Pujara
ଲଣ୍ଡନ: ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ରୟାଲ ଲଣ୍ଡନ ଦିନିକିଆ କପରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। କାଉଣ୍ଟି ଟିମ୍ ସକ୍ସେସ ପାଇଁ ଖେଳୁଥିବା ପୂଜରା ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ସେ କାଉଣ୍ଟି ଚାମ୍ପିୟନଶିପ ଡିଭିଜନ-୨ରେ ସକ୍ସେସ ପାଇଁ ୫ ଶତକ ହାସଲ କରିବା ପରେ ନିୟମିତ ଅଧିନାୟକ ଟମ ହାଇନଙ୍କ ବଦଳରେ ଦଳର କମାଣ ସମ୍ଭାଳିଥିଲେ।
ଏବେ ପୂଜାରା ନିଜର ବ୍ୟାଟିଂ ଜଲୱା ୱାରୱିକଶେର ବିପକ୍ଷ ଦିନିକିଆରେ ମଧ୍ୟ ଦେଖାଇଛନ୍ତି। ରାୟାଲ ଲଣ୍ଡନ ଦିନିକିଆ କପ୍ର ଗୋଟିଏ ମ୍ୟାଚ୍ରେ ପୂଜାରା ଦମଦାର ଶତକ ହାସଲ କରିଛନ୍ତି। ଏଥିସହ ସେ ଗୋଟିଏ ଓଭର୍ରେ ୨୨ ରନ ହାସଲ କରି ନିଜ ବିସ୍ଫୋରକ ରୂପ ସମସ୍ତଙ୍କୁ ଦେଖାଇଛନ୍ତି।
ସକ୍ସେସ ଏହି ମ୍ୟାଚ୍ରେ ୩୧୧ ରନର ଟାର୍ଗେଟକୁ ପିଛା କରୁଥିଲା। ପୂଜାରା ବ୍ୟାଟିଂ କରିବାକୁ ଆସିବା ବେଳେ ଦଳ ୨ ୱିକେଟ ହରାଇ ୧୧୨ ରନ କରିଥିଲା। ତେବେ କ୍ରିଜକୁ ଆସିବା କ୍ଷଣି ପୂଜାରା ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ସେ ମାତ୍ର ୭୯ ବଲରେ ୧୦୭ ରନ୍ର ଇନିଂସ ଖେଳିଛନ୍ତି। ଏଥିରେ ୭ଟି ଚୌକା ଓ ୨ଟି ଛକା ରହିଥିଲା।
କିନ୍ତୁ ମ୍ୟାଚ୍ର ୪୭ତମ ଓଭର ବୋଲିଂ କରୁଥିବା ଲିଆମ ନରୱେଲଙ୍କୁ ସେ ନିର୍ଧୁମ ପ୍ରହାର କରିଥିଲେ। ଏହି ଓଭର୍ରେ ପୂଜାରା ୨୨ ରନ ହାସଲ କରିଥିଲେ। ଲିଆମଙ୍କ ପ୍ରଥମ ବଲରେ ସେ ଚୌକା ମାରିଥିଲେ। ଏହାପରେ ୨ ରନ ନେଇଥିଲେ। ପୁଣି ଗୋଟିଏ ଚୌକା ମାରିବା ପରେ ୪ର୍ଥ ବଲରେ ୨ ରନ ହାସଲ କରିଥିଲେ। ୫ମ ବଲରେ ପୂଜାରା ୬କା ଓ ଶେଷ ବଲରେ ଚୌକା ମାରି ମୋଟ ୨୨ ରନ ଆଦାୟ କରିଥିଲେ।
ମ୍ୟାଚ୍ର ୪୮ତମ ଓଭର୍ରେ ସେ ଶତକ ହାସଲ କରିଥିଲେ। ସେହିପରି ୪୯ ତମ ଓଭର୍ରେ ସେ କ୍ଲିନବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ପୂଜାରାଙ୍କ ବିସ୍ଫୋରକ ବ୍ୟାଟି ସତ୍ତ୍ୱେ ସକ୍ସେସ ଧାର୍ଯ୍ୟ ଟାର୍ଗେଟର ଠାରୁ ୪ ରନ ଦୂରରେ ରହିଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/Pujara.jpg)