Advertisment

ଆଇପିଏଲ ଅକ୍ସନ: ଭୁଲ ଖେଳାଳିଙ୍କୁ କିଣିଦେଲା ପଞ୍ଜାବ କିଙ୍ଗସ୍‌

ନିଜର ଭୁଲକୁ ବୁଝିବା ଆଗରୁ ଖେଳାଳି ଜଣଙ୍କ ପଞ୍ଜାବ କିଙ୍ଗସ ଦ୍ୱାରା କିଣା ଯାଇଥିବା ନିଲାମ କାର୍ଯ୍ୟକ୍ରମ ସମ୍ପାଦନ କରୁଥିବା ମଲିକା ସାଗର ହାମର ବାଢ଼େଇ ସାରିଥିଲେ।

ଅଦ୍ୟତନ ହୋଇଛି
PBKS

PBKS

Advertisment

ମଙ୍ଗଳବାର ୨୦୨୪ ଆଇପିଏଲ ପାଇଁ ମିନି ଅକ୍ସନ ଶେଷ ହୋଇଛି। ୧୦ଟି ପ୍ରାଞ୍ଚାଇଜ୍‌ ପ୍ରାୟ ୭୦ ଜଣ ଖେଳାଳିଙ୍କୁ କିଣିଛନ୍ତି। ମିଚେଲ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ବନିଛନ୍ତି। ତାଙ୍କୁ କୋଲକାତା ନାଇଟ ରାଇଡର୍ସ ରେକର୍ଡ ୨୪.୭୫ କୋଟି ଟଙ୍କାରେ କିଣିଛି। ତେବେ ‌ଆଇପିଏଲ ଅକ୍ସନ ବେଳେ ସାଂଘାତିକ ତ୍ରୁଟି କରିଛି ପଞ୍ଜାବ କିଙ୍ଗସ।

Advertisment

ଏହି ପ୍ରାଞ୍ଚାଇଜ୍‌ ଭୁଲ ବଶତଃ ଜଣେ ଖେଳାଳିଙ୍କୁ କିଣି ଦେଇଛି। ନିଜର ଭୁଲକୁ ବୁଝିବା ଆଗରୁ ଖେଳାଳି ଜଣଙ୍କ ପଞ୍ଜାବ କିଙ୍ଗସ ଦ୍ୱାରା କିଣା ଯାଇଥିବା ନିଲାମ କାର୍ଯ୍ୟକ୍ରମ ସମ୍ପାଦନ କରୁଥିବା ମଲିକା ସାଗର ହାମର ବାଢ଼େଇ ସାରିଥିଲେ।

ପଞ୍ଜାବ କିଙ୍ଗସ ଭୁଲବଶତଃ ଅନକ୍ୟାପଡ ଭାରତୀୟ ଖେଳାଳି ଶଶାଙ୍କ ସିଂହଙ୍କୁ ବେସ୍‌ ପ୍ରାଇସ ୨୦ ଲକ୍ଷ ଟଙ୍କାରେ କିଣିନେଇଛି। ଅକ୍ସନର ମଲିକା ସାଗର ବିଡ୍‌ ଶେଷ କରିବା ପରେ ହିଁ ପଞ୍ଜାବ କିଙ୍ଗସ ନିଜର ଭୁଲ ଜାଣିବାକୁ ସକ୍ଷମ ହୋଇଥିଲା। ନିଷ୍ପତ୍ତି ବଦଳାଇବାକୁ ଦଳ ଚାହିଁଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା।

Advertisment

ଛତିଶଗଡ଼ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ୩୨ ବର୍ଷୀୟ ଅଲରାଉଣ୍ଡର ଶଶାଙ୍କ ସିଂହଙ୍କ ନାଁ ଅକ୍ସନର ମଲିକା ସାଗର ଡାକିଥିଲେ। ସବୁ ପ୍ରାଞ୍ଚାଇଜ ଚୁପ ବସିଥିବା ବେଳେ ହଠାତ୍‌ ପଞ୍ଜାବ କିଙ୍ଗସର କୋ ଓନର ପ୍ରୀତି ଜିଣ୍ଟା ତାଙ୍କୁ ନେବା ପାଇଁ ଆଗ୍ରହ ଦେଖାଇଥିଲେ। ଏହାପୂର୍ବରୁ ସେ ନିଲାମରେ ସାମିଲ ହୋଇଥିବା ପଞ୍ଜାବ କିଙ୍ଗସର ଅନ୍ୟ ସଦସ୍ୟମାନଙ୍କ ସହ କଥା ହୋଇ ବୋଲି ଡାକିଥିଲେ।

ଶଶାଙ୍କ ସିଂହଙ୍କ ବିଡ୍‌ ଶେଷ ହେବା ପରେ ମଲିକା ଆଉ ଜଣେ ଖେଳାଳିଙ୍କ ନାଁ ଡାକିଥିଲେ। ଏହି ସମୟରେ ହିଁ ପଞ୍ଜାବ କିଙ୍ଗସ ଭୁଲ ଖେଳାଳିଙ୍କୁ କିଣିଥିବା ଅନୁଭବ କରିଥିଲା। ଶଶାଙ୍କ ସିଂହଙ୍କୁ ସେମାନେ ଆଉ ଜଣେ ଖେଳାଳି ଭାବି କିଣିଥିବା ଜାଣିବାକୁ ପାଇଥିଲେ।

ଭୁଲ ଜାଣିବା ପରେ ପଞ୍ଜାବର ମାଲିକ ନେସ ୱାଡିଆ ଓ ପ୍ରୀତି ଜିଣ୍ଟା ପୁଣି ଶଶାଙ୍କ ସିଂହଙ୍କୁ ଅକ୍ସନରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ନିୟମ ଅନୁସାରେ ବିଡ୍‌ ଶେଷ ହେବା ପରେ କୌଣସି ଖେଳାଳିଙ୍କୁ ପୁନଃ ଅକ୍ସନରେ ସାମିଲ କରାଯାଇ ପାରିବ ନାହିଁ।

ତେଣୁ ମଲିକା ସାଗର ଓ ଆଇପିଏଲ ଅକ୍ସନକୁ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ପଞ୍ଜାବ କିଙ୍ଗସର କୌଣସି କଥାକୁ ଶୁଣି ନଥିଲେ। ଶେଷରେ ଶଶାଙ୍କ ସିଂହ ପଞ୍ଜାବ ପାଖରେ ହିଁ ରହିଛନ୍ତି।

IPL IPL Dubai IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe