Advertisment

ଟସ୍ ଜିତିଲା ପଞ୍ଜାବ, ଫେରିଲେ ୱିଲିୟମସନ୍

ଚେନ୍ନାଇ: ଚଳିତ ଆଇପିଏଲର ୧୪ଶ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ପଞ୍ଜାବ କ୍ୟାପଟେନ୍ ଲୋକେଶ ରାହୁଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ଉଭୟ ଦଳର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରାଯାଇଛି। ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିଛି। ରିଲେ ମେରେଡିଥ୍, ଝାଇ ରିଚାର୍ଡସନ୍ ଓ ଜଲଜ୍ ସାକ୍ସେନା ବାଦ୍ ପଡ଼ିଛନ୍ତି। ଏମାନଙ୍କ ସ୍ଥାନରେ ଫାବିଆନ୍ ଆଲେନ୍, […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଟସ୍ ଜିତିଲା ପଞ୍ଜାବ, ଫେରିଲେ ୱିଲିୟମସନ୍

TOSS

ଚେନ୍ନାଇ: ଚଳିତ ଆଇପିଏଲର ୧୪ଶ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ପଞ୍ଜାବ କ୍ୟାପଟେନ୍ ଲୋକେଶ ରାହୁଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ଏହି ମ୍ୟାଚରେ ଉଭୟ ଦଳର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରାଯାଇଛି। ପଞ୍ଜାବ ତା'ର ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିଛି। ରିଲେ ମେରେଡିଥ୍, ଝାଇ ରିଚାର୍ଡସନ୍ ଓ ଜଲଜ୍ ସାକ୍ସେନା ବାଦ୍ ପଡ଼ିଛନ୍ତି। ଏମାନଙ୍କ ସ୍ଥାନରେ ଫାବିଆନ୍ ଆଲେନ୍, ମୋଜେସ୍ ହେନରିକ୍ସ ଓ ମୁରୁଗାନ୍ ଅଶ୍ୱିନ୍ ସ୍ଥାନ ପାଇଛନ୍ତି।

ସେହିପରି ହାଇଦ୍ରାବାଦ ଟିମ୍ ମଧ୍ୟ ତିନୋଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ। ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍ କମବ୍ୟାକ୍ କରିଛନ୍ତି। ୱିଲିୟମସନଙ୍କ ଫେରିବା ଦ୍ୱାରା ହାଇଦ୍ରାବାଦର ମିଡଲ୍ ଅର୍ଡର ମଜଭୁତ୍ ହେବ।

Advertisment

ଅବଦୁଲ୍ ସମାଦ୍ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ ଯୋଗୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ କେଦାର ଯାଦବଙ୍କୁ ସୁଯୋଗ ମିଳିଛି। ସେହିପରି ଲଗାତର ଖରାପ ପ୍ରଦର୍ଶନ କରୁଥିବା ମନିଷ ପାଣ୍ଡେ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲଙ୍କୁ ସାମିଲ୍‌ କରାଯାଇଛି।

ଚୂଡ଼ାନ୍ତ ଏକାଦଶ

ପଞ୍ଜାବ କିଙ୍ଗସ୍: ଲୋକେଶ ରାହୁଲ୍ (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, କ୍ରିସ୍ ଗେଲ୍, ଦୀପକ ହୁଡ୍ଡା, ନିକୋଲାସ ପୁରନ୍, ଶାହରୁଖ୍ ଖାନ୍, ମୋଜେସ୍ ହେନରିକ୍ସ, ଫାବିଆନ୍ ଆଲେନ୍, ମହମ୍ମଦ ଶାମି, ମୁରୁଗାନ୍ ଅଶ୍ୱିନ୍, ଅର୍ଶଦୀପ ସିଂହ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର(କ୍ୟାପଟେନ୍), ଜନ୍ନି ବେୟାରଷ୍ଟୋ (ୱିକେଟକିପର), କେନ୍ ୱିଲିୟମସନ୍, କେଦାର ଯାଦବ, ବିଜୟ ଶଙ୍କର, ବିରାଟ୍ ସିଂହ, ଅଭିଷେକ ଶର୍ମା, ରଶିଦ୍ ଖାନ୍, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ୍, ଖଲୀଲ ଅହମ୍ମଦ।

IPL 2021