Advertisment

ଦୁନିଆର ପ୍ରଥମ ବୋଲର ଭାବେ ଏହି ୱାର୍ଲ୍ଡ ରେକର୍ଡ କଲେ ଅଶ୍ୱିନ୍

ଚେନ୍ନାଇ: ଟିମ୍ ଇଣ୍ଡିଆର ସିନିୟର୍ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଅଶ୍ୱିନ୍ ଟେଷ୍ଟ ମ୍ୟାଚରେ ୨୦୦ଥର ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଛନ୍ତି। ଏଥିସହ ଅଶ୍ୱିନ୍ ଦୁନିଆର ପ୍ରଥମ ବୋଲର ଭାବେ ଏହି କାରନାମା କରିଛନ୍ତି। ଚେନ୍ନାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ଷ୍ଟୁଆର୍ଟ ବ୍ରଡଙ୍କୁ ଆଉଟ୍ କରି ଏହି ଉପଲବ୍ଧି ନିଜ ନାଁରେ କରିଛନ୍ତି। ଅଶ୍ୱିନ୍ ନିଜ ଟେଷ୍ଟ କ୍ୟାରିୟରରେ ଅନେକ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଖୁବ୍ ସମସ୍ୟାରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଦୁନିଆର ପ୍ରଥମ ବୋଲର ଭାବେ ଏହି ୱାର୍ଲ୍ଡ ରେକର୍ଡ କଲେ ଅଶ୍ୱିନ୍

ashiwn1

ଚେନ୍ନାଇ: ଟିମ୍ ଇଣ୍ଡିଆର ସିନିୟର୍ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଅଶ୍ୱିନ୍ ଟେଷ୍ଟ ମ୍ୟାଚରେ ୨୦୦ଥର ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଛନ୍ତି। ଏଥିସହ ଅଶ୍ୱିନ୍ ଦୁନିଆର ପ୍ରଥମ ବୋଲର ଭାବେ ଏହି କାରନାମା କରିଛନ୍ତି। ଚେନ୍ନାଇରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ଷ୍ଟୁଆର୍ଟ ବ୍ରଡଙ୍କୁ ଆଉଟ୍ କରି ଏହି ଉପଲବ୍ଧି ନିଜ ନାଁରେ କରିଛନ୍ତି।

Advertisment

ଅଶ୍ୱିନ୍ ନିଜ ଟେଷ୍ଟ କ୍ୟାରିୟରରେ ଅନେକ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଖୁବ୍ ସମସ୍ୟାରେ ପକାଇଛନ୍ତି। ଅଶ୍ୱିନ୍ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣରଙ୍କୁ ୧୦ଥର, ଇଂଲଣ୍ଡର ଆଲିଷ୍ଟର୍ କୁକ୍ ଓ ବେନ୍ ଷ୍ଟୋକ୍ସଙ୍କୁ ୯ଥର ଲେଖାଏ ନିଜର ଶିକାର ବନାଇଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଏଡ୍ କୋୱାନ୍ ଓ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କୁ ୭ଥର ଲେଖାଏ ଆଉଟ୍ କରିଛନ୍ତି।

ଅଶ୍ୱିନ୍ ଇଂଲଣ୍ଡ ବିପକ୍ଷ ଇନିଂସରେ ୪୩ ରନ ଦେଇ ୫ଟି ୱିକେଟ୍ ନେଇଛନ୍ତି। ଏହା ଘରୋଇ ମାଟିରେ ଅଶ୍ୱିନଙ୍କର ୨୩ଥର ୫ରୁ ଅଧିକ ୱିକେଟ୍ ଥିଲା। ସେହିପରି ଅଶ୍ୱିନ୍ ଓଭରଅଲ୍ ୨୯ଥର ୫ରୁ ଅଧିକ ୱିକେଟ୍ ନେଇଛନ୍ତି। ଘରୋଇ ମାଟିରେ ସର୍ବାଧିକ ୫ ୱିକେଟ୍ ନେବାରେ ଅଶ୍ୱିନ୍ ଏବେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଅଶ୍ୱିନଙ୍କ ଆଗରେ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ (୪୫ଥର), ରଙ୍ଗନା ହେରାଥ (୨୬ଥର) ଓ ଅନୀଲ କୁମ୍ବଲେ (୨୫ଥର) ରହିଛନ୍ତି।

Advertisment

ଅଧିକ ପଢନ୍ତୁ >> ହଲିଉଡର ଫିଲ୍ମରେ ଅଭିନୟ କରିଥିଲେ ମୁଖ୍ୟମନ୍ତ୍ରୀ

India Vs England