Advertisment

ବିଗବସ୍‌ ମଞ୍ଚରେ ପଞ୍ଜାବ କିଙ୍ଗସ କ୍ୟାପ୍ଟେନଙ୍କ ନାଁ ଘୋଷଣା କଲେ ସଲମାନ

ବିଗବସ୍‌କୁ ହୋଷ୍ଟ କରୁଥିବା ବଲିଉଡ ଭାଇଜାନ ସଲମାନ ଖାନ ଆଜି ପଞ୍ଜାବ କିଙ୍ଗସର କ୍ୟାପ୍ଟେନଙ୍କ ନାଁ ଘୋଷଣା କରିଛନ୍ତି।

Punjab Kings

Punjab Kings

Advertisment

ଆଇପିଏଲ ପ୍ରାଞ୍ଚାଇଜ ବେଶ ନିଆରା ଢଙ୍ଗରେ ତା’ର ନୂଆ କ୍ୟାପ୍ଟେନଙ୍କ ନାଁ ଘୋଷଣା କରିଛି। ୨୦୨୫ ବର୍ଷ ଆଇପିଏଲରେ ଦଳର କମାଣ କିଏ ସମ୍ଭାଳିବେ, ସେକଥା ଟିଭି ରିୟଲିଟି ଶୋ’ ବିଗବସ ମଞ୍ଚରେ ଘୋଷଣା କରାଯାଇଛି। ବିଗବସ୍‌କୁ ହୋଷ୍ଟ କରୁଥିବା ବଲିଉଡ ଭାଇଜାନ ସଲମାନ ଖାନ ଆଜି ପଞ୍ଜାବ କିଙ୍ଗସର କ୍ୟାପ୍ଟେନଙ୍କ ନାଁ ଘୋଷଣା କରିଛନ୍ତି।

Advertisment

ତାଙ୍କ ଘୋଷଣା ଅନୁଯାୟୀ, ୨୦୨୫ ଆଇପିଏଲର ମେଗା ଅକ୍ସନରେ ଦ୍ୱିତୀୟ ଦାମୀ ଖେଳାଳି ପଞ୍ଜାବ କିଙ୍ଗସର ଅଧିନାୟକ ଭାବେ କାର୍ଯ୍ୟ କରିବେ। ଏହାର ଅର୍ଥ କୋଲକାତା ନାଇଟ ରାଇଡର୍ସର ପୂର୍ବତନ ଅଧିନାୟକ ଶ୍ରେୟସ ଆୟର ପଞ୍ଜାବ କିଙ୍ଗସର ନୂଆ ଅଧିନାୟକ ହୋଇଛନ୍ତି।

ପଞ୍ଜାବର ୩ ଷ୍ଟାର ଖେଳାଳି ଶ୍ରେୟସ ଆୟର, ୟୁଜିଭେନ୍ଦର ଚହଲ ଓ ଶଶାଙ୍କ ସିଂହ ଆଜି ବିଗବସ ମଞ୍ଚକୁ ଆସିଥିଲେ। ଏହି ସମୟରେ ସଲମାନ ଖାନ ମଞ୍ଚ ଉପରେ ଶ୍ରେୟସ ପଞ୍ଜାବର ଅଧିନାୟକ ଭାବେ ନିଯୁକ୍ତ ହୋଇଥିବା କଥା କହିଛନ୍ତି।

Advertisment

୩୦ ବର୍ଷୀୟ ଆୟର ମଧ୍ୟ ଅଧିନାୟକ ପଦ ପାଇଁ ପ୍ରାଞ୍ଚାଇଜକୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, “ଟିମ ମୋ ଉପରେ ବିଶ୍ୱାସ ଦେଖାଇଥିବାରୁ ମୁଁ ବେଶ କୃତଜ୍ଞ। ମୁଁ କୋଚ ରକି ପଣ୍ଟିଂଙ୍କ ସହ ପୁଣିଥରେ କାମ କରିବାକୁ ବେଶ ଉତ୍ସାହିତ। ଟିମ ପୂରା ଶକ୍ତିଶାଳୀ ରହିଛି। ଦଳରେ ଅନେକ ଭଲ ଖେଳାଳି ରହିଛନ୍ତି। ମ୍ୟାନେଜମେଣ୍ଟ ଦେଖାଇଥିବା ବିଶ୍ୱାସକୁ ମେଡେନ ଟାଇଟଲରେ ପରିଣତ କରିବାକୁ ଆମେ ଚେଷ୍ଟା କରିବୁ।”

୨୦୨୪ରେ ଆୟର କେକେଆରର ଅଧିନାୟକ ଭାବେ ଦଳକୁ ଚାମ୍ପିୟନ କରାଇଥିଲେ। ତେବେ ମେଗା ଅକ୍ସନ ପୂର୍ବରୁ ତାଙ୍କୁ କେକେଆର ରିଲିଜ କରି ଦେଇଥିଲେ। ଅକ୍ସନ ବେଳେ ପଞ୍ଜାବ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଥିଲା।

IPL IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe