Advertisment

ଚେପକରେ ଚେନ୍ନାଇ ଚିତ୍‌: ୫କୁ ଉଠିଲା ପଞ୍ଜାବ କିଙ୍ଗସ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୦୦ ରନ କରିଥିଲା।

IPL

IPL

Advertisment

ପୁଣିଥରେ ହୋମ ଗ୍ରାଉଣ୍ତରେ ହାରିଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌। ଆଜି ଚେପକରେ ଚେନ୍ନାଇକୁ ଚିତ୍‌ କରିଛି ଶିଖର ଧୱନଙ୍କ ପଞ୍ଜାବ କିଙ୍ଗସ। ପଞ୍ଜାବ ଶେଷ ବଲରେ ଚେନ୍ନାଇକୁ ୪ ୱିକେଟରେ ହରାଇ ଗୁରୁତ୍ୱପୂର୍ଣ୍ଣ ଦୁଇ ପଏଣ୍ଟ ହାସଲ କରିଛି। ଏବେ ଦଳ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉଠିଛି। ଚେନ୍ନାଇ ପୂର୍ବରୁ ୪ନଂରେ ରହିଛି। 

Advertisment

ପଞ୍ଜାବ ଚେପକରେ ୨୦୦ରୁ ଅଧିକ ରନ ଚେଜ୍‌ କରିବାର ରେକର୍ଡ ନିଜ ନାଁରେ କରିଛି। ପ୍ରଥମ ଟିମ ଭାବେ ପଞ୍ଜାବ ଚେପକରେ ଚେନ୍ନାଇ ଦେଇଥିବା ୨୦୦+ ଟାର୍ଗକୁ ଚେଜ୍‌ କରିବାକୁ ସକ୍ଷମ ହୋଇଛି। ଏହାପୂର୍ବରୁ କୌଣସି ଦଳ ଏପରି କୀର୍ତ୍ତିମାନ ହାସଲ କରି ପାରି ନଥିଲେ। 

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୦୦ ରନ କରିଥିଲା। ଦଳ ପକ୍ଷରୁ ଡେଭୋନ କନୱେ ଅପରାଜିତ ୯୨ ରନର ଇନିଂସ ଖେଳିଥିଲେ। କନୱେଙ୍କ ବ୍ୟାଟରୁ ୧୬ଟି ଚୌକା ଓ ଗୋଟିଏ ଛକା ଦେଖିବାକୁ ମିଳିଥିଲା। ସେହିପରି ଋତୁରାଜ ଗାଏକ୍ୱାଡ ୩୭, ଶିବମ ଦୁବେ ୨୮, ମୋଇନ ଅଲୀ ୧୦, ରବୀନ୍ଦ୍ର ଜାଡେଜା ୧୨ ଓ ଶେଷ ଭାଗରେ ଧୋନି ୪ ବଲରେ ୨ଟି ଛକା ସହ ଅପରାଜିତ ୧୩ ରନ କରିଥିଲେ।

Advertisment

ଚେପକରେ ପଞ୍ଜାବ ପାଇଁ ୨୦୧ ରନର ଟାର୍ଗେଟ ବେଶ କଷ୍ଟ ସାଧ୍ୟ ଥିଲା। କିନ୍ତୁ ଧୱନ ସେନା ନିର୍ଭୟରେ ଇନିଂସ ଆରମ୍ଭ କରିଥିଲେ। ଅଧିନରୟକ ଶିଖର ଧୱନ ୧୫ ବଲରେ ୨୮ ରନ କରି ଆଉଟ ହୋଇଯାଇଥିଲେ ହେଁ ଦୁଇ ଯୁବ ବ୍ୟାଟର ପ୍ରବସିମରନ ସିଂହ ଓ ଅର୍ଥବ ଟାଏଡେ ସ୍ଥିତି ସମ୍ଭାଳିଥିଲେ। ବିଶେଷ କରି ପ୍ରବସିମରନଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା।

ସେ ଗୋଟିଏ ପଟେ ବଡ଼ ଶଟ ଖେଳୁଥିବା ବେଳେ ଅର୍ଥବ ତାଙ୍କୁ ସାଥ ଦେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୩୧ ରନ ଯୋଡ଼ିଥିଲେ। ଏହି ସମୟରେ ରବୀନ୍ଦ୍ର ଜାଡେଜାଙ୍କୁ ବଡ଼ ଶଟ ଖେଳିବାକୁ ଯାଇ ପ୍ରବସିମରନ(୨୪ ବଲରେ ୪୨) ଆଉଟ ହୋଇଯାଇଥିଲେ। ଅର୍ଥବ ମଧ୍ୟ ୧୩ ରନ କରି ଜାଡେଜାଙ୍କ ଦ୍ୱିତୀୟ ଶିକାର ବନିଥିଲେ।

୯୪ରେ ଦଳ ତୃତୀୟ ୱିକେଟ ହରାଇଥିଲା। ଏହି ସମୟରେ ଦୁଇ ଇଂଲିଶ ଷ୍ଟାର ଲିଆମ ଲିଭଙ୍ଗଷ୍ଟୋନ ଓ ସାମ କୁରାନ ଦଳର ମଙ୍ଗ ସମ୍ଭାଳିଥିଲେ। ତୁଷାର ଦେଶପାଣ୍ଡେଙ୍କୁ ୩ଟି ଛକା ମାରି ଲିଭଙ୍ଗଷ୍ଟୋନ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। କିନ୍ତୁ ସେହି ଓଭରରେ ତାଙ୍କୁ ଆଉଟ କରି ଦେଶପାଣ୍ଡେ ମଧୁର ପ୍ରତିଶୋଧ ନେଇଥିଲେ।

ଆଉଟ ହେବା ପୂର୍ବରୁ ଲିଭିଙ୍ଗଷ୍ଟୋନ ୨୪ ବଲରେ ୪୦ ରନର ଇନିଂସ ଖେଳିଥିଲେ। କୁରାନ ୨୦ ବଲରେ ୨୯ ଓ ଜିତେଶ ଶର୍ମା ୧୦ ବଲରେ ୨୧ ରନ କରିବାରୁ ପଞ୍ଜାବ ମ୍ୟାଚ୍‌କୁ ଫେରିଥିଲେ। ସିକନ୍ଦର ରଜା ମଧ୍ୟ ୧୯ତମ ଓଭର ୫ମ ବଲରେ ଚୌକା ମାରିଥିଲେ। ଫଳରେ ଶେଷ ଓଭରକୁ ମ୍ୟାଚ୍‌ ଜିତିବା ପାଇଁ ପଞ୍ଜାବକୁ ୯ ରନର ଆବଶ୍ୟକ ରହିଥିଲା।

ଧୋନି ଏହି ସମୟରେ ଯୁବ ବୋଲର ତଥା ମାଲିଙ୍ଗା ୨.୦ ଭାବେ ପରିଚିତ ମତୀଶା ପଥିରାଣାଙ୍କୁ ବଲ ଦେଇଥିଲେ। ସେ ପ୍ରଥମ ବଲରେ ୧ ରନ ଦେଇଥିବା ବେଳେ ୨ୟ ବଲରେ ମଧ୍ୟ ୧ ରନ ହୋଇଥିଲା। ତୃତୀୟ ବଲଟି ରଜା ମିସ କରି ଯାଇଥିଲେ। ୪ର୍ଥ ଓ ୫ମ ବଲରୁ ୨ ରନ ଲେଖାଏ ମିଳିଥିଲା। ଶେଷ ବଲରେ ୩ ରନ ଦରକାର ଥିବା ବେଳେ ପଥିରାଣା ସ୍ଲୋର ୱାନ ପକାଇଥିଲେ।

କିନ୍ତୁ ଏହାକୁ ରଜା ବେଶ ଚମତ୍କାର ଢଙ୍ଗରେ ସ୍କୋୟାର ଲେଗ ଅଞ୍ଚଳରେ ଖେଳି ଦେଇଥିଲେ। ମହୀଶ ତୀକ୍ଷଶାନା ଡାଇଭ ମାରି ବଲକୁ ଅଟକାଇବା ଚେଷ୍ଟା କରିଥିଲେ ହେଁ ସେତେବେଳକୁ ରଜା ଓ ଶାହରୁଖ ଖାନ ୩ ରନ ନେଇ ସାରିଥିଲେ। ଏଥିସହ ଚେପକରେ ଚେନ୍ନାଇକୁ ୪ ୱିକେଟରେ ମାତ ଦେବାକୁ ସକ୍ଷମ ହୋଇଥିଲେ। ରଜା ଶେଷ ଯାଏ ୭ ବଲରେ ୧୩ ଓ ଶାହରୁଖ ୩ ବଲରେ ୨ ରନ କରି ଅପରାଜିତ ରହିଥିଲେ।

ଚେନ୍ନାଇ ମ୍ୟାଚ୍‌ ହାରିଥିଲେ ହେଁ କନୱେଙ୍କୁ ୯୨ ରନର ଇନିଂସ ପାଇଁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

IPL Punjab CSK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe