Advertisment

ବଢ଼ିବ ଦିନିକିଆ ବିଶ୍ୱକପର ରୋମାଞ୍ଚ, ବଡ଼ ଘୋଷଣା କଲା ଆଇସିସି

ଦୁବାଇ: ରୋମାଞ୍ଚକର ହେବ ଦିନିକିଆ ବିଶ୍ୱକପ। ଆଇସିସି ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ୨୦୨୭ରେ ହେବାକୁଥିବା ଦିନିକିଆ ବିଶ୍ୱକପରେ ୧୦ ବଦଳରେ ୧୪ ଟିମ୍ ଭାଗ ନେବେ। ଟପ୍-୧୦ ଟିମ୍ ରାଙ୍କିଙ୍ଗ ଆଧାରରେ କ୍ୱାଲିଫାଏ କରିବେ। ତେବେ ବାକି ୪ ଟିମ୍ କ୍ୱାଲିଫାୟର ଆଧାରରେ ଟୁର୍ଣ୍ଣାମେଣ୍ଟରେ ଏଣ୍ଟ୍ରୀ କରିବେ। ୨୦୨୩ରେ ଭାରତରେ ହେବାକୁଥିବା ଦିନିକିଆ ବିଶ୍ୱକପରେ କେବଳ ୧୦ ଟିମକୁ ଖେଳିବାକୁ ସୁଯୋଗ ମିଳିବ। ଏଥିପାଇଁ ଦିନିକିଆ ସୁପର୍ ଲିଗ୍ ଖେଳାଯାଉଛି। ଛୋଟ ଦେଶ ଗୁଡ଼ିକୁ […]

ଅଦ୍ୟତନ ହୋଇଛି
ବଢ଼ିବ ଦିନିକିଆ ବିଶ୍ୱକପର ରୋମାଞ୍ଚ, ବଡ଼ ଘୋଷଣା କଲା ଆଇସିସି

world-cup

Advertisment

ଦୁବାଇ: ରୋମାଞ୍ଚକର ହେବ ଦିନିକିଆ ବିଶ୍ୱକପ। ଆଇସିସି ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ୨୦୨୭ରେ ହେବାକୁଥିବା ଦିନିକିଆ ବିଶ୍ୱକପରେ ୧୦ ବଦଳରେ ୧୪ ଟିମ୍ ଭାଗ ନେବେ। ଟପ୍-୧୦ ଟିମ୍ ରାଙ୍କିଙ୍ଗ ଆଧାରରେ କ୍ୱାଲିଫାଏ କରିବେ। ତେବେ ବାକି ୪ ଟିମ୍ କ୍ୱାଲିଫାୟର ଆଧାରରେ ଟୁର୍ଣ୍ଣାମେଣ୍ଟରେ ଏଣ୍ଟ୍ରୀ କରିବେ।

Advertisment

୨୦୨୩ରେ ଭାରତରେ ହେବାକୁଥିବା ଦିନିକିଆ ବିଶ୍ୱକପରେ କେବଳ ୧୦ ଟିମକୁ ଖେଳିବାକୁ ସୁଯୋଗ ମିଳିବ। ଏଥିପାଇଁ ଦିନିକିଆ ସୁପର୍ ଲିଗ୍ ଖେଳାଯାଉଛି। ଛୋଟ ଦେଶ ଗୁଡ଼ିକୁ ବଡ଼ ଟୁର୍ଣ୍ଣାମେଣ୍ଟରେ ଯୋଡ଼ିବା ପାଇଁ ଆଇସିସି ଏହି ନିଷ୍ପତ୍ତି ନେଇଛି।

ଆଇସିସି ବୋର୍ଡ ୨୦୨୭ରେ ହେବାକୁଥିବା ବିଶ୍ୱକପରେ ପରିବର୍ତ୍ତନକୁ ସ୍ୱୀକୃତି ଦେଇଛି। ୨୦୨୩ ବିଶ୍ୱକପ୍ ପାଇଁ ଆଇସିସି ୧୩ ଟିମ୍ ମଧ୍ୟରେ ସୁପର ଲିଗର ଆରମ୍ଭ କରିଛି। ଏଥିରେ ୧୨ ପୂର୍ଣ୍ଣ ସଦସ୍ୟ ବ୍ୟତୀତ ନେଦରଲ୍ୟାଣ୍ଡସକୁ ସୁଯୋଗ ଦିଆଯାଇଛି। ପ୍ରତି ଟିମକୁ ୮ଟି ଲେଖାଏ ସିରିଜ୍ ଖେଳିବାକୁ ପଡ଼ିବ। ସେଥିରୁ ୪ଟି ଘରେ ଏବଂ ୪ଟି ବାହାରେ ଖେଳାଯିବ। କିନ୍ତୁ ଏବେ ଏହି ନିୟମ ୨୦୨୭ରେ ଟିମ୍ ସଂଖ୍ୟା ବଢ଼ାଇବା ସହ ଶେଷ କରିଦିଆଯିବ।

Advertisment

ନିକଟରେ ଆଇସିସି ୨୦୨୪ରୁ ୨୦୩୧ ମଧ୍ୟରେ ହେବାକୁଥିବା ଆଇସିସି ଇଭେଣ୍ଟର ସିଡ୍ୟୁଲ ଜାରି କରିଛି। ଆଇସିସି ୨୦୨୭ରେ ହେବାକୁଥିବା ବିଶ୍ୱକପର ଆୟୋଜନ ଜିମ୍ବାୱେ, ନାମିବିଆ ଓ ଦକ୍ଷିଣ ଆଫ୍ରିକାକୁ ଯୁଗ୍ମ ଭାବେ ପ୍ରଦାନ କରିଛି। ନାମିବିଆ ଭଳି ଆସୋସିଏଟ୍ ଦେଶକୁ ସାମିଲ୍ କରିବା ଅର୍ଥ ଛୋଟ ଦେଶର ଫ୍ୟାନ୍ ମଧ୍ୟ ବଡ଼ ଟୁର୍ଣ୍ଣାମେଣ୍ଟକୁ ସାମ୍ନାକୁ ଦେଖିପାରିବେ। ନିକଟରେ ଟି-୨୦ ବିଶ୍ୱକପର ଆୟୋଜନ ୟୁଏଇ ବ୍ୟତୀତ ଓମାନରେ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe