ତୁ ଏମସିଏ ଶ’ଙ୍କୁ ଚୟନ କରି ତାଙ୍କୁ ପୁଣିଥରେ ସିନିୟର ଟିମକୁ ଫେରିବା ପାଇଁ ସୁଯୋଗ ଦେଇଛି। ଏବେ ବି ଶ’ଙ୍କ ଉପରେ ଏମସିଏ ଭରସା ରଖିଥିବା ସ୍ପଷ୍ଟ ହୋଇଛି।

Advertisment

ପୃଥ୍ୱୀ ଶ’ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳିଥିଲେ ହେଁ ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ) ତାଙ୍କୁ ବିଜୟ ହଜାରେ ଟ୍ରଫିରେ ସାମିଲ କରିନାହିଁ। ଆଇପିଏଲରେ ମଧ୍ୟ ପୃଥ୍ୱୀଙ୍କୁ କେହି କିଣି ନଥିଲେ।

ମୁମ୍ବାଇ ଟିମରୁ ମଧ୍ୟ ବାଦ ପଡ଼ିବାରୁ କିଛି ଦିନ ତଳେ ପୃଥ୍ୱୀ ବେଶ ଭାବବିହ୍ୱଳ ହୋଇ ଉଠିଥିଲେ। ହେଲେ ଏହାର ପ୍ରଭାବ ଏମସିଏ ଉପରେ ପଡ଼ିନାହିଁ। ନିଜର ବିଶୃଙ୍ଖଳା ଆଚରଣ ପାଇଁ ହିଁ ପୃଥ୍ୱୀ ଏବେ ହଇରାଣ ହେଉଥିବା ଏମସିଏର ଜଣେ ଅଧିକାରୀ କହିଛନ୍ତି।

ଏଥିସହ ସୟଦ ମୁସ୍ତାକ ଅଲୀ ଟ୍ରଫି ବେଳେ ପୃଥ୍ୱୀ ଅଭ୍ୟାସ ନ କରି କେମିତି ଏକାକୀ ରାତିରେ ବାହାରେ ରହୁଥିଲେ ଓ ସକାଳ ୬ଟାରେ ହୋଟେଲକୁ ଫେରୁଥିଲେ, ସେକଥା ମଧ୍ୟ ଅଧିକାରୀ ଜଣଙ୍କ କହିଥିଲେ।

Bcci Cricket Prithvi Shaw MCA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe