Advertisment

ଅମ୍ପାୟାର୍ ନଟ୍ ଆଉଟ୍ ଦେବା ସତ୍ତ୍ୱେ ପ୍ୟାଭିଲିୟନ୍ ଫେରିଲେ ଭାରତୀୟ ଖେଳାଳି, ଦେଖନ୍ତୁ ଭିଡିଓ

ଗୋଲ୍ଡ କୋଷ୍ଟ: ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍ ମଧ୍ୟରେ ପିଙ୍କ ବଲ୍ ଟେଷ୍ଟ ଜାରି ରହିଛି। ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଟିମ୍ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରା ୨୭୬ ରନ୍ କରିଛି। ମ୍ୟାଚର ଦ୍ୱିତୀୟ ଦିବସ ସ୍ମୃତି ମନ୍ଧାନା ଓ ପୁନମ ରାଉତଙ୍କ ନାଁରେ ରହିଛି। ଦୁହେଁ ଅଷ୍ଟ୍ରେଲୀୟ ବୋଲରଙ୍କୁ ନୟାନ୍ତ କରିଥିଲେ। ମନ୍ଧାନା ଦ୍ୱିତୀୟ ଦିନ ଆରମ୍ଭରୁ ମିଳିଥିବା ଜୀବନଦାନର […]

ଅମ୍ପାୟାର୍ ନଟ୍ ଆଉଟ୍ ଦେବା ସତ୍ତ୍ୱେ ପ୍ୟାଭିଲିୟନ୍ ଫେରିଲେ ଭାରତୀୟ ଖେଳାଳି, ଦେଖନ୍ତୁ ଭିଡିଓ

punam-raut

Advertisment

ଗୋଲ୍ଡ କୋଷ୍ଟ: ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍ ମଧ୍ୟରେ ପିଙ୍କ ବଲ୍ ଟେଷ୍ଟ ଜାରି ରହିଛି। ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଟିମ୍ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରା ୨୭୬ ରନ୍ କରିଛି। ମ୍ୟାଚର ଦ୍ୱିତୀୟ ଦିବସ ସ୍ମୃତି ମନ୍ଧାନା ଓ ପୁନମ ରାଉତଙ୍କ ନାଁରେ ରହିଛି। ଦୁହେଁ ଅଷ୍ଟ୍ରେଲୀୟ ବୋଲରଙ୍କୁ ନୟାନ୍ତ କରିଥିଲେ।

Advertisment

ମନ୍ଧାନା ଦ୍ୱିତୀୟ ଦିନ ଆରମ୍ଭରୁ ମିଳିଥିବା ଜୀବନଦାନର ଫାଇଦା ଉଠାଇ ଶତକ ମାରିଥିଲେ। ଆଉ ଏଥିସହ ଦିବାରାତ୍ର ଟେଷ୍ଟରେ ଶତକ ମାରିବାରେ ମନ୍ଧାନା ପ୍ରଥମ ଭାରତୀୟ ମହିଳା କ୍ରିକେଟର୍ ହୋଇଛନ୍ତି। ଅନ୍ୟପକ୍ଷରେ ପୁନମ୍ ଅଷ୍ଟ୍ରେଲୀୟ ବୋଲରଙ୍କ ଆଗରେ ଦୃଢ଼ତାର ସହ ସାମ୍ନା କରିଥିଲେ। ସେ ୧୬୫ ବଲ୍ ଖେଳି ୩୬ ରନ୍ କରିଛନ୍ତି। ମନ୍ଧାନାଙ୍କ ଆଉଟ୍ ହେବାର କିଛି ସମୟ ପରେ ସେ ପ୍ୟାଭିଲିୟନ୍ ଫେରିଥିଲେ।

ପୁନମଙ୍କ ବ୍ୟାଟିଂକୁ ତ ପ୍ରଶଂସା କରାଯାଉଛି ଏବଂ ଏହାସହ ଆଉଟ୍ ହେବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ପୁନମ୍ ଏହି ମୁକାବିଲାରେ ଖେଳୁଆଡ଼ ଉଦାହରଣ ଦେଖାଇଛନ୍ତି, ଯାହା ଦେଖି ବିରୋଧୀ ଟିମ, ଅମ୍ପାୟାର ଓ କମେଣ୍ଟେଟର ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

Advertisment

https://twitter.com/7Cricket/status/1443821663540424705?s=20

ଭାରତ ଇନିଂସର ୮୧ତମ ଓଭରରେ ସୋଫି ମୋଲିନ୍ୟୁକ୍ସ ବୋଲିଂ କରିବାକୁ ଆସିଥିଲେ। ଓଭରର ଚତୁର୍ଥ ବଲ୍ ପିଚ୍ ହେବା ପରେ ବାହାରକୁ ଯାଉଥିଲା। ପୁନମ୍ ରାଉତ ଷ୍ଟ୍ରେଚ୍ କରି ବଲକୁ ଖେଳିବାକୁ ପ୍ରୟାସ କଲେ, କିନ୍ତୁ ସେ ୱିକେଟ୍ କିପର ହିଲିଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ମୋଲିନ୍ୟୁକ୍ସ, ୱିକେଟକିପର ଓ କ୍ଲୋଜ୍-ଇନ୍ ଫିଲ୍ଡର ଅପିଲ୍ କରିଥିଲେ। କିନ୍ତୁ ଅମ୍ପାୟାର ଆଉଟ୍ ଦେଲେ ନାହିଁ। ଅଷ୍ଟ୍ରେଲିଆ ରିଭ୍ୟୁ ନେବା ପୂର୍ବରୁ ପୁନମ ପ୍ୟାଭିଲିୟନ୍ ଫେରିବାକୁ ଲାଗିଲେ। ତାଙ୍କୁ ଯିବା ଦେଖି ଅମ୍ପାୟାର ଓ ଅଷ୍ଟ୍ରେଲିଆ ଖେଳାଳି ଚକିତ ହୋଇଥିଲେ।

ପୁନମ୍ ଜାଣିଥିଲେ ଯେ ବଲ୍ ତାଙ୍କ ବ୍ୟାଟରେ ବାଜି ୱିକେଟ କିପରଙ୍କ ଗ୍ଲୋଭସକୁ ଯାଇଛି। ଅମ୍ପାୟାର ନଟଆଉଟ୍ ଦେବା ସତ୍ତ୍ୱେ ସେ ପ୍ୟାଭିଲିୟନ୍ ଫେରିଯିବାକୁ ନିଷ୍ପତ୍ତି ନେଲେ। ଭାରତର ପୂର୍ବତନ ୱିକେଟ କିପର ସବା କରିମ୍ ସୋନି ସ୍ପୋର୍ଟ୍ସ ନେଟୱର୍କରେ କହିଛନ୍ତି ଯେ ଏହା ଏକ ଅଜବ ନିଷ୍ପତ୍ତି ଥିଲା। ପୁନମଙ୍କ ଏହି ନିଷ୍ପତ୍ତି ଖେଳ ଭାବନାର ଜ୍ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି, ଯାହା ବର୍ଷ ବର୍ଷ ଧରି ମନେ ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe