Advertisment

ରୋହିତଙ୍କ ୬୩ ସତ୍ତ୍ୱେ ୧୩୧ ରନ୍‌ରେ ଅଟକିଲା ମୁମ୍ବାଇ

ଚେନ୍ନାଇ: ଆରମ୍ଭରୁ ୧୮ ଓଭର୍‌ ଯାଏ ରୋହିତ ଶର୍ମା ବ୍ୟାଟିଂ କଲେ। ତଥାପି ବିସ୍ଫୋରକ ଶଟ୍‌ ଖେଳି ପାରିଲେ ନାହିଁ। ରୋହିତ ୫୨ ବଲ୍‌ରେ ୬୩ ରନ୍‌ କରିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ମାତ୍ର ୧୩୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପଞ୍ଜାବ କିଙ୍ଗସ ଆଗରେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ୧୩୨ ରନ୍‌ର ଟାର୍ଗେଟ ରହିଛି। ରୋହିତଙ୍କ ବ୍ୟତୀତ ସୂର୍ଯ୍ୟ କୁମାର ଯାଦବ ୩୩ ରନ୍‌ର […]

ରୋହିତଙ୍କ ୬୩ ସତ୍ତ୍ୱେ ୧୩୧ ରନ୍‌ରେ ଅଟକିଲା ମୁମ୍ବାଇ

PBKS

Advertisment

ଚେନ୍ନାଇ: ଆରମ୍ଭରୁ ୧୮ ଓଭର୍‌ ଯାଏ ରୋହିତ ଶର୍ମା ବ୍ୟାଟିଂ କଲେ। ତଥାପି ବିସ୍ଫୋରକ ଶଟ୍‌ ଖେଳି ପାରିଲେ ନାହିଁ। ରୋହିତ ୫୨ ବଲ୍‌ରେ ୬୩ ରନ୍‌ କରିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ମାତ୍ର ୧୩୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପଞ୍ଜାବ କିଙ୍ଗସ ଆଗରେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ୧୩୨ ରନ୍‌ର ଟାର୍ଗେଟ ରହିଛି।

Advertisment

ରୋହିତଙ୍କ ବ୍ୟତୀତ ସୂର୍ଯ୍ୟ କୁମାର ଯାଦବ ୩୩ ରନ୍‌ର ଇନିଂସ ଖେଳିଛନ୍ତି। ପଞ୍ଜାବ ପକ୍ଷରୁ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ ଖେଳୁଥିବା ରବି ବିଷ୍ଣୋଇ ୪ ଓଭର୍‌ରେ ୨ଟି ୱିକେଟ ନେଇ ମାତ୍ର ୨୧ ରନ୍‌ ଦେଇଛନ୍ତି। ଦୀପକ ହୁଡ୍ଡା ମଧ୍ୟ ୩ ଓଭର୍‌ରେ ମାତ୍ର ୧୫ ରନ୍‌ ଦେଇ ବିସ୍ଫୋରକ କ୍ୱିଣ୍ଟନ ଡି’କକଙ୍କ ୱିକେଟ ହାସଲ କରିଛନ୍ତି।

ଚେନ୍ନାଇରେ ପଞ୍ଜାବ ଅଧିନାୟକ କେଏଲ ରାହୁଲ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ପ୍ରଥମ ଓଭର୍‌ ମୋଜିସ ହେନରିକ୍ସ ପକାଇଥିଲେ। ପ୍ରଥମରୁ ହିଁ ମୁମ୍ବାଇର ଦୁଇ ଓପନର ଡି’କକ ଓ ରୋହିତ ଶଟ୍‌ ଖେଳିବାକୁ ସଂଘର୍ଷ କରିଥିଲେ। ଶେଷରେ ଦ୍ୱିତୀୟ ଓଭର୍‌ରେ ହୁଡ୍ଡା ୩ ରନ୍‌ କରିଥିବା ଡି’କକଙ୍କୁ ଆଉଟ କରିଦେଇଥିଲେ।

Advertisment

ଡି’କକଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଈଶାନ କିଶନ ମଧ୍ୟ ବଡ଼ ଶଟ୍‌ ଖେଳିବାକୁ ସମର୍ଥ ହୋଇ ନଥିଲେ। ରୋହିତ ବଲକୁ ଠିକ୍‌ ଭାବେ କନେକ୍ଟ କରିବାକୁ ସଂଘର୍ଷ କରିଥିଲେ। ଏସବୁ ଭିତରେ ୧୭ ବଲ୍‌ରେ ମାତ୍ର ୬ ରନ୍‌ କରି ଈଶାନ ସ୍ପିନର ରବି ବିଷ୍ଣୋଇଙ୍କ ଶିକାର ବନିଥିଲେ।

ସୂର୍ଯ୍ୟ କୁମାର ଯାଦବ ଆସିବା କ୍ଷଣି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ହେଲେ ରୋହିତ ପୂର୍ବଭଳି ନିଜର ସଂଘର୍ଷ ଜାରି ରଖିଥିଲେ। ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଣୁଣା ରୋହିତ ଏକଦା ୨୦ ବଲ୍‌ରେ ୧୭ ଓ ୨୮ ବଲ୍‌ରେ ୨୮ ରନ୍‌ କରିଥିଲେ। ତେବେ ଏହାପରେ ସେ ଗିୟର ବଦଳାଇବା ସହ ବଡ଼ ଶଟ ଖେଲିଥିଲେ। ଶେଷରେ ୩୮ ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ସୂର୍ଯ୍ୟ କୁମାର ଯାଦବ ୨୬ ବଲ୍‌ରେ ୩୩ ରନ୍‌ କରିଥିବା ବେଳେ ରବି ବିଷ୍ଣୋଇଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ରୋହିତଙ୍କ ସହ ମିଶି ତୃତୀୟ ୱିକେଟ ପାଇଁ ୭୯ ରନ୍‌ ସଂଗ୍ରହ କରିଥିଲେ। ସୂର୍ଯ୍ୟଙ୍କ ଆଉଟ ହେବା ପରେ ରୋହିତ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ମହମ୍ମଦ ଶାମି ଆଉଟ କରିଦେଇଥିଲେ।

ଆଉଟ ହେବା ପୂର୍ବରୁ ସେ ୨ଟି ଛକା ଓ ୫ଟି ଚୌକା ବଳରେ ୬୩ ରନ୍‌ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ୪ଟି ବଲ୍‌ରେ ୧ ରନ୍‌ କରି ଅର୍ଶଦୀପଙ୍କ ବଲ୍‌ରେ ଆଉଟ ହୋଇଛନ୍ତି। କୃନାଲ ପାଣ୍ଡ୍ୟା ୩ବଲ୍‌ରେ ୩ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ଶେଷ ଭାଗରେ କାଏରନ ପୋଲାର୍ଡ ଅପରାଜିତ ୧୨ ବଲ୍‌ରେ ୧୬ କରିବାରୁ ମୁମ୍ବାଇ କଷ୍ଟମଷ୍ଟେ ୧୩୧ ରନ୍‌ରେ ପହଞ୍ଚିଥିଲା।

ପଞ୍ଜାବ ପକ୍ଷରୁ ବିଷ୍ଣୋଇ ଓ ଶାମି ୨ଟି ୱିକେଟ ଲେଖାଏ ୱିକେଟ ନେଇଥିବା ବେଳେ ହୁଡ୍ଡା ଓ ଅର୍ଶଦୀପ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe