Advertisment

T20 World Cup: ସେମି ଫାଇନାଲ ମ୍ୟାଚ୍‌ର ରେଫରୀ ଓ ଅମ୍ପାୟାରଙ୍କ ନାଁ ଘୋଷଣା କଲା ଆଇସିସି

ଆସନ୍ତାକାଲି କୋଲକାତାର ଇଡେନ ଗାର୍ଡେନ୍ସରେ ଆୟୋଜିତ ପ୍ରଥମ ସେମିରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡ। ସେହିପରି ଗୁରୁବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତର ମୁକାବିଲା ଇଂଲଣ୍ଡ ସହ ହେବ।

author-image
Hemant Lenka
ICC

ପାୟକ୍ରଫ୍ଟ ଓ ଶ୍ରୀନାଥ

ଆସନ୍ତାକାଲି ଓ ଗୁରୁବାର ଖେଳା ଯିବ ୨୦୨୬ ଟି-୨୦ ପୁରୁଷ ବିଶ୍ୱକପ(T20 World Cup)ର ୨ ସେମି ଫାଇନାଲ ମ୍ୟାଚ୍‌। ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପାଇଁ ଆଜି ଅଫିସିଆଲଙ୍କ ନାଁ ଘୋଷଣା କରିଛି ଆଇସିସି। ୨ ସେମି ଫାଇନାଲ ପାଇଁ ଜବାଗଲ ଶ୍ରୀନାଥ ଓ ଆଣ୍ଡୀ ପାୟକ୍ରଫ୍ଟଙ୍କୁ ମ୍ୟାଚ୍‌ ରେଫରୀ ଭାବେ ନିଯୁକ୍ତ କରାଯାଇଛି। କୋଲକାତା ଓ ମୁମ୍ବାଇରେ ଦୁଇଟି ଯାକ ମ୍ୟାଚ୍‌ ଖେଳାଯିବ। 

Advertisment

ଆସନ୍ତାକାଲି କୋଲକାତାର ଇଡେନ ଗାର୍ଡେନ୍ସରେ ଆୟୋଜିତ ପ୍ରଥମ ସେମିରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡ। ସେହିପରି ଗୁରୁବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତର ମୁକାବିଲା ଇଂଲଣ୍ଡ ସହ ହେବ। ଏହି ଦୁଇ ନକଆଉଟ ମ୍ୟାଚ୍‌ର ପରିଚାଳନା ଆଇସିସି ଏଲିଟ ପ୍ୟାନେଲ ସଦସ୍ୟମାନେ କରିବେ। 

ପ୍ରଥମ ସେମିଫାଇନାଲରେ ମ୍ୟାଚ୍‌ ରେଫରୀ ରହିବେ ଶ୍ରୀନାଥ। ଇଡେନ ମ୍ୟାଚ୍‌ରେ ଫିଲ୍ଡ ଅମ୍ପାୟାର ଭାବେ ଦାୟିତ୍ୱ ପାଇଛନ୍ତି ରିଚାର୍ଡ ଇଲିଙ୍ଗୱର୍ଥ ଓ ଆଲେକ୍ସ ୱାର୍ଫ। ୨ ବର୍ଷ ତଳେ ଇଲିଙ୍ଗୱର୍ଥ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ବିପକ୍ଷ ସେମିରେ ମଧ୍ୟ ଅମ୍ପାୟାର ରହିଥିଲେ। ଏହି ମ୍ୟାଚ୍‌ରେ ତୃତୀୟ ଅମ୍ପାୟାର ଭାବେ ନୀତୀନ ମେନନ ଓ ୪ର୍ଥ ଅମ୍ପାୟାର ଭାବେ ରୋଡ ଟକରଙ୍କୁ ନିଯୁକ୍ତ କରାଯାଇଛି। 

Advertisment

ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ରେଫରୀ ଭାବେ କାମ କରିବେ ପାୟକ୍ରଫ୍ଟ। ଭାରତ ଓ ଇଂଲଣ୍ଡ ମ୍ୟାଚ୍‌ରେ ଫିଲ୍ଡ ଅମ୍ପାୟାର ରହିବେ କ୍ରିସ ଗାଫନୀ ଓ ଆଲ୍ଲାଉଦ୍ଦିନ ପାଲେକେର। ୨୦୨୪ ଟି-୨୦ ବିଶ୍ୱକପ ସେମିରେ ଯେତେବେଳେ ଭାରତ ଓ ଇଂଲଣ୍ଡ ଲଢ଼େଇ କରିଥିଲେ ସେତେବେଳେ ମଧ୍ୟ ଗାଫନୀ ଫିଲ୍ଡ ଅମ୍ପାୟାର ଥିଲେ। ଆଡ୍ରିଆନ ହୋଲ୍ଡଷ୍ଟକଙ୍କୁ ତୃତୀୟ ଅମ୍ପାୟାର ଓ ପଲ ରୈଫଲ ୪ର୍ଥ ଅମ୍ପାୟାର ଦାୟିତ୍ୱ ପାଇଛନ୍ତି। 

ଅମ୍ପାୟାର ଓ ମ୍ୟାଚ୍‌ ରେଫରୀଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଆଇସିସି ପକ୍ଷରୁ ବରିଷ୍ଠ ସଦସ୍ୟମାନଙ୍କୁ ସେମି ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌କୁ ପରିଚାଳନା ପାଇଁ ଦାୟିତ୍ୱ ମିଳିଛି। ସେମି ଫାଇନାଲ ପରେ ଆଇସିସି ଫାଇନାଲ ମ୍ୟାଚ୍‌ର ଅମ୍ପାୟାର ଓ ରେଫରୀଙ୍କ ନାଁ ଘୋଷଣା କରାଯିବ।

T20 World Cup