Advertisment

ମାଲାମାଲ୍ ହେବେ ଟି-୨୦ ବିଶ୍ୱ କପ୍ ବିଜେତା

ନୂଆଦିଲ୍ଲୀ: ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱ କପ୍। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ। ଟୁର୍ଣ୍ଣାମେଣ୍ଟର ବିଜେତା ଟିମ୍ ପାଇଁ ଆଇସିସି ପୁରସ୍କାର ରାଶିର ଘୋଷଣା କରିଛି। ପୁରୁଷ ଟି-୨୦ ବିଶ୍ୱକପରେ ବିଜେତା ଟିମକୁ ୧.୬ ମିଲିୟନ୍ ଡଲାର ଅର୍ଥତ୍ ପାଖାପାଖି ୧୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଅନ୍ୟପକ୍ଷରେ ରନର୍ସଅପ୍ ଟିମକୁ ୮ ଲକ୍ଷ ଡଲାର୍ ବା ୬ କୋଟି ଟଙ୍କା ମିଳିବ। ସେହିପରି ସେମିଫାଇନାଲରେ ହାରିଥିବା […]

ମାଲାମାଲ୍ ହେବେ ଟି-୨୦ ବିଶ୍ୱ କପ୍ ବିଜେତା

t20-world-cup

Advertisment

ନୂଆଦିଲ୍ଲୀ: ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱ କପ୍। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ। ଟୁର୍ଣ୍ଣାମେଣ୍ଟର ବିଜେତା ଟିମ୍ ପାଇଁ ଆଇସିସି ପୁରସ୍କାର ରାଶିର ଘୋଷଣା କରିଛି। ପୁରୁଷ ଟି-୨୦ ବିଶ୍ୱକପରେ ବିଜେତା ଟିମକୁ ୧.୬ ମିଲିୟନ୍ ଡଲାର ଅର୍ଥତ୍ ପାଖାପାଖି ୧୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

Advertisment

ଅନ୍ୟପକ୍ଷରେ ରନର୍ସଅପ୍ ଟିମକୁ ୮ ଲକ୍ଷ ଡଲାର୍ ବା ୬ କୋଟି ଟଙ୍କା ମିଳିବ। ସେହିପରି ସେମିଫାଇନାଲରେ ହାରିଥିବା ଦୁଇ ଟିମକୁ ୪ ଲକ୍ଷ ଡଲାର ଅର୍ଥାତ୍ ୩ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାକୁ ମିଶାଇ ମୋଟ ୫.୬ ମିଲିୟନ୍ ଡଲାର ବା ୪୨ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯିବ।

ଆଇସିସି ପୁରୁଷ ବିଶ୍ୱକପରେ ମୋଟ୍ ୧୬ଟି ଟିମ୍ ଭାଗ ନେବେ। ସୁପର୍-୧୨ ରାଉଣ୍ଡ ପରେ ପ୍ରତି ବିଜୟ ପରେ ଟିମକୁ ବୋନସ୍ ଆୱାର୍ଡ ଦିଆଯିବ। ୨୦୧୬ ସଂସ୍କରଣରେ ମଧ୍ୟ ଏଭଳି ସିଷ୍ଟମ୍ କରାଯାଇଥିଲା। ସୁପର୍-୧୨ ରାଉଣ୍ଡରେ ହେବାକୁଥିବା ମୋଟ ୩୦ ମ୍ୟାଚରେ ୪୦ ହଜାର ଡଲାର୍ ଅର୍ଥାତ୍ ପାଖାପାଖି ୧ କୋଟି ୨୦ ଲକ୍ଷ ଡଲାର ପ୍ରଦାନ କରାଯିବ।

Advertisment

https://twitter.com/T20WorldCup/status/1447132021315313669?s=20

ସୁପର୍-୧୨ ରାଉଣ୍ଡରୁ ବାଦ୍ ପଡ଼ିବାକୁ ଥିବା ପ୍ରତି ଟିମକୁ ୭୦ହଜାର (୫୨ ଲକ୍ଷ ଟଙ୍କା) ଡଲାର୍ ମିଳିବ। ଅର୍ଥାତ୍ ମୋଟ ୫ଲକ୍ଷ ୬୦ହଜାର ଡଲାର୍ ଏଥିରେ ମିଳିବ। ରାଉଣ୍ଡ-୧ରେ ଜିତିଥିବା ଟିମ୍ ଗୁଡ଼ିକ ପାଇଁ ମଧ୍ୟ ଠିକ୍ ଏଭଳି ପୁରସ୍କାର ରାଶିର ବ୍ୟବସ୍ଥା କରାଯାଇଛି। ଏହି ରାଉଣ୍ଡରେ ୧୨ଟି ମ୍ୟାଚ୍ ପାଇଁ ୪୦ହଜାର ଡଲାର୍ ଲେଖାଏ ପ୍ରଦାନ କରାଯିବ। ଅର୍ଥାତ୍ ମୋଟ ୪ଲକ୍ଷ ୮୦ହଜାର ଡଲାର ପୁରସ୍କାର ରାଶି ହେବ। ରାଉଣ୍ଡ-୧ରୁ ବାଦ୍ ପଡ଼ିବାକୁ ଥିବା ପ୍ରତି ୪ ଟିମକୁ ୪୦ ହଜାର ଲେଖାଏ ଡଲାର୍ ପ୍ରଦାନ କରାଯିବ। ଅର୍ଥାତ୍ ମୋଟ ୧ଲକ୍ଷ ୬୦ହଜାର ଡଲାର୍ ମୂଲ୍ୟ ହେବ।

ସୂଚନାଯୋଗ୍ୟ, ଆଇସିସି ଟି-୨୦ ବିଶ୍ୱକପର ରାଉଣ୍ଡ-୧ରେ ବାଂଲାଦେଶ, ଆୟର୍ଲ୍ୟାଣ୍ଡ, ନାମିବିଆ, ନେଦରଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି, ଓମାନ୍, ଶ୍ରୀଲଙ୍କା ଓ ସ୍କଟଲ୍ୟାଣ୍ଡ ଦଳ ରହିଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ଟିମ୍ ଆଗରୁ ସୁପର୍-୧୨ରେ ପହଞ୍ଚି ସାରିଛନ୍ତି। ବାକି ୪ ଟିମ୍ ରାଉଣ୍ଡ-୧ରୁ ଆସିବେ।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe