Advertisment

ଅଶ୍ୱିନଙ୍କ ଐତିହାସକ ରେକର୍ଡ: ହାସଲ କଲେ ଏମିତି କୀର୍ତ୍ତିମାନ

ରେକର୍ଡ ପରେ ମଧ୍ୟ ଅଶ୍ୱିନ ଆଉ ଗୋଟିଏ ୱିକେଟ ନେଇଥିଲେ। ଜୋ ରୁଟ ତାଙ୍କ ଶିକାର ବନିଥିଲେ। ଇଂଲଣ୍ଡ ବିପକ୍ଷରେ ଅଶ୍ୱିନଙ୍କ ୱିକେଟ ସଂଖ୍ୟା ୯୭ରେ ପହଞ୍ଚି ଯାଇଛି। ଭାରତ ପାଇଁ କୌଣସି କ୍ରିକେଟର ଇଂଲଣ୍ଡ ବିପକ୍ଷରେ ଏତେ ସଂଖ୍ୟକ ୱିକେଟ ପାଇ ନାହାନ୍ତି।

author-image
Hemant Lenka
Aswin

Aswin

ଟିମ ଇଣ୍ଡିଆର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଐତିହାସିକ ରେକର୍ଡର ଅଧିକାରୀ ହୋଇଛନ୍ତି। ତାଙ୍କ ନାଁରେ ଯୋଡ଼ି ହୋଇଛି ନୂଆ କୀର୍ତ୍ତିମାନ। ସେ ଇଂଲଣ୍ଡ ବିରୋଧରେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହୋଇଯାଇଛନ୍ତି।

Advertisment

ଅଶ୍ୱିନ ଆଜି କିମ୍ବଦନ୍ତୀ କ୍ରିକେଟର ତଥା ରିଷ୍ଟ ସ୍ପିନର ଭଗବତ ଚନ୍ଦ୍ରଶେଖରଙ୍କ ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି। ଚନ୍ଦ୍ରଶେଖର ୨୩ଟି ମ୍ୟାଚ୍‌ରେ ୯୫ଟି ଇଂଲିଶ ୱିକେଟ ନେଇଥିଲେ। ଏହା ମଧ୍ୟରେ ୮ଥର ୫ରୁ ଅଧିକ ୱିକେଟ ରହିଥିଲା।

ଅଶ୍ୱିନ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିନରେ ଚନ୍ଦ୍ରଶେଖରଙ୍କୁ ପଛରେ ପକାଇ ଦେଇଛନ୍ତି। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଶ୍ୱିନ ରେକର୍ଡ କରିବା ଠାରୁ ୨ଟି ୱିକେଟ ପଛରେ ଥିଲା। ପ୍ରଥମ ଇନିଂସରେ ତାଙ୍କୁ କୌଣସି ୱିକେଟ ମଧ୍ୟ ମିଳି ନଥିଲା।

Advertisment

କିନ୍ତୁ ଦ୍ୱିତୀୟ ଇନିଂସରେ କମାଲ କରିଛନ୍ତି ଅଶ୍ୱିନ। ତୃତୀୟ ଦିନର ଶେଷ ସେସନ୍ସରେ ସେ ବେନ ଡକେଟଙ୍କୁ ଆଉଟ କରିଥିଲେ। ୪ର୍ଥ ଦିନର ପ୍ରଥମ ସେସନ୍ସରେ ସେ ପ୍ରଥମେ ଓଲି ପୋପଙ୍କ ୱିକେଟ ନେଇଥିଲେ। 

ତାଙ୍କୁ ଅଶ୍ୱିନ ଆଉଟସାଇଡ ଅଫ ଷ୍ଟମ୍ପରେ ବଲ ପକାଇଥିଲେ। ସେ ଏହାକୁ କଟ ମାରିବାକୁ ଚେଷ୍ଟା କରୁଥିବା ବେଳେ ବଲ ଆଉଟ ସାଇଡ ଏଡଜ ହୋଇ ସ୍ଲିପରେ ଫିଲ୍ଡିଂ କରୁଥିବା ରୋହିତ ଶର୍ମାଙ୍କ ହାତକୁ ଚାଲିଯାଇଥିଲା। ଏହି ୱିକେଟ ପରେ ଅଶ୍ୱିନଙ୍କ ନାଁରେ ନୂଆ ରେକର୍ଡ ଯୋଡ଼ି ହୋଇଯାଇଥିଲା।

ରେକର୍ଡ ପରେ ମଧ୍ୟ ଅଶ୍ୱିନ ଆଉ ଗୋଟିଏ ୱିକେଟ ନେଇଥିଲେ। ଜୋ ରୁଟ ତାଙ୍କ ଶିକାର ବନିଥିଲେ। ଇଂଲଣ୍ଡ ବିପକ୍ଷରେ ଅଶ୍ୱିନଙ୍କ ୱିକେଟ ସଂଖ୍ୟା ୯୭ରେ ପହଞ୍ଚି ଯାଇଛି। ଭାରତ ପାଇଁ କୌଣସି କ୍ରିକେଟର ଇଂଲଣ୍ଡ ବିପକ୍ଷରେ ଏତେ ସଂଖ୍ୟକ ୱିକେଟ ପାଇ ନାହାନ୍ତି।

ଅନ୍ୟପକ୍ଷରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ସର୍ବାଧିକ ୱିକେଟ ଦଖଲକାରୀ ତାଲିକାର ଦ୍ୱିତୀୟରେ ଅଶ୍ୱିନ ରହିଛନ୍ତି। ଇଂଲଣ୍ଡର ଜେମ୍ସ ଆଣ୍ଡରସନ ୧ନଂ ସ୍ଥାନରେ ରହିଛନ୍ତି। ୪୧ ବର୍ଷୀୟ ଆଣ୍ଡରସନ ୩୬ଟି ଟେଷ୍ଟରେ ୧୪୧ ୱିକେଟ ନେଇଛନ୍ତି। ତାଙ୍କ ଇକୋନୋମୀ ରେଠ ୨.୬୯ ଥିବା ବେଳେ ୬ଥର ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ଭାରତ ବିପକ୍ଷରେ ନେଇଛନ୍ତି।

India Vs England Test Cricket Test Match India Vs England Test