Advertisment

ମୁମ୍ବାଇ ବିପକ୍ଷରେ ଟସ୍‌ ଜିତିଲା ପଞ୍ଜାବ, ପ୍ରଥମେ ବୋଲିଂ କରିବ

ଚେନ୍ନାଇ: ଚଳିତ ଆଇପିଏଲର ୧୭ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ। ଏହି ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ କେଏଲ ରାହୁଲ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରୋହିତ ଶର୍ମାଙ୍କ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ। ମୁମ୍ବାଇ ଏଯାଏ ୪ଟି ମୁକାବିଲାରୁ ୨ଟିରେ ଜିତିଛି ଓ ୨ଟିରେ ହାରିଛି। ଦଳ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ସେହିପରି ପଞ୍ଜାବ ୪ଟିରୁ କ୍ରମାଗତ ୩ଟିରେ ହାରି ପଏଣ୍ଟ ଟେବୁଲର […]

author-image
Hemant Lenka
ମୁମ୍ବାଇ ବିପକ୍ଷରେ ଟସ୍‌ ଜିତିଲା ପଞ୍ଜାବ, ପ୍ରଥମେ ବୋଲିଂ କରିବ

Rohit

ଚେନ୍ନାଇ: ଚଳିତ ଆଇପିଏଲର ୧୭ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ। ଏହି ମ୍ୟାଚ୍‌ରେ ପଞ୍ଜାବ ଅଧିନାୟକ କେଏଲ ରାହୁଲ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରୋହିତ ଶର୍ମାଙ୍କ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ।

Advertisment

ମୁମ୍ବାଇ ଏଯାଏ ୪ଟି ମୁକାବିଲାରୁ ୨ଟିରେ ଜିତିଛି ଓ ୨ଟିରେ ହାରିଛି। ଦଳ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ସେହିପରି ପଞ୍ଜାବ ୪ଟିରୁ କ୍ରମାଗତ ୩ଟିରେ ହାରି ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି। ପଞ୍ଜାବ ତା’ର ଶେଷ ମ୍ୟାଚ୍‌ରେ ସନ ରାଇଜାର୍ସ ହାଇଦ୍ରାବାଦ ଠାରୁ ହାରିଥିବା ବେଳେ ମୁମ୍ବାଇ ଦିଲ୍ଲୀଠାରୁ ପରାସ୍ତ ହୋଇଥିଲା। ତେଣୁ ଉଭୟ ଦଳ ଆଜି ବିଜୟ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରିବେ।

ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଲେଗ ସ୍ପିନର ମୁରଗାନ ଅଶ୍ୱିନଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ଯୁବ ତାରକା ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିଛି। ସେ ଚଳିତ ଆଇପିଏଲରେ ଆଜି ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ୨୦୨୦ରେ ସେ ପଞ୍ଜାବ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ।

Advertisment

ଅନ୍ୟପକ୍ଷରେ ମୁମ୍ବାଇ ଗତ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ହେଁ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଏହାର ଅର୍ଥ ଆଜିର ମ୍ୟାଚ୍‌ରେ ମଧ୍ୟ ଦଳ ୩ ଜଣ ବିଦେଶୀ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇଛି।