Advertisment

ବିଶ୍ୱକପ ଜିତିଲେ ମିଳିବ କେତେ ଟଙ୍କା? ପୁରସ୍କାର ରାଶି ଘୋଷଣା କଲା ଆଇସିସି

ପୁରସ୍କାର ବାବଦରେ ମୋଟ ୧୦ ମିଲିୟନ ଡଲାର ଅର୍ଥାତ ୮୩.୧୦ କୋଟି ଟଙ୍କା ଦିଆଯିବ।

author-image
Hemant Lenka
World Cup

World Cup

ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବାକୁ ଥିବା ଆଇସିସି ପୁରୁଷ ଦିନିକିଆ ବିଶ୍ୱକପର ପୁରସ୍କାର ରାଶି ଆଜି ଘୋଷଣା ହୋଇଛି। ପୁରସ୍କାର ବାବଦରେ ମୋଟ ୧୦ ମିଲିୟନ ଡଲାର ଅର୍ଥାତ ୮୩.୧୦ କୋଟି ଟଙ୍କା ଦିଆଯିବ।

Advertisment

ବିଶ୍ୱକପ ଜିତିବାକୁ ଥିବା ଦଳଗୁଡ଼ିକ ୪ ମିଲିୟନ ଡଲାର ବା ୩୩.୨୪ କୋଟି ଟଙ୍କା ମିଳିବ। ସେହିପରି ରନର୍ସ ଅପ ଦଳକୁ ୨ ମିଲିୟନ ଡଲାର ଦିଆଯିବ ବୋଲି ଆଇସିସି ପକ୍ଷରୁ ଜାରି ପ୍ରେସ ବିବୃତିରେ ଘୋଷଣା କରାଯାଇଛି।

ଏଥିରେ କୁହାଯାଇଛି ଯେ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ପ୍ରତି ଦଳ ୯ଟି ଲେଖାଏ ମ୍ୟାଚ୍‌ ଖେଳିବେ। ଏହି ପର୍ଯ୍ୟାୟରେ ବିଜେତା ଦଳକୁ ମ୍ୟାଚ ପିଛା ୪୦ ହଜାର ଡଲାର ଲେଖାଏ ମିଳିବ। ଗ୍ରୁପ ପର୍ଯ୍ୟାୟ ପରେ ନକଆଉଟରୁ ବାଦ ପଡ଼ୁଥିବା ଦଳଗୁଡ଼ିକୁ ୧୦୦୦୦ ଡଲାର ଲେଖାଏ ଦଆଯିବ।

Advertisment

ବିଶ୍ୱକପର ସେମି ଫଇନାଲରେ ଯେଉଁ ଦୁଇ ଦଳ ହାରିବେ ସେମାନଙ୍କୁ ୮୦,୦୦୦୦ ଡଲାର ଲେଖାଏ ମିଳିବ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୬.୬୫ କୋଟି ଟଙ୍କା।

ଅକ୍ଟୋବର ୫ରୁ ଡିଫେଣ୍ଡ ଚାମ୍ପିୟନ ଇଂଲଣ୍ଡ ଓ ରନର୍ସ ଅପ ନ୍ୟୁଜିଲ୍ୟାଣ୍ଡ ଲଢ଼େଇରୁ ବିଶ୍ୱକପ ଆରମ୍ଭ ହେବ। ଭାରତ ଅକ୍ଟୋବର ୮ରୁ ତା’ର ଅଭିଯାନ ଚେନ୍ନାଇରୁ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆକୁ ଭେଟିବ। ଏଥିପାଇଁ ସବୁ ଦଳ ଜୋରସୋରରେ ପ୍ରସ୍ତୁତ ଚଳାଇଛନ୍ତି।

Indian Cricket Team Cricket ICC Men’s Cricket World Cup 2023