Advertisment

ଘରୋଇ ମାଟିରେ ବଡ଼ ରେକର୍ଡ କଲେ ଅଶ୍ୱିନ୍

ମୁମ୍ବାଇ: ଟିମ୍ ଇଣ୍ଡିଆର ଭେଟେରାନ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ଘରୋଇ ମାଟିରେ ୩୦୦ ୱିକେଟ୍ ପୂରଣ କରିଛନ୍ତି। ଏଥିସହ ଭାରତ ମାଟିରେ ୩୦୦ ୱିକେଟ୍ ନେବାରେ ଭାରତର ଦ୍ୱିତୀୟ ବୋଲର ହୋଇଛନ୍ତି। ଅଶ୍ୱିନଙ୍କ ପୂର୍ବରୁ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେ ଭାରତରେ ସର୍ବାଧିକ ୱିକେଟ ନେଇଛନ୍ତି। କୁମ୍ବଲେ ଭାରତରେ ୬୩ ଟେଷ୍ଟ ଖେଳି ୩୫୦ ୱିକେଟୋ ନେଇଛନ୍ତି। ଅଶ୍ୱିନ୍ ଭାରତରେ ଏପର୍ଯ୍ୟନ୍ତ ୪୯ […]

ଘରୋଇ ମାଟିରେ ବଡ଼ ରେକର୍ଡ କଲେ ଅଶ୍ୱିନ୍

ashwin

Advertisment

ମୁମ୍ବାଇ: ଟିମ୍ ଇଣ୍ଡିଆର ଭେଟେରାନ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ଘରୋଇ ମାଟିରେ ୩୦୦ ୱିକେଟ୍ ପୂରଣ କରିଛନ୍ତି। ଏଥିସହ ଭାରତ ମାଟିରେ ୩୦୦ ୱିକେଟ୍ ନେବାରେ ଭାରତର ଦ୍ୱିତୀୟ ବୋଲର ହୋଇଛନ୍ତି। ଅଶ୍ୱିନଙ୍କ ପୂର୍ବରୁ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେ ଭାରତରେ ସର୍ବାଧିକ ୱିକେଟ ନେଇଛନ୍ତି। କୁମ୍ବଲେ ଭାରତରେ ୬୩ ଟେଷ୍ଟ ଖେଳି ୩୫୦ ୱିକେଟୋ ନେଇଛନ୍ତି।

Advertisment

ଅଶ୍ୱିନ୍ ଭାରତରେ ଏପର୍ଯ୍ୟନ୍ତ ୪୯ ଟେଷ୍ଟ ଖେଳି ୩୦୦ ୱିକେଟ୍ ପୂରଣ କରିନେଇଛନ୍ତି। ହରଭଜନ ସିଂହ ନିଜ ଘରେ ଅର୍ଥାତ୍ ଭାରତରେ ୨୬୫ ୱିକେଟ୍ ନେଇଛନ୍ତି। ସେହିପରି କପିଲ ଦେବ ୨୧୯ ଓ ରବୀନ୍ଦ୍ର ଜାଡେଜା ୧୬୨ ୱିକେଟ୍ ନେଇଛନ୍ତି।

ଟେଷ୍ଟ କ୍ରିକେଟରେ ଅଶ୍ୱିନଙ୍କ ୱିକେଟ୍ ସଂଖ୍ୟା ୪୨୬ ରହିଛି। ସେ ଭାରତ ପକ୍ଷରୁ ଟେଷ୍ଟରେ ସର୍ବାଧିକ ୱିକେଟ୍ ନେବା ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଅଶ୍ୱିନଙ୍କ ଆଗରେ କପିଲ୍ ଦେବ (୪୩୪) ଏବଂ କୁମ୍ବଲେ (୬୧୯) ରହିଛନ୍ତି। ବିଶ୍ୱ ସ୍ତରରେ ଘରୋଇ ମାଟିରେ ୩୦୦ ଅଧିକ ୱିକେଟ୍ ନେବାରେ ସବୁଠାରୁ ଆଗରେ ଅଛନ୍ତି ମୁଥିଆ ମୁରଲୀଧରନ। ତାଙ୍କ ପରକୁ ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍, ଅନୀଲ କୁମ୍ବଲେ, ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ ଓ ଅଷ୍ଟ୍ରେଲିଆର ଶେନ୍ ୱାର୍ଣ୍ଣ ରହିଛନ୍ତି।

Advertisment

ସୂଚନାଯୋଗ୍ୟ, ମୁମ୍ବାଇ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୨୫ ରନ୍ କରିଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ହରାଇ ୨୭୬ ରନ୍ ଘୋଷଣା କରିଥିଲା। ଫଳରେ ଭ୍ରମଣକାରୀ ଦଳ ଆଗରେ ୫୪୦ ରନର ବିଶାଳଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାକୁ ପିଛା କରି କିୱି ଟିମ୍ ଦ୍ୱିତୀୟ ଇନିଂସରେ ୧୬୭ ରନ୍ କରି ଅଲଆଉଟ୍ ହୋଇଥିଲା। ଏହା ପୂର୍ବରୁ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ରହିଥିଲା। ତେବେ ଦ୍ୱିତୀୟ ଟେଷ୍ଟକୁ ୩୬୭ ରନ୍‌ରେ ଜିତି ଭାରତ ସିରିଜକୁ ୧-୦ରେ ଜିତି ନେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe