Advertisment

ଅଖତରଙ୍କୁ ବ୍ୟାନ୍ କଲା ଇମ୍ରାନ୍ ଖାନ୍ ସରକାରଙ୍କ ଟିଭି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତରଙ୍କୁ ବଡ଼ ଝଟକା ଲାଗିଛି। ପ୍ରଥମେ ସରକାରଙ୍କ ଦ୍ୱାରା ପରିଚାଳିତ ପିଟିଭିରେ ଲଜ୍ଜିତ ହେବାକୁ ପଡ଼ିଲା ଏବଂ ଏବେ ତାଙ୍କୁ ଚ୍ୟାନେଲରୁ ସମ୍ପୂର୍ଣ୍ଣ ଭାବେ ଅଫ୍ ଏୟାର କରିଦିଆଯାଇଛି। ଅର୍ଥାତ୍ ଏହି ଚ୍ୟାନେଲରେ ପ୍ରସାରିତ ହେବାକୁଥିବା କୌଣସି କାର୍ଯ୍ୟକ୍ରମରେ ସେ ଭାଗ ନେଇପାରିବେ ନାହିଁ। ଚ୍ୟାନେଲ୍ ଟ୍ୱିଟ୍ କରି କହିଛି ଯେ ଅଖତର ଓ ପିଟିଭି ଆଙ୍କର୍ ନୌମାନ୍ ନିୟାଜଙ୍କ ମଧ୍ୟରେ ଲାଇଭ୍ ଶୋ’ରେ ହୋଇଥିବା ବିବାଦର ତଦନ୍ତ […]

author-image
Ranjit Kumar Jena
ଅଖତରଙ୍କୁ ବ୍ୟାନ୍ କଲା ଇମ୍ରାନ୍ ଖାନ୍ ସରକାରଙ୍କ ଟିଭି

akhter

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତରଙ୍କୁ ବଡ଼ ଝଟକା ଲାଗିଛି। ପ୍ରଥମେ ସରକାରଙ୍କ ଦ୍ୱାରା ପରିଚାଳିତ ପିଟିଭିରେ ଲଜ୍ଜିତ ହେବାକୁ ପଡ଼ିଲା ଏବଂ ଏବେ ତାଙ୍କୁ ଚ୍ୟାନେଲରୁ ସମ୍ପୂର୍ଣ୍ଣ ଭାବେ ଅଫ୍ ଏୟାର କରିଦିଆଯାଇଛି। ଅର୍ଥାତ୍ ଏହି ଚ୍ୟାନେଲରେ ପ୍ରସାରିତ ହେବାକୁଥିବା କୌଣସି କାର୍ଯ୍ୟକ୍ରମରେ ସେ ଭାଗ ନେଇପାରିବେ ନାହିଁ। ଚ୍ୟାନେଲ୍ ଟ୍ୱିଟ୍ କରି କହିଛି ଯେ ଅଖତର ଓ ପିଟିଭି ଆଙ୍କର୍ ନୌମାନ୍ ନିୟାଜଙ୍କ ମଧ୍ୟରେ ଲାଇଭ୍ ଶୋ'ରେ ହୋଇଥିବା ବିବାଦର ତଦନ୍ତ କରାଯିବ। ରିପୋର୍ଟ ଆସିବା ଯାଏ ଦୁହେଁ ଚ୍ୟାନେଲରେ ଅଫ୍ ଏୟାର୍ ରହିବେ।

Advertisment

ଏହା ପରେ ଅଖତର କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଏହା ଏକ ମଜାକ୍। ମୁଁ ୨୨୦ ମିଲିୟନ୍ ପାକିସ୍ତାନୀ ଓ ସାରା ଦୁନିଆର ଲୋକଙ୍କ ସାମ୍ନାରେ ଅନ୍ ଏୟାର୍ ଇସ୍ତଫା ଦେଇଛତ। ପିଟିଭି ପାଗଳ ହୋଇଯାଇଛି କି? ମୋତେ ଅଫ୍ ଏୟାର୍ କରିବା ପାଇଁ ସେମାନେ କିଏ?' ଏହିପରି ଭାବେ ଅଖତରଙ୍କ ଚ୍ୟାନେଲରୁ ହେଉଥିବା ଆୟ ଉପରେ ମଧ୍ୟ ଗ୍ରହଣ ଲାଗିଯାଇଛି।

https://twitter.com/shoaib100mph/status/1453754238467776513?s=20

ଅଖତର ଏକ ଟିଭି କାର୍ଯ୍ୟକ୍ରମ ଅଧାରୁ ଛାଡ଼ି କ୍ରିକେଟ୍‌ ବିଶେଜ୍ଞକ ଭାବେ ଇସ୍ତଫା ଦେଇଥିଲେ, କାରଣ ସରକାରଙ୍କ ଦ୍ୱାରା ପରିଚାଳିତ ପିଟିଭିର ଆୟୋଜକ ତାଙ୍କୁ ବାହାରିଯିବାକୁ କହିଥିଲେ। ଅଖତର କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାକିସ୍ତାନର ବିଜୟ ପରେ କାର୍ଯ୍ୟକ୍ରମରେ ଆଙ୍କର ତାଙ୍କ ସହ ଖରାପ ବ୍ୟବହାର କରିଥିଲେ ଏବଂ ତାଙ୍କୁ ଅପମାନ ମଧ୍ୟ କରିଥିଲେ।

Advertisment

https://twitter.com/_Mansoor_Ali/status/1453073811335696389?s=20

ଅଖତର ତୁରନ୍ତ ସେଠାରୁ ଉଠି ନିଜର ମାଇକ୍ରୋଫୋନ୍ କାଢ଼ିଥିଲେ ଏବଂ ଚାଲିଯାଇଥିଲେ। କାର୍ଯ୍ୟକ୍ରମର ଆଙ୍କର ନିୟାଜ ଅଖତରଙ୍କୁ ପୁଣିଥରେ ଫେରିଆସିବାକୁ ମଧ୍ୟ କହିନଥିଲେ ଏବଂ ଆଦୌ ପ୍ରତିକ୍ରିୟାଶୀଳ ଦେଖାଇ ନଥିଲେ ଓ କାର୍ଯ୍ୟକ୍ରମ ଜାରି ରଖିଥିଲେ। କିନ୍ତୁ କାର୍ଯ୍ୟକ୍ରମରେ ଥିବା ଅନ୍ୟ ଅତିଥି ଯଥା ଭିଭିଆନ୍ ରିଚାର୍ଡ୍ସ, ଡେଭିଡ୍ ଗାୱାର, ରାଶିଦ୍ ଲତିଫ୍, ଉମର୍ ଗୁଲ୍, ଆକିବ୍ ଜାଭେଦ୍ ଓ ପାକିସ୍ତାନ ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ସନା ମୀର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।