କ୍ଷମା ମାଗିଲେ, ଆଉ କହିଲେ ମୁଁ ପୁଣିଥରେ ନିଜ ଦେଶ ପାଇଁ ଖେଳିବାକୁ ଚାହେଁ

ଦୁବାଇ: ଦକ୍ଷିଣ ଆଫ୍ରିକାର ଓପନର ତଥା ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ନିଜର ବ୍ୟବହାର ପାଇଁ କ୍ଷମା ମାଗିଛନ୍ତି। ସେ କ୍ୟାରିବିଆନ୍ ଟିମ୍ ବିପକ୍ଷ ମ୍ୟାଚରେ ଆଣ୍ଠୁରେ ବସିବାକୁ ମନା କରିଦେଇଥିଲେ। ଏହି କାରଣରୁ ସେ ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ଚୂଡ଼ାନ୍ତ ଏକାଦଶରୁ ନିଜ ନାଁ ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ଏବେ ଡି’କକ୍ ନିଜର ଏହି ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଏଥିପାଇଁ ସାଥୀ ଖେଳାଳିଙ୍କ […]

de-cock

de-cock

Ranjit Kumar Jena
  • Published: Thursday, 28 October 2021
  • Updated: 28 October 2021, 10:05 PM IST

Sports

Latest News

ଦୁବାଇ: ଦକ୍ଷିଣ ଆଫ୍ରିକାର ଓପନର ତଥା ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି'କକ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ନିଜର ବ୍ୟବହାର ପାଇଁ କ୍ଷମା ମାଗିଛନ୍ତି। ସେ କ୍ୟାରିବିଆନ୍ ଟିମ୍ ବିପକ୍ଷ ମ୍ୟାଚରେ ଆଣ୍ଠୁରେ ବସିବାକୁ ମନା କରିଦେଇଥିଲେ। ଏହି କାରଣରୁ ସେ ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ଚୂଡ଼ାନ୍ତ ଏକାଦଶରୁ ନିଜ ନାଁ ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ଏବେ ଡି'କକ୍ ନିଜର ଏହି ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଏଥିପାଇଁ ସାଥୀ ଖେଳାଳିଙ୍କ ସହ କ୍ରିକେଟ୍ ଫ୍ୟାନଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି।

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚର ଠିକ୍ ପୂର୍ବରୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏକ ନୋଟିସ୍ ଜାରି କରିଥିଲା ଯେ ସମସ୍ତ ଖେଳାଳିଙ୍କୁ ପ୍ରତି ମ୍ୟାଚ୍ ପୂର୍ବରୁ ଆଣ୍ଠୁରେ ବସିବାକୁ ପଡ଼ିବ। ହେଲେ ଡି'କକ୍ ବୋର୍ଡର ଏହି ନିର୍ଦ୍ଦେଶକୁ ମାନିବାକୁ ମନା କରିଦେଇଥିଲେ ଏବଂ ମ୍ୟାଚରୁ ବାହାରେ ବସିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ କହିଛନ୍ତି ଯେ ଯଦି ଆଣ୍ଠୁ ଦ୍ୱାରା ବସିବା ଦ୍ୱାରା ସଚେତନତା ସୃଷ୍ଟି ହେବ ଏବଂ ତାଙ୍କର ଜୀବନ ଆହୁରି ଭଲ ହେବ, ତାହେଲେ ଏହା କରିବାକୁ ମୁଁ ଖୁସି ହେବି।

https://twitter.com/OfficialCSA/status/1453617840838389771?s=20

ଏକ ବିବୃତ୍ତି ଜାରି କରି ଡିକକ୍ କହିଛନ୍ତି, ମୁଁ ନିଜ ସାଥୀ ଖେଳାଳି ଓ ଦକ୍ଷିଣ ଆଫ୍ରିକା ଫ୍ୟାନଙ୍କୁ କ୍ଷମା ମାଗୁଛି। ମୁଁ ଏହାକୁ ପ୍ରସଙ୍ଗ କରିବାକୁ ଚାହୁଁନାହିଁ। ମୋ ପାଇଁ ଦକ୍ଷିଣ ଆଫ୍ରିକା ଏବଂ ଏହି ଦେଶ ପାଇଁ କ୍ରିକେଟ୍ ଖେଳିବା ଠାରୁ ବଡ଼ କିଛି ନାହିଁ। ମୁଁ ପୁଣିଥରେ ନିଜ ଦେଶ ପାଇଁ କ୍ରିକେଟ୍ ଖେଳିବାକୁ ଚାହେଁ। ବିଶ୍ୱକପ୍ ଜିତିବାକୁ ଚାହେଁ। ଖେଳାଳି ଭାବେ ମୁଁ ନିଜ ଦାୟିତ୍ୱକୁ ଭଲଭାବେ ବୁଝିପାରିଛି। ଏପରିକି ଜାତିଆଣ ବିରୋଧରେ ଛିଡ଼ା କ'ଣ, ତାହା ମଧ୍ୟ ଜାଣିଛି। ଯଦି ମୋର ଆଣ୍ଠୁରେ ବସିବା ଦ୍ୱାରା ଲୋକେ ଶିକ୍ଷିତ ହୁଅନ୍ତି, ତାହେଲେ ଏହାଠାରୁ ବଡ଼ ଖୁସି ମୋ ପାଇଁ କିଛି ନୁହେଁ।

ଡିକକଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ତା'ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା। ଦକ୍ଷିଣ ଆଫ୍ରିକା ତା'ର ପରବର୍ତ୍ତୀ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। ଏହି ମ୍ୟାଚ୍ ଅକ୍ଟୋବର ୩୦ ତାରିଖରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos